ୱିଲସନ୍ ଏବଂ କୃଷ୍ଣା ପାଇବେ ଚଳିତବର୍ଷର ରମନ ମାଗ୍‌ସେସେ ପୁରସ୍କାର

ମୁମ୍ବାଇ: ଭରାତର ବେଜୱାଡ଼ା ୱିଲସନ୍ ଏବଂ ଟିଏମ କୃଷ୍ଣାଙ୍କୁ ଚଳିତବର୍ଷର ରମନ ମାଗ୍‌ସେସେ ପୁରସ୍କାର ପାଇଁ ବଛାଯାଇଛି। ବେଜୱାଡ଼ାଙ୍କୁ ସାମାଜିକ କର୍ମୀ ଓ କୃଷ୍ଣାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯାଉଛି। ବେଜୱାଡ଼ା ଏବଂ କୃଷ୍ଣାଙ୍କ ଛଡ଼ା ଆଉ ୪ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୫୦ ବର୍ଷୀୟ ୱାଲିସନ୍ ଉଚ୍ଚଶିକ୍ଷା ଲାଭ କରିବାରେ ନିଜ ପରିବାରର ପ୍ରଥମ ସଦସ୍ୟ। ଦଳିତଙ୍କ ସ୍ଥିତିରେ ସୁଧାର ଆଣିବା ଏବଂ ମାନବ ଜୀବନରେ […]

majwada

Rakesh Mallick
  • Published: Wednesday, 27 July 2016
  • , Updated: 28 July 2016, 09:55 AM IST

ମୁମ୍ବାଇ: ଭରାତର ବେଜୱାଡ଼ା ୱିଲସନ୍ ଏବଂ ଟିଏମ କୃଷ୍ଣାଙ୍କୁ ଚଳିତବର୍ଷର ରମନ ମାଗ୍‌ସେସେ ପୁରସ୍କାର ପାଇଁ ବଛାଯାଇଛି। ବେଜୱାଡ଼ାଙ୍କୁ ସାମାଜିକ କର୍ମୀ ଓ କୃଷ୍ଣାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯାଉଛି। ବେଜୱାଡ଼ା ଏବଂ କୃଷ୍ଣାଙ୍କ ଛଡ଼ା ଆଉ ୪ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

୫୦ ବର୍ଷୀୟ ୱାଲିସନ୍ ଉଚ୍ଚଶିକ୍ଷା ଲାଭ କରିବାରେ ନିଜ ପରିବାରର ପ୍ରଥମ ସଦସ୍ୟ। ଦଳିତଙ୍କ ସ୍ଥିତିରେ ସୁଧାର ଆଣିବା ଏବଂ ମାନବ ଜୀବନରେ ଗରିମା ସ୍ଥାପତି କରିବା ପାଇଁ ସେ ଆନ୍ଦୋଳନ ଆରମ୍ଭ କରିଥିଲେ।

୪୦ ବର୍ଷୀୟ କୃଷ୍ଣାଙ୍କ ଜନ୍ମ ଚେନ୍ନାଇର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ୬ ବର୍ଷ ବୟସରୁ ସେ କର୍ଣ୍ଣାଟକୀ ସଙ୍ଗୀତର ତାଲିମ ନେବା ଆରମ୍ଭ କରିଥିଲେ।

ସ୍ୱର୍ଗୀୟ ଏସ୍ ଶ୍ରୀନିବାସ ଆୟରଙ୍କ ଶିଷ୍ୟ କୃଷ୍ଣା ୯୦ ଦଶକରେ ଶାସ୍ତ୍ରୀୟ ସଙ୍ଗୀତର ଯୁବ ସଂଗଠନର ଅଧ୍ୟକ୍ଷ ଥିଲେ। କର୍ଣ୍ଣାଟକ ସଙ୍ଗୀତକୁ ସେ ଯୁବଗୋଷ୍ଠୀ ଏବଂ ପବ୍ଲିକ୍ ବିଦ୍ୟାଳୟରେ ପହଞ୍ଚାଇଛନ୍ତି।

Related story