ଦିନେଶ୍ୱର ଲିଭାଇବେ କାଶ୍ମୀର ବିବାଦର ନିଆଁ ! ଚାବି ଧରାଇଲା କେନ୍ଦ୍ର, କିଏ ଏହି ମହାନାୟକ ?

ନୂଆଦିଲ୍ଲୀ: କାଶ୍ମୀର ସମସ୍ୟାର ସମାଧାନ ପାଇଁ କେନ୍ଦ୍ରର ଆଉ ଏକ ଉଦ୍ୟମ ।  ପୂର୍ବତନ ଗୁଇନ୍ଦା ବିଭାଗ ମୁଖ୍ୟ ଦିନେଶ୍ୱର ଶର୍ମାଙ୍କୁ କାଶ୍ମୀରର ବିଭିନ୍ନ ସଂଗଠନ ସହ ଆଲୋଚନା କରିବା ପାଇଁ ନିଯୁକ୍ତ ଦିଆଯାଇଛି।  ୧୯୭୯ ବ୍ୟାଚର ଏହି ଆଇପିଏସ ଅଧିକାରୀ  ଜମ୍ମୁ କାଶ୍ମୀର ନିର୍ବାଚିତ ପ୍ରତିନିଧି, ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ  ସହ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଆଲୋଚନା କରିବେ।   କିନ୍ତୁ ସେ କାହା ସହ ଆଲୋଚନା କରିବେ ତାହା ତାଙ୍କର ବ୍ୟକ୍ତିଗତ […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 09:28 PM IST

ନୂଆଦିଲ୍ଲୀ: କାଶ୍ମୀର ସମସ୍ୟାର ସମାଧାନ ପାଇଁ କେନ୍ଦ୍ରର ଆଉ ଏକ ଉଦ୍ୟମ ।  ପୂର୍ବତନ ଗୁଇନ୍ଦା ବିଭାଗ ମୁଖ୍ୟ ଦିନେଶ୍ୱର ଶର୍ମାଙ୍କୁ କାଶ୍ମୀରର ବିଭିନ୍ନ ସଂଗଠନ ସହ ଆଲୋଚନା କରିବା ପାଇଁ ନିଯୁକ୍ତ ଦିଆଯାଇଛି।  ୧୯୭୯ ବ୍ୟାଚର ଏହି ଆଇପିଏସ ଅଧିକାରୀ  ଜମ୍ମୁ କାଶ୍ମୀର ନିର୍ବାଚିତ ପ୍ରତିନିଧି, ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ  ସହ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଆଲୋଚନା କରିବେ।   କିନ୍ତୁ ସେ କାହା ସହ ଆଲୋଚନା କରିବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।  କିଛି ଦିନ ଧରି ଜମ୍ମୁ କାଶ୍ମୀରରେ ବାରମ୍ବାର ହିଂସା ସୃଷ୍ଟି ହେବା ସହ ସୁରକ୍ଷା କର୍ମୀଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି।  ଏଥିସହ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ତେବେ ସେ ଏହି ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବେ ବୋଲି କହିଛନ୍ତି। ଆବଶ୍ୟକ ପଡ଼ିଲେ ସେ କାଶ୍ମୀରରେ ରହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

୧- ଦିନେଶ୍ୱର ଶର୍ମା ହେଉଛନ୍ତି କେରଳ କ୍ୟାଡରର ୧୯୭୯ ବ୍ୟାଚର ଆଇପିଏସ(ଅବସରପ୍ରାପ୍ତ) ଅଧିକାରୀ

୨-ସେ ୨୦୧୪ରୁ ୨୦୧୬ ମଧ୍ୟରେ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ଥିଲେ।

୩-ରାଜନାଥ ସିଂ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଦିନେଶ୍ୱର ୟୁପି ଗୋଇନ୍ଦା ବିଭାଗର ମୁଖ୍ୟ ଥିଲେ।

୪- ଦିନେଶ୍ୱରଙ୍କ ପ୍ରକୃତ ଘର ବିହାରରେ।

୫-ସେ ପ୍ରଥମେ ଆଇଏଫଏସ(ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ) ଏବଂ ପରେ ଆଇପିଏସରେ କୃତିତ୍ୱ ହାସଲ କରିଥିଲେ।

୬- ଗୋଇନ୍ଦା ନିର୍ଦ୍ଦେଶକ ଥିଲା ବେଳେ ସେ ଜାତୀୟ ସୁରକ୍ଷା ପରାମର୍ଷଦାତା ଅଜିତ ଡୋଭାଲଙ୍କ ସହ କାମ କରିଛନ୍ତି।

Related story