କାହିଁକି ଦେବାଳିଆ ସ୍ଥିତିକୁ ଆସିଲା ୟେସ୍ ବ୍ୟାଙ୍କ?

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କଙ୍କ ମଧ୍ୟରେ ୟେସ୍ ବ୍ୟାଙ୍କ ଅନ୍ୟତମ। ଅଧିକ ପରିମାଣରେ ଋଣ ଦେଉଥିବାରୁ ଏହି ଘରୋଇ ବ୍ୟାଙ୍କ ପ୍ରତି ସମସ୍ତେ ଆକୃଷ୍ଟ ହୋଇଥାନ୍ତି। ହେଲେ କିଛି ଦିନ ହେବ ଏହି ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ ପ୍ରତିବନ୍ଧକ ଲଗାଇଛି। ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀ ଯେତେ ଟଙ୍କା ଜମା ରଖିଥାନ୍ତୁ ନା କାହିଁକି ସେ ୫୦ ହଜାରରୁ […]

yes-bank-1-1

Subhransu Sekhar
  • Published: Friday, 06 March 2020
  • , Updated: 06 March 2020, 06:07 PM IST

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କଙ୍କ ମଧ୍ୟରେ ୟେସ୍ ବ୍ୟାଙ୍କ ଅନ୍ୟତମ। ଅଧିକ ପରିମାଣରେ ଋଣ ଦେଉଥିବାରୁ ଏହି ଘରୋଇ ବ୍ୟାଙ୍କ ପ୍ରତି ସମସ୍ତେ ଆକୃଷ୍ଟ ହୋଇଥାନ୍ତି। ହେଲେ କିଛି ଦିନ ହେବ ଏହି ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ ପ୍ରତିବନ୍ଧକ ଲଗାଇଛି। ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀ ଯେତେ ଟଙ୍କା ଜମା ରଖିଥାନ୍ତୁ ନା କାହିଁକି ସେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି। ତେବେ ଆରବିଆଇ କାହିଁକି ଏଭଳି ନିଷ୍ପତ୍ତି ନେଲା?

୨୦୦୪ ରେ ରାଣା କପୁର ତାଙ୍କ ସମ୍ପର୍କୀୟ ଅଶୋକ କପୁରଙ୍କ ସହିତ ଆରମ୍ଭ ହୋଇଥିଲା ୟେସ୍ ବ୍ୟାଙ୍କ। ୨୬/୧୧ ମୁମ୍ବାଇ ଆକ୍ରମଣରେ ଅଶୋକ କପୁରଙ୍କ ମୃତ୍ୟୁ ଘଟିଥିଲା, ଏହାପରେ ଅଶୋକ କପୁରଙ୍କ ପତ୍ନୀ ମଧୁ କପୁର ଏବଂ ରାଣା କପୁରଙ୍କ ମଧ୍ୟରେ ବ୍ୟାଙ୍କର ମାଲିକାନାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କାରଣ ଅଶୋକଙ୍କ ପତ୍ନୀ ମଧୁ ତାଙ୍କ ଝିଅ ଶଗୁନଙ୍କୁ ବ୍ୟାଙ୍କ ବୋର୍ଡରେ ସାମିଲ୍ କରିବାକୁ ଚାହୁଁଥିଲେ। ଏହି ମାମଲା ମୁମ୍ବାଇ କୋର୍ଟରେ ପହଞ୍ଚିଥିଲା ଯେଉଁଥିରେ ରାଣା କପୁର ଏହି ବିଜୟ ହାସଲ କରିଥିଲେ। ଅଳ୍ପ ସମୟ ପାଇଁ ଯୁଦ୍ଧ ଶେଷ ହେଲା ଏବଂ ରଣଭୀର ଗିଲଙ୍କୁ ବ୍ୟାଙ୍କର ଏମଡି ଭାବରେ ନିଯୁକ୍ତ କରାଯାଇଥିଲା। ଏହି ସମୟ ମଧ୍ୟରେ, ବ୍ୟାଙ୍କ ଋଣଗ୍ରସ୍ତ ହୋଇଥିଲା। ଏହାପରେ ସମୟକ୍ରମେ ବ୍ୟାଙ୍କର ଶେୟାର ହୋଲ୍ଡର ସେମାନଙ୍କର ଅଂଶ ବିକ୍ରି କରିଥିଲେ।

ଅଂଶଧନ ବିକ୍ରି ହେବା ପରେ ରଣା କପୁର ମଧ୍ୟ ତାଙ୍କର ଶେୟାର ବିକ୍ରି କରିଥିଲେ। ସ୍ଥିତି ଏମିତି ହେଲା ଯେ ଅକ୍ଟୋବର ୨୦୧୯ ବେଳକୁ ରାଣା କପୁର ଏବଂ ତାଙ୍କ ଦଳର ଅଂଶଧନ ୪.୭୨ କୁ ଖସି ଆସିଥିଲା। ଅକ୍ଟୋବର ୩ ରେ ସିନିୟର ଗ୍ରୁପ୍ ସଭାପତି ରଜତ ମୋଙ୍ଗା ଇସ୍ତଫା ଦେଇଥିଲେ ଏହା ପୂର୍ବରୁ ସେପ୍ଟେମ୍ବରରେ ନିଜର ଅଂଶଧନ ବିକ୍ରି କରି ଦେଇଥିଲେ।

ୟେସ୍ ବ୍ୟାଙ୍କ୍ ଗ୍ରାହକଙ୍କ ତାଲିକାରେ ସାଧାରଣ ଗ୍ରାହକଙ୍କ ଅପେକ୍ଷା କର୍ପୋରେଟ୍ ଗ୍ରାହକ ଅଧିକ ଥିଲେ। ତେବେ ୟେସ୍ ବ୍ୟାଙ୍କ୍ ଯେଉଁମାନଙ୍କୁ ଋଣ ଦେଇଥିଲା ସେମାନେ ଏବେ ଦେବାଳିଆ ସ୍ଥିତିରେ ଅଛନ୍ତି। ତେଣୁ ଋଣ ଫେରସ୍ତ ନହେବାରୁ ବ୍ୟାଙ୍କ ଏବେ ଦେବାଳିଆ ସ୍ଥିତି ଦେଇ ଗତି କରୁଛି।

ୟେସ୍ ବ୍ୟାଙ୍କ ଉପରେ ୨୪ ହଜାର ନିୟୁତ ଡଲାରର ଋଣ ଅଛି। ହେଲେ ବ୍ୟାଙ୍କ ପାଖରେ ମାତ୍ର ୪୦ ବିଲିୟନ ଡଲାର (୨.୮୫ ଲକ୍ଷ କୋଟି ଟଙ୍କା) ର ବାଲାନ୍ସ ରହିଛି। ସରକାର ଏବେ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ ଚାହୁଁଛନ୍ତି। ତେଣୁ ବାଲାନ୍ସ ସିଟ୍ ବଢ଼ାଇବାକୁ ହେବ। ଏଥିପାଇଁ ବ୍ୟାଙ୍କ ଘରୋଇ ଋଣଦାତା ଏସବିଆଇ, ଏଚଡିଏଫସି, ଆକ୍ସିସ ବ୍ୟାଙ୍କ ଏବଂ ଏଲଆଇସି ସହିତ ଆଲୋଚନା କରୁଛି। କିନ୍ତୁ ଏହି ସବୁ ଘରୋଇ କମ୍ପାନୀମାନେ ସହମତି ପ୍ରକାଶ କରିପାରୁ ନାହାନ୍ତି। ଅଗଷ୍ଟ ୨୦୧୮ରେ ବ୍ୟାଙ୍କର ଶେୟାର ମୂଲ୍ୟ ୪୦୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ନଗଦ ଅଭାବ ହେତୁ ପ୍ରାୟ ୩୭ ଟଙ୍କା ରହିଛି। ବ୍ୟାଙ୍କର ବଜାର କ୍ୟାପ୍ ୮,୮୮୮.୪୦ କୋଟି ରହିଛି।

ସମସ୍ତ ପ୍ରତିବନ୍ଧକ ମଧ୍ୟରେ, ଆରବିଆଇ ବର୍ତ୍ତମାନ ୟେସ୍ ବ୍ୟାଙ୍କ୍ ବ୍ୟାଙ୍କର ସମ୍ପତ୍ତି ମୂଲ୍ୟାଙ୍କନ କରିବ। ଏହା ପରେ ପରବର୍ତ୍ତୀ ସମୟରେ କଣ କରାଯାଇପାରିବ ସେ ନେଇ ଆକଳନ କରିବ। ୩୦ ଦିନ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାରି ମଧ୍ୟରେ ଦେଶର ଚତୁର୍ଥ ବୃହତ୍ତମ ଘରୋଇ ବ୍ୟାଙ୍କର ମିଶ୍ରଣ କିମ୍ୱା ଟେକ୍ ଓଭର ନେଇ କୌଣସି ନିଷ୍ପତ୍ତି ନେଇପାରେ ଆରବିଆଇ।

Related story