କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ହେବେ କି?

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ଭାଇରସକୁ ନେଇ ଚିନ୍ତିତ। ଯିଏ ବି କରୋନାର ଶିକାର ହେଉଛି ବା ସନ୍ଦିଗ୍ଧ ଅବସ୍ଥାରେ ରହୁଛି ସେମାନଙ୍କ ଚିକିତ୍ସା ମାସରେ ଅଧିକ ସମୟ ରହୁଛି। କେରଳରେ ତିନି କରୋନା ଆକ୍ରାନ୍ତ ଯଦିଓ ସୁସ୍ଥ ହୋଇ ଫେରିଛନ୍ତି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ସାରା ଭାରତରେ ଏବେ କରୋନାକୁ ନେଇ ସତର୍କ କରାଯାଉଛି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ […]

coronavirus

Subhransu Sekhar
  • Published: Thursday, 05 March 2020
  • , Updated: 05 March 2020, 07:53 PM IST

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ଭାଇରସକୁ ନେଇ ଚିନ୍ତିତ। ଯିଏ ବି କରୋନାର ଶିକାର ହେଉଛି ବା ସନ୍ଦିଗ୍ଧ ଅବସ୍ଥାରେ ରହୁଛି ସେମାନଙ୍କ ଚିକିତ୍ସା ମାସରେ ଅଧିକ ସମୟ ରହୁଛି। କେରଳରେ ତିନି କରୋନା ଆକ୍ରାନ୍ତ ଯଦିଓ ସୁସ୍ଥ ହୋଇ ଫେରିଛନ୍ତି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି।

ସାରା ଭାରତରେ ଏବେ କରୋନାକୁ ନେଇ ସତର୍କ କରାଯାଉଛି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ ସେହି ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ ଏହି ପ୍ରାଣଘାତୀ ଭାଇରସ ହେବ କି ନାହିଁ ତାହା ଏବେ ବିରାଟ ପ୍ରଶ୍ନବାଚୀ।

ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ଗୁରୁବାର ଏ ନେଇ ସ୍ପଷ୍ଟ କରିଛି। କରୋନାଭାଇରସ୍ ସମେତ ସମସ୍ତ ସଂକ୍ରାମକ ରୋଗ ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ବୀମା ପଲିସି ଅଧୀନରେ ରହିଛି। ଆଇଆରଡିଏ ହେଉଛି ୪୪ ଟି ସାଧାରଣ ବୀମା କମ୍ପାନୀର ସର୍ବୋଚ୍ଚ ସଂସ୍ଥା। ବୁଧବାର ବୀମା କମ୍ପାନୀମାନଙ୍କୁ କରୋନା ଭାଇରସକୁ ଏହାର ବର୍ତ୍ତମାନର ପଲିସିରେ ଅନ୍ତର୍ଭୁକ୍ତ କରିବାକୁ ଆଇଆରଡିଏ କହିଛି।

ସାଧାରଣ ବୀମା ନୀତି ଉପରେ ସଚେତନତା କାର୍ଯ୍ୟକ୍ରମ ସମୟରେ ଆଇଆରଡିଏର ଅଧ୍ୟକ୍ଷ ଏ.ଭି ଗିରିଜା କୁମାର କହିଛନ୍ତି, ସ୍ୱାସ୍ଥ୍ୟ ବୀମା ପଲିସି ସମସ୍ତ ପ୍ରକାରର ସଂକ୍ରାମକ ରୋଗକୁ ଅନ୍ତର୍ଭୁକ୍ତ କରିଥାଏ। ଏଥିରେ କରୋନା ଭାଇରସ ମଧ୍ୟ ରହିଛି। ନିୟାମକ ଆଇଆରଡିଏକୁ ଏକ ନୂତନ ନୀତି ପ୍ରସ୍ତୁତ କରିବାକୁ କହି ନାହାଁନ୍ତି।

Related story