ହ୍ୱାଟସଆପର ନୂଆ ଫିଚର, ଅଟୋମେଟିକ୍ ଡିଲିଟ୍ ହୋଇଯିବ ମେସେଜ୍

ବେଙ୍ଗାଲୁରୁ: ହ୍ୱାଟସଆପ୍ ଚାଟିଂ ବିଭିନ୍ନ ସମୟରେ ଭାଇରାଲ ହୋଇ ଅନେକ ସମୟରେ ବ୍ୟକ୍ତିଗତ ଗୋପନୀୟତାକୁ ବିପଦରେ ପକାଉଛି। ଏହାକୁ ନେଇ ନେଇ ବିବାଦ ବଢ଼ିବା ପରେ ଫେସବୁକ ପକ୍ଷରୁ ନୂଆ ଫିଚର ଚଳିତ ମାସ ପାଖରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଯେଉଁଥିରେ ଜଣେ ମେସେଜ କରିଥିବା ବାର୍ତ୍ତା ଅଟୋମେଟିକ ସାତ ଦିନ ପରେ ଡିଲିଟ୍ ହୋଇଯିବ। ଏହି ଫିଚର ୟୁଜରଙ୍କୁ ସହଯୋଗ କରିବ ବୋଲି ଜଣାପଡ଼ିଛି। ତେବେ ଏଥିପାଇଁ ମେସେଜ୍ ‘ଡିସଆପିଅରିଙ୍ଗ୍’ ଅପସନକୁ ଅନ୍ ରଖିବାକୁ […]

WhatsApp

Subhransu Sekhar
  • Published: Thursday, 05 November 2020
  • , Updated: 05 November 2020, 05:12 PM IST

ବେଙ୍ଗାଲୁରୁ: ହ୍ୱାଟସଆପ୍ ଚାଟିଂ ବିଭିନ୍ନ ସମୟରେ ଭାଇରାଲ ହୋଇ ଅନେକ ସମୟରେ ବ୍ୟକ୍ତିଗତ ଗୋପନୀୟତାକୁ ବିପଦରେ ପକାଉଛି। ଏହାକୁ ନେଇ ନେଇ ବିବାଦ ବଢ଼ିବା ପରେ ଫେସବୁକ ପକ୍ଷରୁ ନୂଆ ଫିଚର ଚଳିତ ମାସ ପାଖରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଯେଉଁଥିରେ ଜଣେ ମେସେଜ କରିଥିବା ବାର୍ତ୍ତା ଅଟୋମେଟିକ ସାତ ଦିନ ପରେ ଡିଲିଟ୍ ହୋଇଯିବ। ଏହି ଫିଚର ୟୁଜରଙ୍କୁ ସହଯୋଗ କରିବ ବୋଲି ଜଣାପଡ଼ିଛି। ତେବେ ଏଥିପାଇଁ ମେସେଜ୍ 'ଡିସଆପିଅରିଙ୍ଗ୍' ଅପସନକୁ ଅନ୍ ରଖିବାକୁ ହେବ।

ଫେସବୁକ କହିଛି ଏହି ଫିଚର ଦ୍ୱାରା ଜଣେ ୟୁଜର ନିଜ ଚାଟିଂକୁ ନେଇ ଅଧିକ ସୁରକ୍ଷିତ ରହିପାରିବ। ହେଲେ ଡିଲିଟ୍ ହେବା ପୂର୍ବରୁ ଜଣେ ଚାହିଁଲେ ଫଟୋ ଉଠାଇ କିମ୍ୱା ସ୍କ୍ରିନ୍ ଶଟ୍ ରଖିପାରିବ।

ସୂଚନାଯୋଗ୍ୟ, ଫେସବୁକର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ସ୍ନାପଚାଟ୍ ଏକ ଫିଚର ରଖିଛି। ଯେଉଁଥିରେ ୨୪ ଘଣ୍ଟା ମଧ୍ୟରେ ଚାଟ୍ ଅଟୋମେଟିକ୍ ଡିଲିଟ୍ ହୋଇଯିବ।

ସୂଚନାଯୋଗ୍ୟ, ହ୍ୱାଟସଆପରେ ଭାରତର ୪୦୦ ମିଲଅନ୍ ଗ୍ରାହକ ରହିଛନ୍ତି। ଯେଉଁଥିରୁ ୧୫ ମିଲିଅନ୍ ଛୋଟ ବ୍ୟବସାୟୀ। ଏହି ବ୍ୟବସାୟୀ ଗ୍ରାହକଙ୍କ ସହ ଯୋଡ଼ି ହେବା ପାଇଁ ହ୍ୱାଟସଆପକୁ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ହ୍ୱାଟସଆପ୍ ଆକାଉଣ୍ଟ ଜରିଆରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବାକୁ ଯୋଜନା କରିଛି।

Related story