୨୦୧୨ରେ ପ୍ରଣବଙ୍କ ଉପରେ କାହିଁକି ରାଗି ଯାଇଥିଲେ ସୋନିଆ ?

ନୂଆଦିଲ୍ଲୀ: ୨୦୧୨ ମସିହାରେ ପ୍ରଣବ ମୁଖାର୍ଜୀଙ୍କ ଉପରେ ରାଗି ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସେହି ବର୍ଷ ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ତେବେ ଏ ଘଟଣାଟି ସେ ରାଷ୍ଟ୍ରପତି ହେବା ପୂର୍ବରୁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ହାତେଇବାକୁ ପ୍ରଣବ ମୁଖାର୍ଜୀ ମହାରାଷ୍ଟ୍ର ଗସ୍ତରେ ଯାଇଥିଲେ। ସେଠାରେ ସେ ଶିବସେନା ନେତା ବାଲ୍ ଠାକ୍‌ରେଙ୍କୁ ଭେଟିଥିଲେ। ଏହାକୁ ସୋନିଆ ହଜମ କରିପାର ନଥିଲେ। କାରଣ ଠାକ୍‌ରେଙ୍କୁ ନଭେଟିବା ପାଇଁ […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 08:32 AM IST

Sports

Latest News

ନୂଆଦିଲ୍ଲୀ: ୨୦୧୨ ମସିହାରେ ପ୍ରଣବ ମୁଖାର୍ଜୀଙ୍କ ଉପରେ ରାଗି ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସେହି ବର୍ଷ ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ତେବେ ଏ ଘଟଣାଟି ସେ ରାଷ୍ଟ୍ରପତି ହେବା ପୂର୍ବରୁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ହାତେଇବାକୁ ପ୍ରଣବ ମୁଖାର୍ଜୀ ମହାରାଷ୍ଟ୍ର ଗସ୍ତରେ ଯାଇଥିଲେ। ସେଠାରେ ସେ ଶିବସେନା ନେତା ବାଲ୍ ଠାକ୍‌ରେଙ୍କୁ ଭେଟିଥିଲେ। ଏହାକୁ ସୋନିଆ ହଜମ କରିପାର ନଥିଲେ। କାରଣ ଠାକ୍‌ରେଙ୍କୁ ନଭେଟିବା ପାଇଁ ସୋନିଆ ତାଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଆତ୍ମଜୀବନୀର ତୃତୀୟ ଭାଗରେ ଏକଥା ଉଲ୍ଲେଖ କରିଛନ୍ତି।

ପ୍ରଣବ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସ୍ୱର୍ଗତ ବାଲ୍‌ ଠାକ୍‌ରେ ସମର୍ଥନ ଜଣାଇଥିଲେ। ଏପରିକି ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ପ୍ରଣବଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରିଥିଲେ। ବାଲ୍‌ ଠାକ୍‌ରେଙ୍କୁ ଭେଟିବାକୁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ଏନ୍‌ସିପି ନେତା ଶରଦ ପାୱାର। ପ୍ରଣବ ମୁଖାର୍ଜୀ ଏକଥା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି।

ସୋନିଆଙ୍କ ବିରୋଧ ସତ୍ତ୍ୱେ ବାଲ୍ ଠାକ୍‌ରେଙ୍କୁ ସାକ୍ଷାତ କରିବା ପୂରାପୂରି ଠିକ୍ ଥିଲା ବୋଲି ପ୍ରଣବ ମୁଖାର୍ଜୀ ତାଙ୍କ ବହିରେ ଯୁକ୍ତି ବାଢ଼ିଛନ୍ତି। ସେ ଲେଖିଛନ୍ତି,“ଶରଦ ପାୱାର ମତେ କହିଥିଲେ ଯେ ମୁଁ ଯଦି ବାଲ୍ ଠାକ୍‌ରେଙ୍କୁ ସାକ୍ଷାତ ନ କରେ ତା’ହେଲେ ସେ (ଠାକ୍‌ରେ) ଏହାକୁ ତାଙ୍କ ପ୍ରତି ଅପମାନ ବୋଲି ଭାବି ନେବେ। ସୋନିଆ ଗାନ୍ଧି ମନା କରିଥିବା ସତ୍ତ୍ୱେ ମୁଁ ତାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଲି। ମୁଁ ବିଚାର କଲି ଯେଉଁ ବ୍ୟକ୍ତି ନିଜର ପାରମ୍ପରିକ ମେଣ୍ଟରୁ ବାହାରି ମୋର ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛନ୍ତି ସେ ଅପମାନିତ ବୋଧ କରିବା ଉଚିତ ନୁହେଁ। ବିମାନବନ୍ଦରରୁ ତାଙ୍କ ବାସଭବନକୁ ମୋତେ ନେଇଯିବାକୁ ମୁଁ ଶରଦ ପାୱାରଙ୍କୁ ଅନୁରୋଧ କରିଥିଲି। ମୋତେ ସେଠାରେ ତାଙ୍କର ସମର୍ଥକମାନେ ସ୍ୱାଗତ କରି ଘର ଭିତରକୁ ନେଇ ଯାଇଥିଲେ।”

ପ୍ରଣମ ମୁଖାର୍ଜୀ ଲେଖିଛନ୍ତି, ମୁମ୍ବାଇରୁ ଦିଲ୍ଲୀ ଫେରିବା ପରେ ତା’ ପରଦିନ ସକାଳେ ତାଙ୍କୁ ଦଳୀୟ ନେତା ଗିରିଜା ବ୍ୟାସ ଫୋନ୍ କରିଥିଲେ ଏବଂ କହିଥିଲେ ଯେ ସୋନିଆ ଗାନ୍ଧି ଓ ତାଙ୍କ ରାଜନୈତିକ ସଚିବ ଅହମଦ ପଟେଲ ତାଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି।

ପ୍ରଣବ ଲେଖିଛନ୍ତି,“ସେମାନେ ମୋ ଉପରେ ଖୁସି ନହେବାର କାରଣ ମୁଁ ବୁଝିପାରୁଛି। କିନ୍ତୁ ମୁଁ ଭାବୁଛି ମୁଁ ଯାହା କରିଥିଲି ତାହା ଠିକ୍ ଥିଲା। ମୁଁ ଶରଦ ପାୱାରଙ୍କ ପରାମର୍ଶର ସମ୍ବେଦନଶୀଳତାକୁ ବୁଝିଥିଲି। ତାଙ୍କ ଦଳ ୟୁପିଏ୨ର ଏକ ପ୍ରମୁଖ ଅଂଶୀଦାର ଥିଲା। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୟୁପିଏ-୨ରୁ ବାହାରି ସାରିଥିଲା ଓ ମୋ ପ୍ରାର୍ଥୀତ୍ୱକୁ ସମର୍ଥନ କରିବ ନାହିଁ ବୋଲି କହିସାରିଥିଲା। ଏଭଳି ଏକ ସମୟରେ ଶରଦଙ୍କ ପରାମର୍ଶ ନମାନିଥିଲେ ଆଉ ଏକ ଖରାପ ସ୍ଥିତି ସୃଷ୍ଟି ହୋଇଥାଆନ୍ତା। ୟୁପିଏକୁ ଆହୁରି ଦୁଇ ବର୍ଷ ଶାସନଗାଦିରେ ବସିବାର ଥିଲା। ଏହାର ଅଂଶୀଦାରଙ୍କ ବିନା ସହଯୋଗରେ ଏହା ଆଦୌ ସମ୍ଭବ ହୋଇନଥାଆନ୍ତା। ଏମିତି ବି ବିଭିନ୍ନ ପ୍ରସଙ୍ଗ ନେଇ ସେତେବେଳକୁ ଶରଦ ପାୱାର ମେଣ୍ଟ ଉପରେ ଅସନ୍ତୁଷ୍ଟ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos