ଶ୍ରମିକଙ୍କ ଟ୍ରେନକୁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦେଉନି ପଶ୍ଚିମବଙ୍ଗ!

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକମାନଙ୍କୁ ଟ୍ରେନ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି। ହେଲେ ପଶ୍ଚିମବଙ୍ଗ ସରକାର ରାଜ୍ୟର ପ୍ରବାସୀମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉ ନଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ଫସିଥିବା ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ସ୍ପେଶାଲ ଶ୍ରମିକ ଟ୍ରେନରେ ନିଜ ରାଜ୍ୟକୁ ପଠାଯାଇଥିଲା। ତେବେ ସେମାନଙ୍କ ଟ୍ରେନକୁ ପଶ୍ଚିମବଙ୍ଗର ସରକାର ଅଟକାଇ ଦେଇଥିବା କେନ୍ଦ୍ର ସରକାର କହିଛନ୍ତି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]

e

e

Hemant Lenka
  • Published: Saturday, 09 May 2020
  • Updated: 09 May 2020, 12:35 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକମାନଙ୍କୁ ଟ୍ରେନ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି। ହେଲେ ପଶ୍ଚିମବଙ୍ଗ ସରକାର ରାଜ୍ୟର ପ୍ରବାସୀମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉ ନଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ଫସିଥିବା ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ସ୍ପେଶାଲ ଶ୍ରମିକ ଟ୍ରେନରେ ନିଜ ରାଜ୍ୟକୁ ପଠାଯାଇଥିଲା।

ତେବେ ସେମାନଙ୍କ ଟ୍ରେନକୁ ପଶ୍ଚିମବଙ୍ଗର ସରକାର ଅଟକାଇ ଦେଇଥିବା କେନ୍ଦ୍ର ସରକାର କହିଛନ୍ତି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଶାହ କହିଛନ୍ତି, “ସବୁ ରାଜ୍ୟ ଭଳି ପଶ୍ଚିମବଙ୍ଗର ପ୍ରବାସୀମାନେ ମଧ୍ୟ ନିଜ ରାଜ୍ୟକୁ ଯିବାକୁ ବିକଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରବାସୀମାନଙ୍କୁ ଟ୍ରେନରେ ପଶ୍ଚିମବଙ୍ଗ ପଠାଉଛନ୍ତି।

ହେଲେ ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଉପଯୁକ୍ତ ସହଯୋଗ ମିଳୁନାହିଁ। ସ୍ଥାନୀୟ ସରକାର ଟ୍ରେନଗୁଡ଼ିକୁ ରାଜ୍ୟ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦେଉନାହାନ୍ତି। ତୃଣମୂଳ କଂଗ୍ରେସର ସରକାର ଏପରି ନିଷ୍ପତ୍ତି ନେଇ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ କରୁଛି। ଏହାଦ୍ୱାରା ଶ୍ରମିକମାନେ ଆହୁରି କଠିନ ପରିସ୍ଥିତର ସମ୍ମୁଖୀନ ହେବେ। ତେଣୁ ପଶ୍ଚିମବଙ୍ଗ ସରକାର ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଅନ୍ତୁ।”

ଶାହଙ୍କ ଏଭଳି ଚିଠିକୁ ଟିଏମସି ପକ୍ଷରୁ ବିରୋଧ କରାଯାଇଛି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଟ୍ୱିଟ କରି କହିଛନ୍ତି, “ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଜ କର୍ତ୍ତବ୍ୟରୁ ଦୂରେଇ ଯାଉଛି। ଦୀର୍ଘ ସମୟ ଚୁପ ରହିବା ପରେ ଏବେ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି। କେବଳ ଲୋକଙ୍କୁ ମିଛ କୁହାଯାଉଛି। ଲୋକଙ୍କୁ ଭ୍ରମିତ କରି ଅଭିଯୋଗ କରିଥିବା ଶାହ ତୁରନ୍ତ କ୍ଷମା ମାଗିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos