ୱାଶିଂଟନରେ ଉଡ଼ିପାରିବନି ଡ୍ରୋନ

ୱାଶିଂଟନ: ୱାଶିଂଟନରେ କେହି ଡ୍ରୋନ ଉଡ଼ାଇପାରିବେ ନାହିଁ। ଏ ନେଇ କଟକଣା ଜାରି କରିଛନ୍ତି ଆମେରିକା ସରକାର। ୱାଶିଂଟନରେ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ଓ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ ସହିତ ରହିଛି ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ। ତେଣୁ ଏଗୁଡ଼ିକର ସୁରକ୍ଷାକୁ ବିଚାରକୁ ନେଇ ସରକାର ଏଭଳି କଟକଣା ଜାରି କରିଛନ୍ତି। କୌଣସି ବ୍ୟକ୍ତି ବା ସଂସ୍ଥା ଏହାକୁ ଉଲ୍ଲଂଘନ କଲେ ଜୋରିମାନା ସହିତ ଜେଲ ଦଣ୍ଡ ଭୋଗିବେ। ବିଶେଷ କରି ରୋନାଲଡ୍ ରିଗେନ୍ ଅନ୍ତର୍ଜାତୀୟ […]

White House's

Rakesh Mallick
  • Published: Friday, 15 May 2015
  • , Updated: 04 May 2017, 03:45 PM IST

ୱାଶିଂଟନ: ୱାଶିଂଟନରେ କେହି ଡ୍ରୋନ ଉଡ଼ାଇପାରିବେ ନାହିଁ। ଏ ନେଇ କଟକଣା ଜାରି କରିଛନ୍ତି ଆମେରିକା ସରକାର। ୱାଶିଂଟନରେ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ଓ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ ସହିତ ରହିଛି ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ। ତେଣୁ ଏଗୁଡ଼ିକର ସୁରକ୍ଷାକୁ ବିଚାରକୁ ନେଇ ସରକାର ଏଭଳି କଟକଣା ଜାରି କରିଛନ୍ତି। କୌଣସି ବ୍ୟକ୍ତି ବା ସଂସ୍ଥା ଏହାକୁ ଉଲ୍ଲଂଘନ କଲେ ଜୋରିମାନା ସହିତ ଜେଲ ଦଣ୍ଡ ଭୋଗିବେ। ବିଶେଷ କରି ରୋନାଲଡ୍ ରିଗେନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୫ କିଲୋମିଟର ଅଞ୍ଚଳକୁ ଏନେଇ ବିଶେଷ ଭାବେ ଘେରାବନ୍ଦୀ କରାଯାଇଛି। ଏହି ଅଞ୍ଚଳ ମଧ୍ୟରେ ହି ହ୍ୱାଇଟ ହାଉସ୍, କ୍ୟାପିଟାଲ୍ ହିଲ୍ ଓ ପେଣ୍ଟାଗନ ଆଦି ଅଟ୍ଟାଳିକା ରହିଛି।

ଆମରିକୀୟ ସୁରକ୍ଷା ଅଧିକାରୀମାନେ ଗତକାଲି ଏଠାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।  ସେ  ହ୍ୱାଇଟ ହାଉସ୍ ନିକଟରେ ଏକ ଛୋଟ ଡ୍ରୋନ୍ ଉଡାଉଥିଲା ବେଳେ ଧରାପଡ଼ିଥିଲେ।  ଏହି ସମୟରେ ରାଷ୍ଟ୍ରପତି ବାରାକ ଓବମା  ଓ ତାଙ୍କର ବିଭିନ୍ନ ବିଭାଗର ସଚିବମାନଙ୍କର ଏକ ବୈଠକ ସେଠାରେ ଚାଲିଥିଲା।

Related story