ଝାରଖଣ୍ଡର ନୂଆ ବାଦଶାହା ହେମନ୍ତ ସୋରେନ

ରାଞ୍ଚି: ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହେମନ୍ତ ସୋରେନ। ତାଙ୍କ ଦଳ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ଏଥର ଏକାଠି ନିର୍ବାଚନ ଲଢ଼ୁଥିଲେ। ଏହି ୩ ଦଳ ମିଳିତ ଭାବେ ବିଜେପିକୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଏନେଇ ଆନୁଷ୍ଠନିକ ଘୋଷଣା ବାକି ରହିଛି। କଂଗ୍ରେସ ମେଣ୍ଟ ଜିତିବା ପରେ ହେମନ୍ତ ସୋରେନ ହିଁ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ତେବେ ହେମନ୍ତ ସୋରେନ କିଏ? ୧: ହେମନ୍ତ ସୋରେନ ହେଉଛନ୍ତି ଝାରଖଣ୍ଡ […]

w

Hemant Lenka
  • Published: Monday, 23 December 2019
  • , Updated: 23 December 2019, 04:10 PM IST

ରାଞ୍ଚି: ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହେମନ୍ତ ସୋରେନ। ତାଙ୍କ ଦଳ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ଏଥର ଏକାଠି ନିର୍ବାଚନ ଲଢ଼ୁଥିଲେ। ଏହି ୩ ଦଳ ମିଳିତ ଭାବେ ବିଜେପିକୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛନ୍ତି।

ତେବେ ଏନେଇ ଆନୁଷ୍ଠନିକ ଘୋଷଣା ବାକି ରହିଛି। କଂଗ୍ରେସ ମେଣ୍ଟ ଜିତିବା ପରେ ହେମନ୍ତ ସୋରେନ ହିଁ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ତେବେ ହେମନ୍ତ ସୋରେନ କିଏ?

୧: ହେମନ୍ତ ସୋରେନ ହେଉଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଆଦିବାସୀ ନେତା ଶିବୁ ସୋରେନଙ୍କ ପୁଅ। ସେ ଝାରଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି।

୨: ହେମନ୍ତ ସୋରେନ ୧୯୭୫ ମସିହା ଅଗଷ୍ଟ ୧୦ରେ ରାମଗଡ଼ ଜିଲ୍ଲା ନେମ୍ରା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଶିବୁ ସୋରେନ ଓ ମା’ଙ୍କ ନାଁ ରୂପେଇ। ହେମନ୍ତ ସୋରେନ ମେକାନିକାଲ ଇଞ୍ଜିନିୟରିଂ କରିଥିବା କୁହାଯାଉଛି। ହେଲେ ସେ ୨୦୦୫ ଓ ୨୦୦୯ରେ ଦାଖଲ କରିଥିବା ସତ୍ୟପାଠରେ ଇଣ୍ଟରମେଡିଏଟ ପାସ ବୋଲି ଉଲ୍ଲେଖ କରିଛନ୍ତି।

୩: ସେ ୨୦୦୫ରେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିଥିଲେ। ତେବେ ଡୁମକାରୁ ନିର୍ବାଚନ ଲଢ଼ୁଥିବା ହେମନ୍ତଙ୍କୁ ବିଦ୍ରୋହୀ ଷ୍ଟିଫେନ ମାରାଣ୍ଡି ପରାସ୍ତ କରିଥିଲେ।

୪: ୨୦୦୯ରେ ତାଙ୍କ ବଡ଼ ଭାଇ ଦୁର୍ଗାଙ୍କ ମୃତ୍ୟୁ ଘଟିବାରୁ ଶିବୁ ସୋରେନଙ୍କ ଉତ୍ତରାଧିକାରୀ ଭାବେ ହେମନ୍ତ ହିଁ ଜେଏମଏମର ମଙ୍ଗ ସମ୍ଭାଳିଥିଲେ।

୫: ହେମନ୍ତ ସୋରେନ ୨୦୦୯ ଜାନୁଆରୀ ୨୪ରୁ ୨୦୧୦ ଜାନୁଆରୀ ୪ ଯାଏ ରାଜ୍ୟସଭା ସାଂସଦ ହୋଇଥିଲେ।

୬: ବିଜେପି, ଜେଏମଏମ, ଜେଡିୟୁ ଓ ଏଜେଏସ୍‌ୟୁ ସେପ୍ଟେମ୍ବରରେ ଝାରଖଣ୍ଡରେ ସରକାର ଗଠନ କରିଥିଲେ। ଅର୍ଜୁନ ମୁଣ୍ଡା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ହେମନ୍ତ ତାଙ୍କ ଡେପୁଟି ଭାବେ କାମ କରିଥିଲେ।

୭: ସେ ୨୦୧୩ରେ ରାଜ୍ୟର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ପଦରେ ସେ ୨୦୧୪ ଡିସେମ୍ବର ଯାଏ କାମ କରିଥିଲେ।

୮: ସେ ବରହାଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

୯: ଜାନୁଆରୀ ମାସରେ କଂଗ୍ରେସ, ଜେଭିଏମ-ପି ଓ ଆରଜେଡି ସହ ମହାଗଠବନ୍ଧନ ପାଇଁ ହେମନ୍ତ ଉଦ୍ୟମ ଆରମ୍ଭ କରିଥିଲେ।

୧୦: ଏହି ଆଲୋଚନା ସଫଳ ହୋଇଥିଲା ଏବଂ କଂଗ୍ରେସ-ଆରଜେଡି ଏକାଠି ଜେଏମଏମ ସହ ମିଶି ନିର୍ବାଚନ ଲଢ଼ିଥିଲେ।

Related story