କୋଲକାତା: କୋଲକାତାର ୨୦୦ ବର୍ଷ ପୁରୁଣା ରାଇଟରର୍ସ ବିଲ୍ଡିଂ ବା ବେଙ୍ଗଲ ବିଧାନସଭାରେ ବୋମା ଆତଙ୍କ। ଏ ନେଇ ମଙ୍ଗଳବାର ଅପରାହ୍ନରେ ବେଙ୍ଗଲ ପୋଲିସ ନିକଟକୁ ଲାଲବଜାରୁରୁ ଏକ ମେଲ ଆସିଥିଲା। ଏଥିରେ ବିଧାନସଭାକୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଉଲ୍ଲଖ ଥିଲା । ଏପରି ମେଲ ଆସିବା ପରେ କୋଲକାତା ପୋଲିସର ମୁଣ୍ଡ ବିନ୍ଧା ବଢି ଯାଇଥିଲା। ମେଲ ପାଇବାର ମାତ୍ର କିଛି କ୍ଷଣ ମଧ୍ୟରେ ବିଧାନସଭାରେ ବମ୍ ନିଷ୍କ୍ରିୟ ଟିମ, ସ୍ନିପର ଡଗ ଓ ବରିଷ୍ଠ ସୁରକ୍ଷାକର୍ମୀମାନେ ଉପସ୍ଥିତ ରହି ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। ଏହାସହ ବିଧାନସଭା ପରିସରରେ ଅଧିକ ଫୋର୍ସ ମୁତୟନ କରାଯାଇଥିଲା ।
ସୂଚନାଯୋଗ୍ୟ, ଏହି ବିଲ୍ଡିଂଟିକୁ ବ୍ରିଟିସ ସରକାର ୧୭୦୦ ମସିହାରେ ନିର୍ମାଣ କରିଥିଲେ। ଏବେ ଏହାକୁ ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ଆବାସ ଭାବେ ବ୍ୟବହାର କରାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ହରର ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଲା। ବାତିଲ ହେଲା ତାଙ୍କ ରେଜିଷ୍ଟ୍ରେସନ ।
National
ଆନ୍ଦୋଳନରେ ଲାଗିବ ବିରାମ; କାଲିଠୁ କାମରେ ଯୋଗ ଦେବେ ଜୁନିୟର ଡାକ୍ତର
ଆଜି ଆନ୍ଦୋଳନରୁ ଉଠିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଆଜି ଆଶିଂକ ରୂପେ ସମାପ୍ତ ହେବ ।
Crime
ବିଳମ୍ବ ପାଇଁ ଗାଳିଦେଲେ କଷ୍ଟମର, ଜୀବନ ହାରିଦେଲେ ଯୁବକ
ପୂରା ଘଟଣା ସେପ୍ଟେମ୍ବର ୧୧ରେ ଘଟିଥିଲା। ସେହିଦିନ ପବିତ୍ରନ କୋରାଟ୍ଟୁର ଅଞ୍ଚଳରେ ଖାଦ୍ୟ ଦେବାକୁ ଯାଇଥିଲେ।
National
ରାସ୍ତାରେ ଖାଲ ପାଇଁ ମୂଷାକୁ ଦାୟୀ କଲେ କର୍ମଚାରୀ, ଏମିତି ପଦକ୍ଷେପ ନେଲା କମ୍ପାନୀ
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ପ୍ରକଳ୍ପ କାମରେ କର୍ମଚାରୀ ଜଣଙ୍କ ନିୟୋଜିତ ଥିଲେ।
Crime
ରାସ୍ତାରେ ପଡ଼ିଥିଲା ସୁଟକେସ୍, ବାହାରିଲା ମହିଳାଙ୍କ ଖଣ୍ଡବିଖଣ୍ଡ ଶରୀର
ସୁଟକେସରୁ ମିଳିଥିବା ଖଣ୍ଡବିଖଣ୍ଡ ମୃତଦେହର ପରିଚୟ ମିଳିଛି। ଉକ୍ତ ମହିଳାଙ୍କ ନାଁ ଦୀପା। ତାଙ୍କ ଘର ମାଧବରାମ ଅଞ୍ଚଳରେ।