ମୁମ୍ୱାଇ ପୁଲିସ କମିଶନରଙ୍କ ସ୍ତ୍ରୀ କିଏ? ଯିଏକି ୭ଟି କମ୍ପାନୀର ନିର୍ଦ୍ଦେଶକ

ନୂଆଦିଲ୍ଲୀ: ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂ ଏବେ ଚର୍ଚ୍ଚାରେ ରହିଛନ୍ତି। ବାର୍କ ଦ୍ୱାରା ଦାୟର ହୋଇଥିବା ଏଫଆଇଆର ଅନୁଯାୟୀ ଇଣ୍ଡିଆ ଟୁଡେକୁ ଟିଆରପି ଘୋଟାଲା କରାଯାଇଥିଲା। ହେଲେ ପରମବୀର ଇଣ୍ଡିଆ ଟୁଡେକୁ କ୍ଲିନ୍ ଚିଟ୍ ଦେଇ ରିପବ୍ଲିକ ଟିଭି ନାଁ ନେଇଛନ୍ତି। ଯାହାକୁ ନେଇ ସେ ଏବେ ପ୍ରଶ୍ନ ଘେରରେ। ଏହାରି ଭିତରେ ଜଣାପଡ଼ିଛି ତାଙ୍କ ସ୍ତ୍ରୀ ମଧ୍ୟ ଜଣେ କର୍ପୋରେଟ୍ ହାଉସର ପ୍ରଭାବଶାଳୀ ବ୍ୟକ୍ତି। ୧୯୮୮ ବ୍ୟାଚର ଆଇପିଏସ ଅଫିସର ପରମବୀରଙ୍କ ସ୍ତ୍ରୀ ସବିତା […]

param vir singh

Subhransu Sekhar
  • Published: Sunday, 11 October 2020
  • , Updated: 11 October 2020, 10:43 PM IST

ନୂଆଦିଲ୍ଲୀ: ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂ ଏବେ ଚର୍ଚ୍ଚାରେ ରହିଛନ୍ତି। ବାର୍କ ଦ୍ୱାରା ଦାୟର ହୋଇଥିବା ଏଫଆଇଆର ଅନୁଯାୟୀ ଇଣ୍ଡିଆ ଟୁଡେକୁ ଟିଆରପି ଘୋଟାଲା କରାଯାଇଥିଲା। ହେଲେ ପରମବୀର ଇଣ୍ଡିଆ ଟୁଡେକୁ କ୍ଲିନ୍ ଚିଟ୍ ଦେଇ ରିପବ୍ଲିକ ଟିଭି ନାଁ ନେଇଛନ୍ତି। ଯାହାକୁ ନେଇ ସେ ଏବେ ପ୍ରଶ୍ନ ଘେରରେ।

ଏହାରି ଭିତରେ ଜଣାପଡ଼ିଛି ତାଙ୍କ ସ୍ତ୍ରୀ ମଧ୍ୟ ଜଣେ କର୍ପୋରେଟ୍ ହାଉସର ପ୍ରଭାବଶାଳୀ ବ୍ୟକ୍ତି। ୧୯୮୮ ବ୍ୟାଚର ଆଇପିଏସ ଅଫିସର ପରମବୀରଙ୍କ ସ୍ତ୍ରୀ ସବିତା ସିଂ ସାତୋଟି କମ୍ପାନୀର ନିର୍ଦ୍ଦେଶକ। ଯେଉଁଥିରେ ଇଣ୍ଡିଆବୁଲ୍ସ ରହିଛି। ଏହି କମ୍ପାନୀର ଘୋଟାଲା ଦୀର୍ଘ ବର୍ଷ ଧରି ସନ୍ଦିଗ୍ଧ ଘେରରେ ରହିଛି। ଦେଶର ଅଗ୍ରଣୀ କମ୍ପାନୀ ହୋଇଥିଲେ ମଧ୍ୟ ଷ୍ଟକ ମାର୍କେଟରେ ଏହି କମ୍ପାନୀର ଶେୟାର ମୂଲ୍ୟ କମ୍ ରହିବା ନେଇ ସନ୍ଦେହ ଘେରରେ। ରିପବ୍ଲିକ ଟିଭି ନାଁରେ ଟିଆରପି ଘୋଟାଲା ଅଭିଯୋଗ ଆସିବା ପରେ ଚ୍ୟାନେଲର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ପରମବୀରଙ୍କୁ ଚେତାବନୀ ଦେବାକୁ ଯାଇ କହିଥିଲେ ତାଙ୍କ ଟିମ୍ ଇଣ୍ଡିଆବୁଲ୍ସ ଘୋଟାଲାର ପର୍ଦ୍ଦାଫାଶ କରିବ।

ସବିତା ସିଂ ରିଏଲ ଇଷ୍ଟେଟକୁ ନେଇ ଯେଉଁ ବିବାଦ ଉପୁଜେ ସେ ନେଇ ଗ୍ରାହକଙ୍କୁ ପରାମର୍ଶ ଦିଅନ୍ତି। ଏଥିସହ ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ ସେ ନିଜେ ପୁଞ୍ଜି ନିବେଶ କରିଛନ୍ତି।

ସବିତା ସିଂ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ପାସ୍ ଆଉଟ୍ ହୋଇଥିବା ବେଳେ ମୁମ୍ୱାଇରେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ ଏଲଆଇସି ହାଉସିଂ ପାଇନାନ୍ସ ଏବଂ ଶ୍ରେୟସ ହୋମ ମ୍ୟାନେଜମେଣ୍ଟର ବୋର୍ଡ ଅଫ୍ ଡିରେକ୍ଟର୍ସରେ ଅଛନ୍ତି। ସବିତା ସିଂ ୨୮, ମାର୍ଚ୍ଚ, ୨୦୧୮ରେ ଇଣ୍ଡିଆ ବୁଲ୍ସ ପ୍ରୋପଟିଜ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ।

Related story