ବିହାରରେ ବିଜେପି-ଜେଡିୟୁ ତୁତୁମେଁମେଁ

ନୂଆଦିଲ୍ଲୀ: ବିଜେପି ଓ ତା’ର ବିହାର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଗୋପାଲ ନାରାୟଣ ସିଂହ ବିଜେପି-ଜେଡିୟୁ ମେଣ୍ଟ ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଓ ଜେଡିୟୁ ମେଣ୍ଟ ସ୍ୱାର୍ଥର ଗଠବନ୍ଧନ ବୋଲି କହିଛନ୍ତି। ଗୋପାଲ ସିଂହଙ୍କ ଏଭଳି ମନ୍ତବ୍ୟ ଉପରେ ଜେଡିୟୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗୋପାଲ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଜେପି ଓ ଜେଡିୟୁ […]

qwa

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 05:04 PM IST

ନୂଆଦିଲ୍ଲୀ: ବିଜେପି ଓ ତା’ର ବିହାର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଗୋପାଲ ନାରାୟଣ ସିଂହ ବିଜେପି-ଜେଡିୟୁ ମେଣ୍ଟ ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଓ ଜେଡିୟୁ ମେଣ୍ଟ ସ୍ୱାର୍ଥର ଗଠବନ୍ଧନ ବୋଲି କହିଛନ୍ତି। ଗୋପାଲ ସିଂହଙ୍କ ଏଭଳି ମନ୍ତବ୍ୟ ଉପରେ ଜେଡିୟୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଗୋପାଲ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଜେପି ଓ ଜେଡିୟୁ ମଧ୍ୟରେ ଯେଉଁ ମେଣ୍ଟ ହୋଇଛି, ତା’ହା ସ୍ୱାର୍ଥର ଗଠବନ୍ଧନ। ଏହି ବୁଝାମଣା ଚୌକି ପାଇଁ ହୋଇଛି। ବିହାରର ସମସ୍ୟା ଉପରେ କୌଣସି ଚିନ୍ତା ପ୍ରକଟ କରାଯାଉ ନାହିଁ।

ଧାରା ୩୭୦ ଓ ଟ୍ରିପଲ ତଲାକ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜେଡିୟୁ କେବେ ହେଲେ ବିଜେପିକୁ ସମର୍ଥନ କରୁନାହିଁ। ଉଭୟଙ୍କ ଚିନ୍ତାଧାରା ଅଲଗା। ବିଜେପି ଏକାକୀ ଲଢ଼ି ଜିତିବାର କ୍ଷମତା ରଖିଛି। ବିଜେପିକୁ ଏକାକୀ ନିର୍ବାଚନ ଲଢ଼ିବା ଦରକାର।”

ଏହା ପୂର୍ବରୁ ନୀତୀଶ ସରକାରଙ୍କୁ ଗୋପାଲ ନାରାୟଣ ସିଂହ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ଲାଲୁ ପ୍ରସାଦ ଯାଦବ ସରକାର ଓ ନୀତୀଶ କୁମାରଙ୍କ ସରକାର ମଧ୍ୟରେ କିଛି ବି ଫରକ ନାହିଁ। ମସ୍ତିଷ୍କ ଜ୍ୱରରେ ୧୫୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ପାଇଁ ନୀତୀଶ ସରକାର ଦାୟୀ।”

ଗୋପାଲ ସିଂହଙ୍କ ଏଭଳି ମନ୍ତବ୍ୟ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜେଡିୟୁ ମହାସଚିବ କେସି ତ୍ୟାଗୀ କହିଛନ୍ତି, “ ଜଣେ ବ୍ୟକ୍ତି ବା ଦଳ ତା’ର ଶକ୍ତି କ’ଣ, ସେକଥା ଭଲ ଭାବେ ଜାଣିଥାଏ। ଜେଡିୟୁ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ।

ସେତେବେଳେ ବିଜେପି ୫୪ରୁ ୫୫ଟି ସିଟ୍‌ରେ ସୀମିତ ଥିଲା। ଏବେ ବିଜେପି ଓ ଜେଡିୟୁ ମିଳିତ ଭାବେ ୪୦ଟି ଲୋକସଭା ଆସନରୁ ୩୯ଟିରେ ଜିତିଛନ୍ତି। ଯଦି ମୁଁ ଗଠବନ୍ଧନର କଥା କହିବି, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମିଳିତ ଭାବେ ମେଣ୍ଟ କରିଛନ୍ତି। ଏଠାରେ ମୁଁ ଅନ୍ୟ କାହାର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ଜରୁରୀ ଭାବୁନାହିଁ।”

Related story