କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ

ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ଅପ୍ରତ୍ୟାଶିତ ଢଙ୍ଗରେ ଗତକାଲି ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। କିନ୍ତୁ କାର୍ଯ୍ୟକାଳ ପୂରଣ ହେବାର ବର୍ଷକ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। ତେବେ ଗିରୀଶ ମୁର୍ମୁ କାହିଁକି ଏଭଳି ଇସ୍ତଫା ଦେଲେ, ସେକଥା କେହି ଜାଣିପାରୁ ନାହାନ୍ତି। […]

c

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 02:14 PM IST

ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ଅପ୍ରତ୍ୟାଶିତ ଢଙ୍ଗରେ ଗତକାଲି ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। କିନ୍ତୁ କାର୍ଯ୍ୟକାଳ ପୂରଣ ହେବାର ବର୍ଷକ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି।

ତେବେ ଗିରୀଶ ମୁର୍ମୁ କାହିଁକି ଏଭଳି ଇସ୍ତଫା ଦେଲେ, ସେକଥା କେହି ଜାଣିପାରୁ ନାହାନ୍ତି। ବୁଧବାର ସନ୍ଧ୍ୟା ଯାଏ ଜମ୍ମୁ-କଶ୍ମୀରର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏକଥା ଆଦୌ ଜାଣି ପାରି ନଥିଲେ। ଏପରି କି ଗିରୀଶ ମୁର୍ମୁ ସବୁଦିନ ଭଳି ନିଜ ଅଫିସକୁ ଯାଇ କାର୍ଯ୍ୟ କରିଥିଲେ। ତେବେ ସନ୍ଧ୍ୟା ସମୟରେ କିଛି ଧାର୍ଯ୍ୟ ମିଟିଂ ବାତିଲ ହୋଇଯାଇଥିଲା।

ଗିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ୧୯୮୫ ବ୍ୟାଚ୍‌ର ଗୁଜରାଟ ଆଇଏଏସ କ୍ୟାଡର। ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ତାଙ୍କର ପ୍ରିନ୍ସପାଲ ସେକ୍ରେଟାରୀ ଥିଲେ। କୁହାଯାଏ, ମୁର୍ମୁଙ୍କ କାର୍ଯ୍ୟ କରିବା ଶୈଳୀ ଟିପିକାଲ ପ୍ରଶାସନିକ ଅଧିକାରୀଙ୍କ ଭଳି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ଦୁଇ ଖଣ୍ଡ କରାଯିବା ପରେ ସେଠାରେ ରାଜନୀତିକ ଶୂନ୍ୟତା ଦେଖିବାକୁ ମିଳିଛି। ତେଣୁ ଏଠାରେ ସବୁ କିଛି ଠାକ ଠାକ କରି ରଖିବା ପାଇଁ କେନ୍ଦ୍ର ସରକାର ଜଣେ ପ୍ରଶାସନିକ ଅଧିକାରୀଙ୍କ ଅପେକ୍ଷା ଜଣେ ରାଜେନତାଙ୍କୁ ନିଯୁକ୍ତ କରିବାକୁ ଚାହୁଁଥିଲେ। ଜଣେ ରାଜନେତା ହିଁ ଜମ୍ମୁ-କଶ୍ମୀର ବ୍ୟାପାରକୁ ଠିକ ଭାବେ ସମ୍ପାଦନ କରିପାରିବେ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ରାଜନୀତିକ ଶୂନ୍ୟତା କାରଣରୁ ଉପ ରାଜ୍ୟପାଳ ପଦରେ ରହୁଥିବା ବ୍ୟକ୍ତି ଜଣଙ୍କ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବ ଓ ସମାନ୍ତରାଳ ଭାବେ ପ୍ରଶାସନକୁ ମଧ୍ୟ ଚଳାଇ ପାରୁଥିବା ଦରକାର। ତେଣୁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମନୋଜ ସିହ୍ନାଙ୍କୁ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ଭାବେ ନିଯୁକ୍ତି ଦିଅଯାଇଛି।

ମନୋଜ ସିହ୍ନାଙ୍କ ପାଖରେ ରାଜନୀତିକ ଗୋଟି ଚାଳନା କରିବାର ଦକ୍ଷତା ରହିଛି। ସେହିପରି ସେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାରୁ ପ୍ରଶାସନକୁ ମଧ୍ୟ ଚଳାଇ ପାରିବେ ବୋଲି ଆଶା କରାଯାଉଛି।

ଅଗଷ୍ଟ ୫ରେ ଧାରା ୩୭୦ ହଟିବା ପରେ ଅଧିକାଂଶ ବଡ଼ବଡ଼ ଦଳର ରାଜନୀତିକ ନେତା ଅଟକ ହୋଇ ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪୦୦ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏଇ କିଛି ମାସ ମଧ୍ୟରେ ହାତ ଗଣତି ରାଜନେତାଙ୍କୁ ଅଟକ ଦଣ୍ଡରୁ ମୁକ୍ତି ଦିଆଯାଇଛି।

ଅନ୍ୟପକ୍ଷରେ କେବଳ ରାଜନୀତିକ ଶୂନ୍ୟତାକୁ ପୂରୁଣ କରିବା ପାଇଁ ଯେ ମନୋଜ ସିହ୍ନାଙ୍କୁ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ତାହା ନୁହେଁ ବରଂ ନିକଟରେ ଗିରୀଶ ଚନ୍ଦ୍ର ମୁର୍ମୁ ଦେଇଥିବା କିଛି ବୟାନ ବିବାଦ ମଧ୍ୟ ସୃଷ୍ଟି କରିଥିଲା।

ଗୋଟିଏ ସାକ୍ଷାତକାରରେ ଗିରୀଶ ମୁର୍ମୁ ଜମ୍ମୁ-କଶ୍ମୀରରେ ୪ ଜି ଇଣ୍ଟରନେଟ ସେବା ଆରମ୍ଭ କରିବା ସପକ୍ଷରେ ମତ ରଖିଥିଲେ। କଶ୍ମୀରବାସୀ ଇଣ୍ଟରନେଟକୁ କେଉଁଭଳି ଭାବେ ବ୍ୟବହାର କରିବେ ସେଥିପାଇଁ ସେ ଆଦୌ ଭୟଭୀତ ନୁହନ୍ତି। ଏଣୁ ଇଣ୍ଟରନେଟ ସେବା ଆରମ୍ଭ କରିବା ଦରକାର ବୋଲି ସେ କହିଥିଲେ।

କଶ୍ମୀରବାସୀ ଇଣ୍ଟରନେଟର ଅପବ୍ୟବହାର କରୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ବିରୋଧରେ ବୟାନ ଦେଉଥିବା ବେଳେ ଗିରୀଶ ମୁର୍ମୁଙ୍କ ଏହି ବୟାନ ବିବାଦ ସୃଷ୍ଟି କରିଥିଲା।

ସେହିପରି ବିଧାନସଭା ନିର୍ବାଚନ ଉପରେ ସେ ଦେଇଥିବା ବୟାନ ମଧ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ନେହରୁଙ୍କ ସମୟରେ ମଧ୍ୟ କଶ୍ମୀର ସ୍ଥିତିକୁ ନେଇ ପଟେଲଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା। ମୁର୍ମୁ ନିକଟରେ କହିଥିଲେ ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଶେଷ ହେବା ପରେ ହିଁ ନିର୍ବାଚନ ହେବ। ଏବେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି।

ଏହାର ପ୍ରତିକ୍ରିୟାରେ ଇସିଙ୍କ ପକ୍ଷରୁ କୁହାଯାଇଥିଲା ଯେ ନିର୍ବାଚନ କମିଶନକୁ ସମ୍ବିଧାନ ଅନୁସାରେ ଯେଉଁ ଦାୟିତ୍ୱ ଦିଆଯାଇଛି ବା କ୍ଷମତା ମିଳିଛି, ତା’କୁ ସମସ୍ତେ ସମ୍ମାନ କରିବା ଦରକାର। ତେଣୁ ଇସିଙ୍କ କାର୍ଯ୍ୟାଳୟ ବିନା ଆଉ କେହି ନିର୍ବାଚନ ପ୍ରକ୍ରିୟା ଉପରେ ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ। ଏହାକୁ ନେଇ ସରକାର ଉଭୟ କୋର୍ଟ ଓ ଲୋକଙ୍କ ଆଗରେ ସମାଲୋଚନାର ଶିକାର ହୋଇଥିଲେ।

ମୁର୍ମୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହୋଇଥିଲେ ହେଁ ସେ ଜଣେ ପ୍ରଶାସନିକ ଅଧିକାରୀ। ତେଣୁ ଜମ୍ମୁ-କଶ୍ମୀର ପ୍ରଶାସନରେ ଥିବା କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ପ୍ରଶାସନ ଠିକ ଭାବେ କାର୍ଯ୍ୟ କରିବା ଅସମ୍ଭବ ହୋଇ ପଡ଼ିଥିଲା।

ମୁର୍ମୁଙ୍କ ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଗୋଟିଏ ଗ୍ରୁପ୍‌ ଅନ୍ୟ ଗ୍ରୁପକୁ କାଉଣ୍ଟର କରିବା ସୁଯୋଗରେ ରହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଗିରୀଶ ମୁର୍ମୁଙ୍କୁ ପଦ ଛାଡ଼ିବାକୁ କୁହାଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

Related story