ବଢ଼ିଲା ହ୍ୱାଟସଆପର ଅଡୁଆ, ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ: ବଢ଼ିଲା ହ୍ୱାଟସଆପର ଅଡୁଆ। ନୂଆ ଗୋପନୀୟତା ନୀତିକୁ ଏବେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହ୍ୱାଟସଆପର ନୂଆ ନୀତି ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଛି ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଆବେଦନକାରୀ ଓକିଲ ଚୌତନ୍ୟ ରୋହିଲା କହିଛନ୍ତି। ହ୍ୱାଟସଆପର ଏହି ଗୋପନୀୟତା ନୀତି ବାବଦରେ କୋର୍ଟ କଡା ନିର୍ଦ୍ଦେଶନାମା ଜାରି କରିବା ଦରକାର ବୋଲି ଆବେଦନକାରୀ କହିଛନ୍ତି। ଅନ୍ୟପଟେ ହ୍ୱାଟସଆପ ଅପଡେଟ ନୋଟିଫିକେସନକୁ ନେଇ ବିବାଦ ଉଠିବା ପରେ କେନ୍ଦ୍ର ସରକାର ଏ […]

whatsapp

whatsapp

Subhransu Sekhar
  • Published: Thursday, 14 January 2021
  • Updated: 14 January 2021, 07:58 PM IST

ନୂଆଦିଲ୍ଲୀ: ବଢ଼ିଲା ହ୍ୱାଟସଆପର ଅଡୁଆ। ନୂଆ ଗୋପନୀୟତା ନୀତିକୁ ଏବେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହ୍ୱାଟସଆପର ନୂଆ ନୀତି ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଛି ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଆବେଦନକାରୀ ଓକିଲ ଚୌତନ୍ୟ ରୋହିଲା କହିଛନ୍ତି। ହ୍ୱାଟସଆପର ଏହି ଗୋପନୀୟତା ନୀତି ବାବଦରେ କୋର୍ଟ କଡା ନିର୍ଦ୍ଦେଶନାମା ଜାରି କରିବା ଦରକାର ବୋଲି ଆବେଦନକାରୀ କହିଛନ୍ତି।

ଅନ୍ୟପଟେ ହ୍ୱାଟସଆପ ଅପଡେଟ ନୋଟିଫିକେସନକୁ ନେଇ ବିବାଦ ଉଠିବା ପରେ କେନ୍ଦ୍ର ସରକାର ଏ ନେଇ ସମୀକ୍ଷା କରୁଥିବା ଜଣାପଡ଼ିଛି। ଯଦିଓ ଜାନୁଆରୀ ୧୩ରେ ହ୍ୱାଟସଆପ ବିଭିନ୍ନ ଜାତୀୟ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଜରିଆରେ ସ୍ପଷ୍ଟୀକରଣ ରଖିଥିଲା ହେଲେ ବିଭିନ୍ନ ଏକ୍ସପର୍ଟ ଏହାକୁ ନେଇ ପ୍ରଶ୍ନ କରିବା ପରେ ଭାରତ ସରକାର ଏହାର ନୋଟିଫିକେସନ ଏବଂ ଅପଡେଟ ପଲିସି ବାବଦରେ ସମୀକ୍ଷା କରୁଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୮ ସୁଦ୍ଧା ନୋଟିଫିକେସନ ଉପରେ ସହମତି ପ୍ରକାଶ ନକଲେ ହ୍ୱାଟସଆପ ନିଷ୍କ୍ରିୟ ହୋଇଯିବ।

ବିଭିନ୍ନ ହ୍ୱାଟସଆପ ୟୁଜର ନୂଆ ନୋଟିଫିକେସନ ଜରିଆରେ ଆଶଙ୍କା କରିଛନ୍ତି ଯେ ସେମାନଙ୍କର ଗୋପନୀୟତା ଉଲ୍ଲଂଘନ ହୋଇପାରେ। ହ୍ୱାଟସଆପ୍ ନୂଆ ଅପଡେଟରେ ୟୁଜରଙ୍କ ସହ ଜଡିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ବ୍ୟବସାୟ  କାରବାର କରିବା ପାଇଁ ଚେଷ୍ଟା କରୁଛି।

ନୂଆ ଅପଡେଟ ନୀତି ସହମତି ହେବା ପରେ ୟୁଜରଙ୍କ ଲୋକେସନ, ଫୋନ୍ ନମ୍ବର, ଠିକଣା ଏବଂ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ସହିତ ବିଭିନ୍ନ ତଥ୍ୟ ଏକକୀକରଣ କରିବ। ଯାହାକୁ ଭାରତ ସମେତ ଅନେକ ଦେଶ ଏହି ନୂଆ ଅପଡେଟ ବ୍ୟକ୍ତିଗତ ଗୋପନୀୟତାକୁ ଉଲ୍ଲଂଘନ କରୁଥିବା ଦାବି କରିଛନ୍ତି।

ଦେଶରେ ଡାଟା ସୁରକ୍ଷାକୁ ନେଇ କୌଣସି ଆଇନ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ହ୍ୱାଟସଆପର ନୂଆ ନୀତି ସହ ଜଡିତ ଅନେକ ଦିଗକୁ ଦେଖୁଛନ୍ତି ସରକାର। ଯଦି ଅନ୍ୟ ଦେଶର ଉଦାହରଣ ଦେଖିବା ତାହେଲେ ୟୁରୋପୀୟ ୟୁନିଅନରେ ୟୁଜର ଚୁକ୍ତିରେ ହ୍ୱାଟ୍ସଆପ୍ ଯେଉଁ ପଲିସି ଅପଡେଟ୍ ଆଣିଛି, ତାହା ଭାରତର ଅପଡେଟ ନୋଟିଫିକେସନ ସହିତ ସମାନ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story