ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଆଜି ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ

କୋଲକାତା: ପଶ୍ଚିମବଙ୍ଗରେ ବିଧାସନଭା ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଦକ୍ଷିଣ ୨୪ ପ୍ରଗଣା, କୋଲକତା ଦକ୍ଷିଣ ଏବଂ ହୁଗୁଳି ଜିଲ୍ଲାର ୫୩ଟି ଆସନରେ ଭୋଟ ଗ୍ରହଣ ଚାଲିଛି। ୧୪, ୫୦୦ଟି ବୁଥ୍‌ରେ ସକାଳ ୭ଟାରୁ ମତଦାନ ଚାଲିଛି। ଅପରାହ୍ନ ୫ଟା ଯାଏଁ ମତଦାନ ଚାଲିବ। ଆଜି ୪୩ ମହିଳାଙ୍କ ସହ ୩୪୯ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟ୍‌ର। ପ୍ରାୟ ୧ କୋଟି ୨୦ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ […]

election

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 04:34 AM IST

କୋଲକାତା: ପଶ୍ଚିମବଙ୍ଗରେ ବିଧାସନଭା ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଦକ୍ଷିଣ ୨୪ ପ୍ରଗଣା, କୋଲକତା ଦକ୍ଷିଣ ଏବଂ ହୁଗୁଳି ଜିଲ୍ଲାର ୫୩ଟି ଆସନରେ ଭୋଟ ଗ୍ରହଣ ଚାଲିଛି। ୧୪, ୫୦୦ଟି ବୁଥ୍‌ରେ ସକାଳ ୭ଟାରୁ ମତଦାନ ଚାଲିଛି। ଅପରାହ୍ନ ୫ଟା ଯାଏଁ ମତଦାନ ଚାଲିବ।

ଆଜି ୪୩ ମହିଳାଙ୍କ ସହ ୩୪୯ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟ୍‌ର। ପ୍ରାୟ ୧ କୋଟି ୨୦ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

ତେବେ ଏଥର ଚର୍ଚ୍ଚାରେ କୋଲକତାର ଭାବିନୀପୁର ଆସନ ରହିଛି।  ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ମମତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ନେତାଜୀ ସୁଭାଷ ବୋଷଙ୍କ ନାତି ଚନ୍ଦ୍ରକୁମାର ବୋଷ। ସେ ବିଜେପି ଟିକେଟ୍‌ରେ ଲଢୁଛନ୍ତି। ନିର୍ବାଚନୀ ହିଂସା ରୋକିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୯୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି।

Related story