ଅଗଷ୍ଟ ୩୧ ଯାଏ ସପ୍ତାହକୁ ଦୁଇ ଦିନ ସଂପୂର୍ଣ୍ଣ ଲକଡାଉନ

କୋଲକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଅଗଷ୍ଟ ୩୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଅଗଷ୍ଟ ୩୧ ଯାଏ କୋହଳ ଭିତ୍ତିରେ ଲକଡାଉନ ପାଳନ ହେବାକୁ ଥିବା ବେଳେ ପ୍ରତି ସପ୍ତାହରେ ଦୁଇ ଦିନ ସଂପୂର୍ଣ୍ଣ ଲକଡାଉନ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ପୂର୍ବରୁ ଜୁଲାଇ ୩୧ ଯାଏ ସପ୍ତାହାନ୍ତ ଲକଡାଉନ ପାଳନ କରାଯିବ ବୋଲି ଘୋଷଣା ହୋଇଥିଲା। ହେଲେ […]

duya

Hemant Lenka
  • Published: Tuesday, 28 July 2020
  • , Updated: 28 July 2020, 06:25 PM IST

କୋଲକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଅଗଷ୍ଟ ୩୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଅଗଷ୍ଟ ୩୧ ଯାଏ କୋହଳ ଭିତ୍ତିରେ ଲକଡାଉନ ପାଳନ ହେବାକୁ ଥିବା ବେଳେ ପ୍ରତି ସପ୍ତାହରେ ଦୁଇ ଦିନ ସଂପୂର୍ଣ୍ଣ ଲକଡାଉନ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି।

ପୂର୍ବରୁ ଜୁଲାଇ ୩୧ ଯାଏ ସପ୍ତାହାନ୍ତ ଲକଡାଉନ ପାଳନ କରାଯିବ ବୋଲି ଘୋଷଣା ହୋଇଥିଲା। ହେଲେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଏହାର ଅବଧିକୁ ବୃଦ୍ଧି କରିଛନ୍ତି।

ସେ କହିଛନ୍ତି, ସପ୍ତାହକୁ ଦୁଇ ଦିନ ସଂପୂର୍ଣ୍ଣ ଭାବେ ଲକଡାଉନ ପାଳନ କାରାଯିବ। ପ୍ରତି ଶନିବାର ଓ ରବିବାର ସବୁ କିଛି ବନ୍ଦ ରହିବ। କିନ୍ତୁ ଚଳିତ ସପ୍ତାହରେ ଇଦ-ଉଲ-ଜୁହା ପଡ଼ୁଥିବାରୁ ସଂପୂର୍ଣ୍ଣ ଲକଡାଉନ ଅଗଷ୍ଟ ୧ ବଦଳରେ ଅଗଷ୍ଟ ୨ରେ ପାଳନ କରାଯିବ। ସେହିପରି ବୁଧବାର(ଅଗଷ୍ଟ ୫) ପୁଣି ଲକଡାଉନ ହେବ।

ଏହାପରେ ଅଗଷ୍ଟ ୮ ଓ ୯ରେ ବି ପୂରା ରାଜ୍ୟରେ ତାଲାବନ୍ଦ ପାଳନ ହେବ। ଅଗଷ୍ଟ ୧୫ ଶନିବାର ପଡ଼ୁଥିବାରୁ ଏହି ସମୟରେ ଲକଡାଉନ ନିୟମ କୋହଲ ହେବ। ତେବେ ଏହାପରେ ଅର୍ଥାତ ଅଗଷ୍ଟ ୧୬ ଓ ୧୭ ଲକଡାଉନ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଗଷ୍ଟ ଶେଷ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ସ୍ଥିତିରେ ସୁଧାର ଆସିଲେ ସେପ୍ଟେମ୍ବର ୫ରୁ ସ୍କୁଲ ଖୋଲିବା ପାଇଁ ବିଚାର କରାଯିବ।

Related story