ହ୍ୱାଟ୍‌ସ୍‌ଆପ୍‌ ମେସେଜ୍‌କୁ ପିଆଇଏଲ୍‌ ଭାବେ ଗ୍ରହଣ କରାଯିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ହ୍ୱାଟ୍‌ସ୍‌ଆପ୍‌ ଦ୍ୱାରା ପଠାଯାଇଥିବା ମେସେଜ୍‌କୁ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଭାବେ ବିବେଚନା କରାଯିବା ନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। ଅଶୋକ ଅରୋରା ନାମକ ଜଣେ ଓକିଲ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ହ୍ୱାଟ୍ସଆପ୍‌ରେ ଏକ ମେସେଜ୍ ପଠାଇଥିଲେ ଓ ଏହାକୁ ପିଆଇଏଲ୍ ଭାବେ ଗ୍ରହଣ କରି ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ ଯେହେତୁ ପୋଷ୍ଟକାର୍ଡ ଏବଂ ଚିଠିଗୁଡ଼ିକୁ ପିଆଇଏଲ୍ ଭାବେ ଗ୍ରହଣ କରାଯାଉଛି ତେଣୁ ହ୍ୱାଟ୍‌ସ୍‌ଆପ୍ ମେସେଜ୍‌କୁ ମଧ୍ୟ […]

supreme-court

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 09:46 AM IST

ନୂଆଦିଲ୍ଲୀ: ହ୍ୱାଟ୍‌ସ୍‌ଆପ୍‌ ଦ୍ୱାରା ପଠାଯାଇଥିବା ମେସେଜ୍‌କୁ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଭାବେ ବିବେଚନା କରାଯିବା ନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଅଶୋକ ଅରୋରା ନାମକ ଜଣେ ଓକିଲ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ହ୍ୱାଟ୍ସଆପ୍‌ରେ ଏକ ମେସେଜ୍ ପଠାଇଥିଲେ ଓ ଏହାକୁ ପିଆଇଏଲ୍ ଭାବେ ଗ୍ରହଣ କରି ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ ଯେହେତୁ ପୋଷ୍ଟକାର୍ଡ ଏବଂ ଚିଠିଗୁଡ଼ିକୁ ପିଆଇଏଲ୍ ଭାବେ ଗ୍ରହଣ କରାଯାଉଛି ତେଣୁ ହ୍ୱାଟ୍‌ସ୍‌ଆପ୍ ମେସେଜ୍‌କୁ ମଧ୍ୟ ପିଆଇଏଲ୍‌ ଭାବେ ଶୁଣାଣି କରାଯାଇପାରିବ। ତେବେ ସୁପ୍ରିମ୍‌କୋର୍ଟ ତାଙ୍କର ହ୍ୱାଟ୍‌ସ୍‌ଆପ୍‌ ମେସେଜ୍‌କୁ ପିଆଇଏଲ୍‌ ଭାବେ ଗ୍ରହଣ କରି ଶୁଣାଣି କରିବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହା ପରେ ଅଶୋକ ଅରୋରା ଯଥାରୀତି ଏକ ପିଆଇଏଲ୍ ଦାଏର କରିଛନ୍ତି।

ସେ ତାଙ୍କ ଜନସ୍ୱାର୍ଥ ମାମଲାରେ ଦର୍ଶାଇଛନ୍ତି ଯେ ଦେଶର ନାଗରିକମାନେ (ଏଥିରେ ଓକିଲ, ବିଚାରପତି ଓ ରାଜନେତା ବି ସାମିଲ ଅଛନ୍ତି) ସେମାନଙ୍କର ମୌଳିକ କର୍ତ୍ତବ୍ୟଗୁଡ଼ିକ ସଂପୂର୍ଣ୍ଣ ଭାବେ ପାଳନ କରୁନାହାନ୍ତି। ତେଣୁ ଏମିତି ଏକ ପରିବେଶ ସୃଷ୍ଟି କରାଯିବା ଉଚିତ୍ ଯେଉଁଥିରେ ସମସ୍ତ ନାଗରିକ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିପାରିବେ।

ଅଶୋକ ଅରୋରା ଆମେରିକାରେ ରହନ୍ତି। ତେବେ ଏହି ଜନସ୍ୱାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଦାଖଲ କରିବା ପାଇଁ ସେ ଭାରତ ଆସିଛନ୍ତି। ସୁପ୍ରିମ୍‌କୋର୍ଟ ତାଙ୍କ ଆବେଦନ ଉପରେ ଆସନ୍ତା ସୋମବାର ଶୁଣାଣି କରିବେ।

Related story