ପିଟିପିଟି ହତ୍ୟା ଘଟଣା: ଆତ୍ମାହୁତି ଧମକ ଦେଲେ ମୃତକଙ୍କ ପତ୍ନୀ

ରାଞ୍ଚି: ଝାରଖଣ୍ଡରେ ତାବ୍ରେଜ୍‌ ଅନସାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିଲେ ହେଁ ପୁଲିସ୍‌ ଏହା ବିରୋଧରେ କୌଣସି ହତ୍ୟା ମାମଲା ରୁଜୁ କରିନାହିଁ। ପୁଲିସ୍‌ର ଏଭଳି ଆଚରଣରେ ହିତାଶ ହୋଇପଡ଼ିଥିବା ତାବ୍ରେଜଙ୍କ ପତ୍ନୀ ଆଜି ଆତ୍ମହୁତିର ଚେତାବନୀ ଦେଇଛନ୍ତି। ତାବ୍ରେଜଙ୍କ ପତ୍ନୀ ଶହିସ୍ତା ପରବୀନ ଆଜି ଡିସି ଓ ଏସପିଙ୍କୁ ଭେଟିଛନ୍ତି। ଏଥିସହ ସେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଏବେ ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ ୩୦୪ ଧାରାରେ ମାମଲା ରୁଜୁ କରିଛି। […]

weq

Hemant Lenka
  • Published: Monday, 16 September 2019
  • , Updated: 16 September 2019, 06:00 PM IST

ରାଞ୍ଚି: ଝାରଖଣ୍ଡରେ ତାବ୍ରେଜ୍‌ ଅନସାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିଲେ ହେଁ ପୁଲିସ୍‌ ଏହା ବିରୋଧରେ କୌଣସି ହତ୍ୟା ମାମଲା ରୁଜୁ କରିନାହିଁ। ପୁଲିସ୍‌ର ଏଭଳି ଆଚରଣରେ ହିତାଶ ହୋଇପଡ଼ିଥିବା ତାବ୍ରେଜଙ୍କ ପତ୍ନୀ ଆଜି ଆତ୍ମହୁତିର ଚେତାବନୀ ଦେଇଛନ୍ତି।

ତାବ୍ରେଜଙ୍କ ପତ୍ନୀ ଶହିସ୍ତା ପରବୀନ ଆଜି ଡିସି ଓ ଏସପିଙ୍କୁ ଭେଟିଛନ୍ତି। ଏଥିସହ ସେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଏବେ ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ ୩୦୪ ଧାରାରେ ମାମଲା ରୁଜୁ କରିଛି। କିନ୍ତୁ ୩୦୨ ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ ସେ କହିଛନ୍ତି। ଯଦି ପୁଲିସ୍‌ ତାଙ୍କ କଥା ନ ଶୁଣିବ, ତା’ହେଲେ ସେ ଡିସି ଅଫିସ ଆଗରେ ଆତ୍ମହୁତି ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ସମଗ୍ର ବିଶ୍ୱ ଦେଖିଛି ଯେ ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ଏହାସତ୍ତ୍ୱେ ଜିଲ୍ଲା ପ୍ରଶାସନ ମୋ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଲାଗିଛି। ଯଦି ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ନ ହୁଏ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ମୁଁ ବାଧ୍ୟ ହୋଇ ଜୀବନ ହାରିଦେବି।”
ଚଳିତ ବର୍ଷ ଜୁନ୍‌ ୧୭ରେ ତାବ୍ରେଜଙ୍କୁ କିଛି ଲୋକ ଜୟଶ୍ରୀରାମ ନାରା କହିବାକୁ ବାଧ୍ୟ କରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁନ୍‌ ୨୨ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ଭିଡିଓ ବେଶ ଭାଇରାଲ ମଧ୍ୟ ହୋଇଥିଲା।

ମାତ୍ର ୨ ମାସ ତଳେ ବିବାହ କରିଥିବା ପରବୀନଙ୍କୁ ସବୁଦିନ ପାଇଁ ତାବ୍ରେଜ ଛାଡ଼ି ଚାଲିଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ତାବ୍ରେଜଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାଁରେ ପୁଲିସ୍‌ ଚାର୍ଜଶିଟ୍‌ ଦାଖଲ କରିଛି।

Related story