‘ହମ୍‌ ହୋଙ୍ଗେ କାମ୍‌ୟାବ୍‌ ଏକ୍‌ ଦିନ୍‌’

ନୂଆଦିଲ୍ଲୀ: ‘ହମ୍‌ ହୋଙ୍ଗେ କାମ୍‌ୟାବ୍‌’ କଥା କହିଲେ ଆପଣଙ୍କୁ ହିନ୍ଦୀ ଫିଲ୍ମର ସେହି ପ୍ରସିଦ୍ଧ ଗୀତ କଥା ମନେ ପକାଇଦେବ। ଯେଉଁ ଗୀତ ଭାଙ୍ଗି ନପଡ଼ି ଭବିଷ୍ୟତର ବିଜୟ ନିଶ୍ଚିତ ବୋଲି କୁହେ ଏବଂ ଆଜି ନହେଲେ କାଲି ନିଶ୍ଚୟ ସଫଳତା ମିଳିବ କହେ ତାହା ଏବେ ଚର୍ଚ୍ଚାରେ। ଚନ୍ଦ୍ରଯାନ-୨ ମିଶନ୍‌ ଶେଷ ମୁହୂର୍ତ୍ତରେ ଆଂଶିକ ବିଫଳ ହେବାକୁ ନେଇ ଏହି ଗୀତ ଗୁଣୁଗୁଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ଚନ୍ଦ୍ରପୃଷ୍ଠ ଛୁଇଁବାର ଶେଷ ୨ ମିନିଟ୍‌ […]

kovind

Subrat Kumar Nayak
  • Published: Saturday, 07 September 2019
  • , Updated: 07 September 2019, 05:00 PM IST

ନୂଆଦିଲ୍ଲୀ: ‘ହମ୍‌ ହୋଙ୍ଗେ କାମ୍‌ୟାବ୍‌’ କଥା କହିଲେ ଆପଣଙ୍କୁ ହିନ୍ଦୀ ଫିଲ୍ମର ସେହି ପ୍ରସିଦ୍ଧ ଗୀତ କଥା ମନେ ପକାଇଦେବ। ଯେଉଁ ଗୀତ ଭାଙ୍ଗି ନପଡ଼ି ଭବିଷ୍ୟତର ବିଜୟ ନିଶ୍ଚିତ ବୋଲି କୁହେ ଏବଂ ଆଜି ନହେଲେ କାଲି ନିଶ୍ଚୟ ସଫଳତା ମିଳିବ କହେ ତାହା ଏବେ ଚର୍ଚ୍ଚାରେ। ଚନ୍ଦ୍ରଯାନ-୨ ମିଶନ୍‌ ଶେଷ ମୁହୂର୍ତ୍ତରେ ଆଂଶିକ ବିଫଳ ହେବାକୁ ନେଇ ଏହି ଗୀତ ଗୁଣୁଗୁଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଶନିବାର ଚନ୍ଦ୍ରପୃଷ୍ଠ ଛୁଇଁବାର ଶେଷ ୨ ମିନିଟ୍‌ ପୂର୍ବରୁ ଇସ୍ରୋ ସହ ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏଭଳି ମନୋବଳ ବଢ଼ାଇଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଏକ ଯୁବ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସେ ଏଭଳି କହିଛନ୍ତି।

ସେ କହିଥିଲେ, ସ୍ୱାମୀ ବିବେକାନନ୍ଦ ଯେଉଁଭଳି ଭାବେ ଯୁବକମାନଙ୍କ ପାଇଁ ଆଦର୍ଶ, ଇସ୍ରୋ ମୁଖ୍ୟ କେ ଶିବନ୍‌ ଏବଂ ତାଙ୍କ ସହଯୋଗୀ ବୈଜ୍ଞାନିକମାନେ ଦିନେ ମହାକାଶ କ୍ଷେତ୍ରରେ ଆମ ଦେଶର ଯୁବପିଢ଼ିଙ୍କ ଆଦର୍ଶ ସାଜିବେ।

ରାଷ୍ଟ୍ରପତି କୋବିନ୍ଦଙ୍କ ବ୍ୟତୀତ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗ୍‌ନାଥ୍‌ ମଧ୍ୟ ଇସ୍ରୋର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ କହିଛନ୍ତି ଏହା ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇପାରିଲାନି, ଭାରତ ମହାକାଶ ଜଗତରେ ଯେଉଁ ସ୍ତରକୁ ଯାଇଛି ତାହା ସମଗ୍ର ବିଶ୍ୱ ପାଇଁ ପ୍ରେରଣା ଦାୟକ। ଆମେ ଭବିଷ୍ୟତରେ ଇସ୍ରୋ ସହ ମିଳିତଭାବେ କାମ କରିବାକୁ ଆଗ୍ରହୀ।

Related story