ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧି ରାଜନୀତିକୁ ଆସିବା ପରେ ଗାନ୍ଧି ପରିବାର ଏକାଠି ହେବାର ସଙ୍କେତ ମିଳିଛି। ଏପରି ସ୍ଥିତିରେ କ’ଣ ବିଜେପି ସାଂସଦ ତଥା ରାହୁଲ ଗାନ୍ଧିଙ୍କ ଦାଦା ପୁଅ ଭାଇ ବରୁଣ ଗାନ୍ଧି କ’ଣ କଂଗ୍ରେସକୁ ଫେରିବେ କି? ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଆଜି ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି। ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଛନ୍ତି,“ ବରୁଣ ଗାନ୍ଧି କଂଗ୍ରେସ ଫେରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେକଥା ମୁଁ ଆଦୌ ଜାଣିନାହିଁ। ତେଣୁ ଏଥିରେ କେତେ ସତ୍ୟତା ଅଛି, ସେକଥା ମୁଁ ଜାଣିନାହିଁ।”
ବରୁଣ ଗାନ୍ଧି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ପୁଅ। ବରୁଣ ବିଜେପି ଟିକେଟ୍ରୁ ଉତ୍ତର ପ୍ରଦେଶର ସୁଲତାନପୁରରୁ ଲୋକସଭାକୁ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାର୍ ଭିତରୁ ମିଳିଲା ପୁଳା ପୁଳା ସୁନା, ୨ ଗିରଫ
ଚେକିଂ ବେଳେ କାର୍ ଭିତରୁ ୧୫ କେଜି ସୁନା ଜବତ ହୋଇଛି। କପଡା ଭିତରେ ଲୁଚାଇ ଅଭିଯୁକ୍ତମାନେ ଏହି ସୁନାକୁ ନେଇ ଯାଉଥିଲେ।
National
୪୦୦ ଟଙ୍କା ଦେବାକୁ କହିଲେ କ୍ୟାବ୍ ଡ୍ରାଇଭର, ଛୁରୀ ଭୁଷି ଦେଲା ନାବାଳକ
୪୦୦ ଟଙ୍କା ଭଡାକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ପରେ ଜଣେ ୨୬ ବର୍ଷୀୟ କ୍ୟାବ ଡ୍ରାଇଭରଙ୍କୁ ଯାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ମିଶି ଛୁରୀ ଭୁଷି ହତ୍ୟା କରିଛନ୍ତି।
National
GST କାଉନସିଲ୍ ବୈଠକ, ଶସ୍ତା ହୋଇପାରେ ଅନ୍ଲାଇନ୍ ଖାଦ୍ୟ
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଟିକସ ଛାଡ ହୋଇପାରେ। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍କୁ ଜିଏସ୍ଟି ମୁକ୍ତ କରାଯାଇପାରେ।
National
ଅପରାଧୀଙ୍କୁ ନ ଧରିବା ମହଙ୍ଗା ପଡ଼ିଲା;୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ
ମାମଲାଗୁଡ଼ିକ ୫ ବର୍ଷ, ୧୦ ବର୍ଷ ପଡ଼ି ରହିଥିବା ବେଳେ ନ୍ୟାୟ ପାଇଁ ଦୌଡ଼ୁଥିଲେ ସାଧାରଣ ଲୋକେ। ଏପରି ସାଂଘାତିକ ଘଟଣାର ଖୁଲାସା ହେବା ପରେ ୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।
National
ବ୍ୟାଙ୍କକ୍ରୁ ଆଣୁଥିଲେ ୧୧ କୋଟି ମୂଲ୍ୟର ଗଞ୍ଜେଇ, ବିମାନବନ୍ଦରରେ ଧରା ପଡ଼ିଗଲେ
ବିମାନ ବନ୍ଦରରୁ ଜବତ ହେଲା ୧୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ । ଜଣେ ଯାତ୍ରୀଙ୍କ ବ୍ୟାଗ୍ରୁ ଜବତ ହୋଇଛି ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ।