କେବେ କମିବ ଆଳୁ ଦର?

କୋଲକାତା: ପାର୍ବଣ ଋତୁରେ ଏବେ ଖାଇବା ପିଇବା ମହଙ୍ଗା ହୋଇଛି। ଆଳୁ, ପିଆଜ ଦାମ ଆକାଶଛୁଆଁ ହେବା ପରେ ଖାଉଟି ଏବେ ଦରଦାମ କେବେ କମିବ ସେ ନେଇ ଅନେଇ ବସିଛନ୍ତି। ତେବେ ବର୍ତମାନ ଖାଉଟିଙ୍କୁ ଅଧିକ ଚିନ୍ତାରେ ପକାଇଛି ଆଳୁ ଦର। ବଜାରରେ ଆଳୁ କିଲୋପିଛା ୪୦-୪୫ ଟଙ୍କା ରହିଥିବା ବେଳେ ପାଇକାରୀ ଦର କିଲୋ ପିଛା ୩୪ ଟଙ୍କା ପାଖାପାଖି ରହିଛି। ହଠାତ୍ ଆଳୁ ଦର ବୃଦ୍ଧି ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ‘ଉତ୍ତର […]

Potato

Potato

Subhransu Sekhar
  • Published: Friday, 06 November 2020
  • Updated: 06 November 2020, 07:42 PM IST

Sports

Latest News

କୋଲକାତା: ପାର୍ବଣ ଋତୁରେ ଏବେ ଖାଇବା ପିଇବା ମହଙ୍ଗା ହୋଇଛି। ଆଳୁ, ପିଆଜ ଦାମ ଆକାଶଛୁଆଁ ହେବା ପରେ ଖାଉଟି ଏବେ ଦରଦାମ କେବେ କମିବ ସେ ନେଇ ଅନେଇ ବସିଛନ୍ତି। ତେବେ ବର୍ତମାନ ଖାଉଟିଙ୍କୁ ଅଧିକ ଚିନ୍ତାରେ ପକାଇଛି ଆଳୁ ଦର। ବଜାରରେ ଆଳୁ କିଲୋପିଛା ୪୦-୪୫ ଟଙ୍କା ରହିଥିବା ବେଳେ ପାଇକାରୀ ଦର କିଲୋ ପିଛା ୩୪ ଟଙ୍କା ପାଖାପାଖି ରହିଛି।

ହଠାତ୍ ଆଳୁ ଦର ବୃଦ୍ଧି ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ 'ଉତ୍ତର ପ୍ରଦେଶରେ ଯେତେପର୍ଯ୍ୟନ୍ତ ନୂଆ ଆଳୁ ନଆସିଛି ସେଯାଏ ଆଳୁର ଦାମ କମିବା ସମ୍ଭାବନା କମ୍। ଆସନ୍ତା ମାସ ସୁଦ୍ଧା ୟୁପିରେ ନୂଆ ଆଳୁ ବଜାରକୁ ଆସିବ। ଏହାପରେ ଦର କମିବ ବୋଲି ଆଶା କରାଯାଉଛି। କାରଣ ଉତ୍ତରପ୍ରଦେଶ ହେଉଛି ଦେଶରେ ସର୍ବାଧିକ ଆଳୁ ଉତ୍ପାଦନକାରୀ ରାଜ୍ୟ। ୟୁପିର ଆଳୁ ବ୍ୟବସାୟୀମାନେ କହିଛନ୍ତି ଯେ ରାଜ୍ୟରେ ଅଧାରୁ ଅଧିକ ଶୀତଳ ଭଣ୍ଡାରରେ ଥିବା ଷ୍ଟକ୍ କମି ସାରିଛି। ଯାହା ବାକି ଅଛି ତାହା ଆସନ୍ତା ସପ୍ତାହ ମଧ୍ୟରେ ବଜାରକୁ ଆସିବ।

ୟୁପି କୋଲ୍ଡ ଷ୍ଟୋରେଜ୍ ଆସୋସିଏସନର ସଭାପତି ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ 'ଦିପାବଳୀ ବେଳେ ଆଳୁର ହୋଲସେଲ ମୂଲ୍ୟ ୪୦ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଦିପାବଳୀ ପରେ ନୂଆ ଫସଲ ଆସିବ, ଯାହା ପରେ ଦର ଧୀରେ ଧୀରେ କମିବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ତେବେ ଡିସେମ୍ବର ପ୍ରଥମ ସପ୍ତାହ ପରେ ଆଳୁର ଦାମ ଆହୁରି କମିବ ବୋଲି ଆଶା କରାଯାଉଛି।

ୟୁପି ବ୍ୟତୀତ ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଆଳୁର ମୂଲ୍ୟ ମଧ୍ୟ ବଢ଼ିଛି। ଏହି ଦୁଇଟି ରାଜ୍ୟ ମଧ୍ୟ ବଡ଼ ଆଳୁ ଉତ୍ପାଦନକାରୀ ରାଜ୍ୟ। ଚାଷୀଙ୍କୁ ଆଳୁ ବିହନ ପାଇଁ ଦୁଇଗୁଣ ମୂଲ୍ୟ ଦେବାକୁ ପଡ଼ିବ। ତେଣୁ ଏହି ରାଜ୍ୟ ଗୁଡ଼ିକରେ ମୂଲ୍ୟ ବୃଦ୍ଧି ହୋଇଛି। ଚଳିତ ବର୍ଷ ଆଳୁ ମଞ୍ଜିର ମୂଲ୍ୟ ଦ୍ୱିଗୁଣିତ ହୋଇ କିଲୋଗ୍ରାମ ପିଛା ୫୦ ଟଙ୍କା ହୋଇଛି।

ଉତ୍ତର ପ୍ରଦେଶରେ ଯୋଗୀ ସରକାର ଚାଷୀଙ୍କୁ ଆଳୁ ବିହନ କିଲୋ ପିଛା ୩୨ ଟଙ୍କା ଲେଖାଏଁ ଯୋଗାଉଛନ୍ତି। ଉତ୍ତର ପ୍ରଦେଶରେ ଆଳୁ ଉତ୍ପାଦନ ଚଳିତ ବର୍ଷ ୨୦% ହ୍ରାସ ପାଇ ୧୧.୨ ନିୟୁତ ଟନ୍ ହୋଇଥିବାବେଳେ ୨୦୧୯ ରେ ୧୫.୫ ନିୟୁତ ଟନ୍ ଆଳୁ ଉତ୍ପାଦନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story