ଭୋପାଲ୍: ରବିବାର ଅପରାହ୍ନରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ସିନେମା ହଲ ସାମ୍ନାରେ ତୁମୁଳକାଣ୍ଡ ଘଟିଥିଲା। ଜଣେ ବ୍ୟକ୍ତି ଯୁବତୀଙ୍କ ସହ ସିନେମା ଦେଖିବାକୁ ଆସିଥିଲେ। ଫିଲ୍ମ ହଲରୁ ବାହାରିବା ପରେ ସେହି ବ୍ୟକ୍ତିଙ୍କର ସ୍ତ୍ରୀ ଓ ଶାଳୀଙ୍କ ସହ ସାମ୍ନାସାମ୍ନୀ ହୋଇଥିଲା।
पत्नी और साली ने फिल्म देखकर निकले पति और सहकर्मी की कर दी पिटाई, @ndtvindia #MondayMorning pic.twitter.com/uaQKuMYrHe
— Anurag Dwary (@Anurag_Dwary) November 4, 2019
କିଛି କଥାବାର୍ତ୍ତା ହେବା ପୂର୍ବରୁ ସେହି ବ୍ୟକ୍ତିଙ୍କ ସ୍ତ୍ରୀ ଓ ଶାଳୀ ଯୁବତୀଙ୍କୁ ଟାଣି ଆଣି ନିର୍ଧୁମ ଛେଚିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଯୁବତୀ ଜଣଙ୍କ ମାଡ଼ ଖାଉଥିବାର ଦେଖି ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ଓ ଶାଳୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ତାଙ୍କ ସ୍ତ୍ରୀ ଓ ଶାଳୀର ମାଡ଼ରୁ ବର୍ତ୍ତି ନଥିଲେ। ଦୀର୍ଘ ସମୟ ଧରି ଏଭଳି ତୁମୁଳକାଣ୍ଡ ଚାଲିଥିଲା। ପରେ ପୁଲିସ ଆସି ବୁଝାସୁଝା କରିଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।