ବିଧାନସଭା ନିର୍ବାଚନ ଚିନ୍ତା, ଆସନ୍ତାକାଲି ଟିଏମସିର ବୈଠକ
କୋଲକାତା: ୨୦୨୧ରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ନଜରରେ ରଖି ଆସନ୍ତକାଲି ଶାସକ ଦଳ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ବୈଠକ ଡାକିଛନ୍ତି। ଶନିବାର ଏହି ବୈଠକ ବାବଦରେ ଟିଏମସିର ଜଣେ ନେତା ସୂଚନା ଦେଇଥିଲେ। ଏହି ବୈଠକରେ ଦଳୀୟ ବିଧାୟକଙ୍କୁ ଦଳର ସୁପ୍ରିମୋ ରୋଡ୍ ମ୍ୟାପ୍ ଦେଖାଇବେ। ଏହି ବୈଠକରେ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ରଣନୀତି ବାବଦରେ ମଧ୍ୟ ଆଲୋଚନା ହେବ। ମୁଖ୍ୟତଃ ଯେଉଁସବୁ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି […]
କୋଲକାତା: ୨୦୨୧ରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ନଜରରେ ରଖି ଆସନ୍ତକାଲି ଶାସକ ଦଳ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ବୈଠକ ଡାକିଛନ୍ତି। ଶନିବାର ଏହି ବୈଠକ ବାବଦରେ ଟିଏମସିର ଜଣେ ନେତା ସୂଚନା ଦେଇଥିଲେ।ଏହି ବୈଠକରେ ଦଳୀୟ ବିଧାୟକଙ୍କୁ ଦଳର ସୁପ୍ରିମୋ ରୋଡ୍ ମ୍ୟାପ୍ ଦେଖାଇବେ। ଏହି ବୈଠକରେ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ରଣନୀତି ବାବଦରେ ମଧ୍ୟ ଆଲୋଚନା ହେବ। ମୁଖ୍ୟତଃ ଯେଉଁସବୁ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଖରାପ ରହିଛି, ସେହିସବୁ ଆସନରେ ଦଳର ରଣନୀତି କଣ ହେବ ସେ ନେଇ ଆଲୋଚନା ହେବ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ବିଜେପି ୪୨ ଲୋକସଭା ଆସନରୁ ୧୮ଟିରେ ଜିତିବାରେ ସକ୍ଷମ ହୋଇଛି। ନିର୍ବାଚନରେ ହଠାତ୍ ବିଜେପି ପ୍ରତି ଲୋକଙ୍କର ଆସ୍ଥା ବଢ଼ିଥିବା ଦେଖିବାକୁ ମିଳୁଥିବାରୁ ଶାସକ ଦଳ ଟିଏମସିର ଚିନ୍ତା ବଢ଼ିଯାଇଛି। ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସରକାର ଗଢ଼ିବ ବୋଲି ବିଭିନ୍ନ ସଭା ସମିତିରେ ନାରା ଦେଉଛି।
ତେଣୁ ବିଜେପିର 'ମିଶନ ପଶ୍ଚିମବଙ୍ଗ'ରେ ବ୍ରେକ୍ ଦେବା ପାଇଁ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କଠାରୁ ମଧ୍ୟ ଦଳ ପରାମର୍ଶ ଲୋଡ଼ିଛି ।