ରାମଦେବଙ୍କ ପରେ କିଏ ହେବ ପତଞ୍ଜଳିର ଉତ୍ତରାଧିକାରୀ? ଯୋଗଗୁରୁ ନିଜେ ଖୋଲିଲେ ଗୁମର

ନୂଆଦିଲ୍ଲୀ: ରାମଦେବଙ୍କ ପତଞ୍ଜଳି ଏଫ୍‌ଏମ୍‌ସିଜି କଂପାନୀ ତା’ର ଚେରକୁ ବେଶ୍ ସୁଦୃଢ଼ କରିସାରିଛି। ତେବେ ଏବେ ପ୍ରାୟ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଯେ ଏହି କଂପାନୀକୁ ରାମ ଦେବଙ୍କ ପରେ କିଏ ସମ୍ଭାଳିବ। ଏହାର ଜବାବ ରାମଦେବ ଦେଇ ଦେଇଛନ୍ତି। କଂପାନୀର ଉତ୍ତରାଧିକାରୀଙ୍କୁ ସେ ବହୁ ଦିନରୁ ମନମୁତାବକ ବାଛି ସାରିଛନ୍ତି ବୋଲି ନିକଟରେ ଏକ ଟେଲିଭିଜନ ଚ୍ୟାନେଲ୍‌ରେ ଦେଇଥିବା ସାକ୍ଷାତକାରରେ କହିଥିଲେ। ରାମଦେବ କହିଥିଲେ,“ମୁଁ ଛୋଟ ଚିନ୍ତା କରେ ନାହିଁ। ମୁଁ ସବୁବେଳେ ବଡ଼ […]

patanjali

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 09:29 AM IST

ନୂଆଦିଲ୍ଲୀ: ରାମଦେବଙ୍କ ପତଞ୍ଜଳି ଏଫ୍‌ଏମ୍‌ସିଜି କଂପାନୀ ତା’ର ଚେରକୁ ବେଶ୍ ସୁଦୃଢ଼ କରିସାରିଛି। ତେବେ ଏବେ ପ୍ରାୟ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଯେ ଏହି କଂପାନୀକୁ ରାମ ଦେବଙ୍କ ପରେ କିଏ ସମ୍ଭାଳିବ। ଏହାର ଜବାବ ରାମଦେବ ଦେଇ ଦେଇଛନ୍ତି। କଂପାନୀର ଉତ୍ତରାଧିକାରୀଙ୍କୁ ସେ ବହୁ ଦିନରୁ ମନମୁତାବକ ବାଛି ସାରିଛନ୍ତି ବୋଲି ନିକଟରେ ଏକ ଟେଲିଭିଜନ ଚ୍ୟାନେଲ୍‌ରେ ଦେଇଥିବା ସାକ୍ଷାତକାରରେ କହିଥିଲେ।

ରାମଦେବ କହିଥିଲେ,“ମୁଁ ଛୋଟ ଚିନ୍ତା କରେ ନାହିଁ। ମୁଁ ସବୁବେଳେ ବଡ଼ ଚିନ୍ତା କରେ। ପତଞ୍ଜଳି କିପରି ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ ମୁଁ ସେ ନେଇ ଚିନ୍ତା କରୁଛି। ମୁଁ ଏଥିପାଇଁ ଉତ୍ତରାଧିକାରୀଙ୍କୁ ଛାଡ଼ି ଯିବି। ମୋର ଉତ୍ତରାଧିକାରୀ କୌଣସି ସାଂସାରିକ ବ୍ୟକ୍ତି ହେବେ ନାହିଁ।  ପତଞ୍ଜଳିର ଉତ୍ତରାଧିକାରୀ ହେବେ ମୋ ଦ୍ୱାରା ପରଖା ଯାଇଥିବା ୫୦୦ ସାଧୁଙ୍କର ଏକ ଟିମ୍।”

ଯୋଗ ଗୁରୁ ରାମଦେବ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷରେ ପତଞ୍ଜଳି ଏକ ଲକ୍ଷ କୋଟି ଟଙ୍କାର ଉତ୍ପାଦନ କ୍ଷମତା ହାସଲ କରିବ। ବର୍ତ୍ତମାନ କେବଳ ହରିଦ୍ୱାରରେ ପତଞ୍ଜଳିର ଉତ୍ପାଦନ କ୍ଷମତା ୧୫,୦୦୦ କୋଟି ଟଙ୍କା ରହିଛି। ସେହିପରି ତେଜପୁରରେ ଉତ୍ପାଦନ କ୍ଷମତା ୨୫,୦୦୦ କୋଟି ଟଙ୍କା ରହିଛି।

ସେ କହିଥିଲେ ଯେ କଂପାନୀ ଖୁବଶୀଘ୍ର ଜିନ୍ସ, ଟ୍ରାଉଜର୍ସ ଓ କୁର୍ତ୍ତା ଆଦି ଉତ୍ପାଦନ କରିବ।

୨୦୧୮-୧୯ରେ ପତଞ୍ଜଳି ୟୁନିଲିଭର ଓ ଅନ୍ୟ ବଡ଼ ବ୍ରାଣ୍ଡକୁ ଟେକ୍‌ଓଭର କରିବ ଏବଂ ୨୦୨୦-୨୧ ସୁଦ୍ଧା ଏହାକୁ ଦୁନିଆର ସବୁଠୁ ବଡ଼ ଏଫ୍‌ଏମ୍‌ସିଜି (ଫାଷ୍ଟ୍ ମୁଭିଂ କଂଜ୍ୟୁମର ଗୁଡ୍‌ସ) ବ୍ରାଣ୍ଡ କରିବାକୁ ଯୋଜନା ରଖାଯାଇଛି ବୋଲି ରାମଦେବ କହିଛନ୍ତି।

Related story