ନୂଆଦିଲ୍ଲୀ: ଜାତିସଂଘ ଓ ଅନ୍ୟାନ୍ୟ ଦେଶ ପାଖରୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ନିରାଶ ହେବା ପରେ ଏବେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ଦ୍ୱାରସ୍ଥ ହେବ। ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଏହି ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ସେ କହିଛନ୍ତି ପାକିସ୍ତାନ ଏହି ପ୍ରସଙ୍ଗ ଯେଉଁଠି ଉଠାଉନା କାହିଁକି ଭାରତ ସଠିକ୍ ଜବାବ ଦେବ।
ଭାରତୀୟ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ କହିଛନ୍ତି ପ୍ରତ୍ୟେକ ଦେଶ ନିଜର ହିତ ପାଇଁ ବିକଳ୍ପ ରଣନୀତି ବ୍ୟବହାର କରିପାରିବେ। ଆମର ମଧ୍ୟ ଅଲଗା ଦୃଷ୍ଟିକୋଣ ରହିଛି। ପାକିସ୍ତାନ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗକୁ ବିଭିନ୍ନ ମଞ୍ଚରେ ଉଠାଇଛି। ହେଲେ ସବୁଥିରେ ଫେଲ୍ ମାରିଛି। ନିକଟରେ କୁଳଭୂଷଣ ଯାଦବ ମାମଲାରେ ମଧ୍ୟ ଆଇସିଜେ କୋର୍ଟରୁ ପାକିସ୍ତାନ ନିରାଶ ହୋଇଛି ବୋଲି ସେ କହିଛନ୍ତି।