କାହିଁକି ବାରମ୍ବାର ବିସ୍ଫୋରଣ ହେଉଛି ସ୍ମାର୍ଟ ଫୋନ୍‌? ଜାଣନ୍ତୁ କିଛି କାରଣ ନିରାକରଣ

ଆଜିକାଲି ସ୍ମାର୍ଟ ଫୋନ୍‌ରେ ବ୍ୟାଟେରି ଫାଟିବା ଏକ ସାଧାରଣ ଘଟଣା ହୋଇଗଲାଣି।  ଯେତେ ଦାମୀ ଫୋନ୍‌ ହେଲେ ମଧ୍ୟ ବ୍ୟାଟେରି ଫାଟିବା ଅଭିଯୋଗ ଆସୁଛି। ନିକଟରେ  ଏକ ଜିଓ ୪ଜି  ଫୋନ୍‌ ଫାଟିଥିବା ଅଭିଯୋଗ ଆସିଥିବା ବେଳେ ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ସାମସଙ୍ଗ ଗାଲାକ୍ସି ଫୋନ୍‌ ଫାଟିଥିବା ଖବର ଆସିଥିଲା। ତେବେ ଏହି ଫୋନ୍‌ର ବ୍ୟାଟେରି ଫାଟୁଛି କାହିଁକି। ଏହା ପଛରେ କ’ଣ ରହିଛି ବୈଜ୍ଞାନକ କାରଣ ଆସିନ୍ତୁ ଜାଣିବା। ଯେହେତୁ ଚାହିଦା ଅନୁସାରେ […]

batery-1

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 05:06 PM IST

ଆଜିକାଲି ସ୍ମାର୍ଟ ଫୋନ୍‌ରେ ବ୍ୟାଟେରି ଫାଟିବା ଏକ ସାଧାରଣ ଘଟଣା ହୋଇଗଲାଣି।  ଯେତେ ଦାମୀ ଫୋନ୍‌ ହେଲେ ମଧ୍ୟ ବ୍ୟାଟେରି ଫାଟିବା ଅଭିଯୋଗ ଆସୁଛି। ନିକଟରେ  ଏକ ଜିଓ ୪ଜି  ଫୋନ୍‌ ଫାଟିଥିବା ଅଭିଯୋଗ ଆସିଥିବା ବେଳେ ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ସାମସଙ୍ଗ ଗାଲାକ୍ସି ଫୋନ୍‌ ଫାଟିଥିବା ଖବର ଆସିଥିଲା। ତେବେ ଏହି ଫୋନ୍‌ର ବ୍ୟାଟେରି ଫାଟୁଛି କାହିଁକି। ଏହା ପଛରେ କ’ଣ ରହିଛି ବୈଜ୍ଞାନକ କାରଣ ଆସିନ୍ତୁ ଜାଣିବା।

ଯେହେତୁ ଚାହିଦା ଅନୁସାରେ ଫୋନ୍ ଆକାର ବୃଦ୍ଧି ହେଉଛି ସେ ଦୃଷ୍ଟିରୁ ବ୍ୟାଟେରି କ୍ଷମତା ମଧ୍ୟ ବଢୁଛି।  ୫ ଇଞ୍ଚ ବିଶିଷ୍ଟ ମୋବାଇଲ ଗୁଡ଼ିକରେ ୫,୦୦୦ ଏମଏଚ୍‌ ବ୍ୟାଟେରୀ ଆସୁଛି। ତେବେ ଆପଣ ଯେତେ ଅଧିକ କ୍ଷମତା ବିଶିଷ୍ଟ ବ୍ୟାଟେରି ଥିବା ଫୋନ୍ କିଣିବେ ଏହା ସେତେ ବିପଦ।

କାରଣ ଅଧିକ କ୍ଷମତାଧାରୀ ବ୍ୟାଟେରି  ଗୁଡ଼ିକୁ ଯଥେଷ୍ଟ ଟାଣ ଏବଂ ମଜଭୁତ  ହେଉଥିବାରୁ ଏଥିରେ ଅଧିକ ଚାପ ସୃଷ୍ଟି ହୋଇଥାଏ। ତେଣୁ ଶୀଘ୍ର ଗରମ ହେବା ଯୋଗୁ  ଏହା ବିସ୍ଫୋରଣର କାରଣ ପାଲଟିଥାଏ। । ସେହିପରି ବ୍ୟାଟରି  ଭିତରେ ଲିଥିୟମ ଆଇଅନ୍ ଭଳି ସାମଗ୍ରୀ ଥିବା ବେଳେ ଏହା ବାହାର ଗରମ ବାୟୁ ସଂସ୍ପର୍ଷରେ ଆସିଲେ ବ୍ୟାଟରି  ଫାଟିଥାଏ। ଯଦି ଆପଣଙ୍କ ମୋବାଇଲ କେବେ ହାତରୁ ଖିସି ଯାଉଥିବ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ବ୍ୟାଟେରି ଲିକ୍‌ ହେଲେ ଏଭଳି ବିପଦ ରହିଛି। କାରଣ ବାହାର ଉତ୍ତାପ ବ୍ୟାଟେରି ଭିତରେ ପ୍ରବେଶ କଲେ ଫାଟିଥାଏ। ସେହିପରି ଅନ୍ୟଏକ କାରଣ ହେଲା ଯଦି ମୋବାଇଲକୁ ଆପଣ ଓଭରଚାଜିଂ କରୁଛନ୍ତି। ଏଭଳି ଅଧିକ ସମୟ ଚାର୍ଜକଲେ ବ୍ୟାଟେରିର ଆୟୁସ କମିଥାଏ। ବିପଦରୁ ରକ୍ଷା ପାଇବାର କିଛି ଉପାୟ ଜାଣନ୍ତୁ।  ମୋବାଇଲକୁ ଓଭରଚାର୍ଜିଂ କରନ୍ତୁ ନାହିଁ। ବିଛଣାରେ ରଖି ମୋବାଇଲ ଚାର୍ଜ କରନ୍ତୁ ନାର୍ହି। କାରଣ ଶୋଇଥିବା ବେଳେ ଅଚାନକ କେବେ ବ୍ୟାଟେରି ଫାଟେ ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି।

Related story