କରୋନା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାରକୁ ହୁ’ର ନା

ୱାଶିଂଟନ: ମହାମାରୀ କରୋନା ଭାଇରସ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ରେଡ ପତାକା ଦେଖାଇଛି। ସାରା ବିଶ୍ୱରେ କରୋନା ପ୍ରତିଷେଧକ ଭାବେ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ବ୍ୟବହାର କରାଯାଉଥିଲେ ହେଁ ହୁ’ ଏହାର କ୍ଲିନିକାଲ ଟ୍ରାଏଲ ଉପରେ ରୋକ ଲଗାଇଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କରୋନା ରୋଗୀଙ୍କ ଉପରେ ଏହାର ବ୍ୟବହାର କରିବାକୁ ହୁ’ ମନା କରିଥିବା କହିଛି। ଏହି ଔଷଧର ବ୍ୟବହାର ଯୋଗୁ କରୋନା ରୋଗୀଙ୍କ ଲାଭ […]

df

df

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 03:30 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ରେଡ ପତାକା ଦେଖାଇଛି। ସାରା ବିଶ୍ୱରେ କରୋନା ପ୍ରତିଷେଧକ ଭାବେ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ବ୍ୟବହାର କରାଯାଉଥିଲେ ହେଁ ହୁ’ ଏହାର କ୍ଲିନିକାଲ ଟ୍ରାଏଲ ଉପରେ ରୋକ ଲଗାଇଛି।

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କରୋନା ରୋଗୀଙ୍କ ଉପରେ ଏହାର ବ୍ୟବହାର କରିବାକୁ ହୁ’ ମନା କରିଥିବା କହିଛି। ଏହି ଔଷଧର ବ୍ୟବହାର ଯୋଗୁ କରୋନା ରୋଗୀଙ୍କ ଲାଭ ଅପେକ୍ଷା କ୍ଷତି ଅଧିକ ହେଉଛି ବୋଲି ହୁ’ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ହୁ’ର ଏହି ପଦକ୍ଷେପକୁ ଲୋକମାନେ ସୋଶାଲ ମଡିଆରେ ତୀବ୍ର ନିନ୍ଦା କରିଛନ୍ତି। ଏପରି କି ଚାଇନା କଥାରେ ପଡ଼ି ହୁ’ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର କରିବାକୁ ମନା କରିଥିବା ସେମାନେ କହିଛନ୍ତି।

ନିକଟରେ ଦି ଲାନସେଟ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ କୁହାଯାଇଥିଲା ଯେ କରୋନା ଆକ୍ରାନ୍ତ ହାଇଡ୍ରୋକ୍ସି କ୍ଲୋରୋକୁଇନ ସେବନ କଲେ ପ୍ରାଣ ହରାଇବାର ଆଶଙ୍କା ଅଧିକ ରହିଛି। ଏପରି କି ସାଧାରଣ କରୋନା ରୋଗୀଙ୍କ ଅପେକ୍ଷା ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଉଥିବା କରୋନା ରୋଗୀ ଅଧିକ ସଂଖ୍ୟାରେ ପ୍ରାଣ ହରାଇଛନ୍ତି।

ହୁ’ ମୁଖ୍ୟ ଟେଡ୍ରୋସ ଆଧନୋମ ଘେବ୍ରିୟସ କହିଛନ୍ତି, ଏବେ ବିଶ୍ୱର ଏକାଧିକ ରାଷ୍ଟ୍ରର ହସ୍ପିଟାଲ କରୋନା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ ଉଦ୍ୟମ କରୁଛନ୍ତି। ଏପରି କି କିଛି ରାଷ୍ଟ୍ର କରୋନାକୁ ରୋକିବା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।

ହେଲେ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଏହାର କ୍ଲିନିକାଲ ଟ୍ରାଏଲ ବନ୍ଦ କରିବାକୁ ହୁ’ ନିର୍ଦ୍ଦେଶ ଦେଉଛି। ହୁ’ର କାର୍ଯ୍ୟନିର୍ବାହୀ ଗ୍ରୁପ ଅସ୍ଥାୟୀ ଭାବେ ଏହାର କ୍ଲିନିକାଲ ଟ୍ରାଏଲ ଉପରେ ରୋକ ଲଗାଇଛି। ତେବେ ଅନ୍ୟ ସମ୍ଭାବ୍ୟ ଔଷଧ ଓ ଟିକାର ଟ୍ରାଏଲ ଜାରି ରହିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos