ରାଜସ୍ଥାନ ପାଠ୍ୟ ପୁସ୍ତକରେ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବୀରତ୍ୱର କାହାଣୀକୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଛନ୍ତି। ନବମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ଅଭିନନ୍ଦନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେଉଥିବା ଶିକ୍ଷା ବର୍ଷଠାରୁ ଅଭିନନ୍ଦନଙ୍କ ବିଷୟରେ ଜାଣିବାକୁ ପାଇବେ। ରାଷ୍ଟ୍ରୀୟ ସୁରକ୍ଷା ଏବଂ ଶୌର୍ଯ୍ୟ ପରମ୍ପରା ଶୀର୍ଷକ ଥିବା ଏକ ଅଧ୍ୟାୟରେ ଅଭିନନ୍ଦନଙ୍କ ସମ୍ପର୍କରେ କୁହାଯାଇଛି। ଏହି ଅଧ୍ୟାୟରେ ପ୍ରଥମେ ପୁଲୱାମା ଆତଙ୍କୀ ହମ୍‌ଲା […]

a

Hemant Lenka
  • Published: Thursday, 16 May 2019
  • , Updated: 16 May 2019, 09:03 PM IST

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବୀରତ୍ୱର କାହାଣୀକୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଛନ୍ତି।

ନବମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ଅଭିନନ୍ଦନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେଉଥିବା ଶିକ୍ଷା ବର୍ଷଠାରୁ ଅଭିନନ୍ଦନଙ୍କ ବିଷୟରେ ଜାଣିବାକୁ ପାଇବେ। ରାଷ୍ଟ୍ରୀୟ ସୁରକ୍ଷା ଏବଂ ଶୌର୍ଯ୍ୟ ପରମ୍ପରା ଶୀର୍ଷକ ଥିବା ଏକ ଅଧ୍ୟାୟରେ ଅଭିନନ୍ଦନଙ୍କ ସମ୍ପର୍କରେ କୁହାଯାଇଛି। ଏହି ଅଧ୍ୟାୟରେ ପ୍ରଥମେ ପୁଲୱାମା ଆତଙ୍କୀ ହମ୍‌ଲା ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ତଥ୍ୟ ରହିଛି।

ଏହାପରେ ବୀର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭୂମିକା ସମ୍ପର୍କରେ କୁହାଯାଇଛି। ତେବେ ଏହି ବିଷୟବସ୍ତୁରେ କେନ୍ଦ୍ର ସରକାରଙ୍କ ଭୂମିକା କିମ୍ବା ଏୟାର ଷ୍ଟ୍ରାଇକ୍‌ରେ କେତେ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ, ସେ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ।

ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ ପକ୍ଷରୁ ବହିରେ ସାମିଲ ହୋଇଥିବା ବିଷୟବସ୍ତୁ ଅନୁଯାୟୀ, “ଫେବୃଆରୀ ୧୪ରେ ପୁଲୱାମା ଠାରେ ଆମ ଦେଶର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା।

ଏହାପରେ ଫେବୃଆରୀ ୨୬ରେ ବାୟୁସେନା ୧୨ ମିରାଜ-୨୦୦୦ ବିମାନ ଦ୍ୱାରା ବାଲାକୋଟ୍‌ରେ ଥିବା ଟେରର କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାର ପରଦିନ ପାକିସ୍ତାନର ଏଫ୍‌-୧୬ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଥିଲା। ଏହାର ମୁକାବିଲା ପାଇଁ ବାୟୁସେନା ବୀର କମାଣ୍ଡର ଅଭିନନ୍ଦନଙ୍କୁ ପଠାଇଥିଲା। ସେ ମିଗ-୧୨ ସାହାଯ୍ୟରେ ଶତ୍ରୁ ପକ୍ଷଙ୍କୁ ମାତ ଦେଇଥିଲେ।”

Related story