ହାଇଦ୍ରାବାଦ: ଅସହ୍ୟ ହେଲା ଋଣ ଭାର। ଅତ୍ୟଧିକ ସୁଦ୍ଧହାର ସୁଝିବା କଷ୍ଟକର ହୋଇ ପଡ଼ିଲା। ଋଣ ପରିଶୋଧ କରି ନପାରି ଶେଷ ରାସ୍ତାକୁ ବାଛି ନେଲେ ପରିବାର ଲୋକେ। ଋଣ ଭାର ସହି ନପାରି ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପେଡାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛ। ମିଳିଥିବା ସୂଚନା ଅନୁଯାୟୀ ଅତ୍ୟଧିକ ଋଣ ଉପରେ ଆକାଶ ଛୁଆଁ ସୁଦ୍ଧ ହାର ଥିବାରୁ ପରିବାର ଲୋକେ ସୁଝିବାକୁ ଅସମର୍ଥ ହୋଇ ଏଭଳି ଚରମ ପଦକ୍ଷେପକୁ ଆପଣେଇଛନ୍ତି ।
ପେଡାନା ଟାଉନ୍ର ୧୭ ନମ୍ବର ୱାର୍ଡ଼ରେ ରହୁଥିବା କସମ ପାଡମାନାଭାମ ଏବଂ ତାଙ୍କ ସ୍ତ୍ରୀ ନାଗା ଲିଳାବତୀ ଏବଂ ତାଙ୍କ ପୁଅ ରାଜା ନଗେନ୍ଦ୍ରମ ଆତ୍ମହତ୍ୟା କରିଛନ୍ତି। ସର୍କଲ ଇନ୍ସପେକ୍ଟର ଭିରାୟା ଗୌଡ଼ାଙ୍କ କହବା ଅନୁଯାୟୀ ଘଟଣାରେ ଏକ ମାମଲା ରୁଜୁ କରାଯିବ।
ଆତ୍ମହତ୍ୟାଜନିତ ମାମଲାରେ ଆର୍ଥିକ କିମ୍ବା ଅନ୍ୟାନ୍ୟ ନିର୍ଯାତନା ଖିଅକୁ ନେଇ ତଦନ୍ତ ହେବ। ଗୋଟିଏ ଘରେ ପରିବାର ଲୋକେ ଆତ୍ମତ୍ୟା କରିଥିବା ବେଳେ ମୃତ ଦେହ ଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ
୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି. ନାରାୟଣନଙ୍କ ପଖରେ ପ୍ରାୟ ୪ ଦଶନ୍ଧିର ଅନୁଭବ ରହିଛି।
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
National
ବ୍ରିଜ ଉପରୁ ୩୧ଟି କୁକୁରଙ୍କୁ ଫୋପାଡ଼ି ଦେଲେ
ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।
National
ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍
ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବାନ୍ଦ୍ରାସ୍ଥିତ ଘରେ ଏଥର ଜନ୍ମଦିନ ପାଳନ କରିନଥିଲେ ସଲମାନ।