ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା ସହ ଶିଳାନ୍ୟାସ କରିଛନ୍ତି। ଏହକୁ ନେଇ ହିନ୍ଦୁ ଧର୍ମାବଲମ୍ବୀମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ମୋଦି ମଧ୍ୟ ଭୂମି ପୂଜନ ପରେ ଏକ କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ ସମଗ୍ର ଦେଶ ଆଜି ରାମମୟ ହୋଇଥିବା କହିଛନ୍ତି। ତେବେ ଏହି ଭୂମି ପୂଜନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଠାରୁ ଆରମ୍ଭ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏଆଇଏମଆଇଏ ମୁଖ୍ୟ […]

ra

Hemant Lenka
  • Published: Wednesday, 05 August 2020
  • , Updated: 05 August 2020, 05:21 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା ସହ ଶିଳାନ୍ୟାସ କରିଛନ୍ତି। ଏହକୁ ନେଇ ହିନ୍ଦୁ ଧର୍ମାବଲମ୍ବୀମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।

ମୋଦି ମଧ୍ୟ ଭୂମି ପୂଜନ ପରେ ଏକ କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ ସମଗ୍ର ଦେଶ ଆଜି ରାମମୟ ହୋଇଥିବା କହିଛନ୍ତି। ତେବେ ଏହି ଭୂମି ପୂଜନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଠାରୁ ଆରମ୍ଭ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏଆଇଏମଆଇଏ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଓ ଅମିତ ଶାହ ପ୍ରମୁଖ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଆସନ୍ତୁ ଜାଣିବା ସେମାନେ କ’ଣ କହିଛନ୍ତି-

୧- ରାଷ୍ଟ୍ରପତି:- ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ସେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନାୟିକ ପ୍ରକ୍ରିୟା ଓ ଜନସାଧାରଣଙ୍କ ଉତ୍ସାହ, ସାମାଜିକ ସୌହାର୍ଦ୍ଦ୍ୟ ମଧ୍ୟରେ ହେଉଥିବା କହିଛନ୍ତି। ସେ କହିଛନ୍ତି, ମୋର ବିଶ୍ୱାସ ମନ୍ଦିର ପରିସର, ରାମରାଜ୍ୟର ଆଦର୍ଶ ଅନୁସାରେ ଆଧୁନିକ ଭାରତର ପ୍ରତୀକ ହେବ।

୨-ଉପରାଷ୍ଟ୍ରପତି:- ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ଅବସରରେ ପରିବାରର ସଦସ୍ୟଙ୍କ ସହ ରାମାୟଣ ପାଠ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଧର୍ମପତ୍ନୀ ଉଷା ନାଇଡୁ ଏବଂ ବ୍ୟକ୍ତିଗତ ସହାୟକ ମଧ୍ୟ ରାମାୟଣ ପାଠ କରିଥିବା ଫଟୋ ସାମ୍ନାକୁ ଆସିଛି।

୩-ରାହୁଲ ଗାନ୍ଧି:- କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ସର୍ବୋତ୍ତମ ମାନବୀୟ ଗୁଣର ସ୍ୱରୂପ। ସେ ପ୍ରେମ, କରୁଣା ଏବଂ ନ୍ୟାୟର ପ୍ରତୀକ ଅଟନ୍ତି। ଘୃଣା, କ୍ରୁରତା, ଅନ୍ୟାୟରେ ସେ ପ୍ରକଟ ହୁଅନ୍ତି ନାହିଁ।

୪-ଅସାଦୁଦ୍ଦିନ ଓୱେସୀ:- ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜନକୁ ନିନ୍ଦା କରିଛନ୍ତି ଏଆଇଏମଆଇଏ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ। ସେ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ମୋଦି ପ୍ରଧାନମନ୍ତ୍ରୀ ଭାବେ  ଯେଉଁ ଶପଥ ନେଇଥିଲେ, ତା’ର ଉଲ୍ଲଙ୍ଘନ କରିଛନ୍ତି। ଆଜି ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ପରାଜୟ ହୋଇଛି ଏବଂ ହିନ୍ଦୁତ୍ୱ ସଫଳ ହୋଇଛି।

୫- ଅମିତ ଶାହ:- ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଅସଂଖ୍ୟ ରାମ ଭକ୍ତ ଦୀର୍ଘ ଦଶନ୍ଧି ଧରି କରି ଆସିଥିବା ନିରନ୍ତର ତ୍ୟାଗ, ସଂଘର୍ଷ ଓ ବଳିଦାନର ଫଳ। ଆଜି ସେଭଳି ଲୋକଙ୍କୁ ମୁଁ ଶତଶତ ପ୍ରଣାମ କରୁଛି। ଜୟ ଶ୍ରୀରାମ।

Related story