ଦୁଇ ଦିନ ଘରେ ତାଲା ପକାଇ ନେପାଳୀ ଯୁବତୀଙ୍କୁ ଗଣଦୁଷ୍କର୍ମ

ଜୟପୁର:ରାଜସ୍ଥାନ ଜୟପୁରର ମୁହାନା ଥାନା ଅଞ୍ଚଳରେ ଜଣେ ୨୩ ବର୍ଷୀୟ ନେପାଳୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ଲୋକେଶ ସେନୀ (୧୯) ଓ କମଲ ସେନୀ (୨୪)। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଥାନା ଅଧିକାରୀ କହିଛନ୍ତି,“ ନେପାଳୀ ଯୁବତୀଙ୍କୁ  ଏହି ଦୁଇ ଅଭିଯୁକ୍ତ ଶୁକ୍ରବାର ଓ ଶନିବାର ଏକ ରୁମ୍‌ରେ ତାଲା […]

police

police

Jyoshna Pradhan
  • Published: Monday, 22 October 2018
  • Updated: 22 October 2018, 12:00 PM IST

Sports

Latest News

ଜୟପୁର:ରାଜସ୍ଥାନ ଜୟପୁରର ମୁହାନା ଥାନା ଅଞ୍ଚଳରେ ଜଣେ ୨୩ ବର୍ଷୀୟ ନେପାଳୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ଲୋକେଶ ସେନୀ (୧୯) ଓ କମଲ ସେନୀ (୨୪)। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଛି।

ଏହି ଘଟଣାକୁ ନେଇ ଥାନା ଅଧିକାରୀ କହିଛନ୍ତି,“ ନେପାଳୀ ଯୁବତୀଙ୍କୁ  ଏହି ଦୁଇ ଅଭିଯୁକ୍ତ ଶୁକ୍ରବାର ଓ ଶନିବାର ଏକ ରୁମ୍‌ରେ ତାଲା ପକାଇ ଦୁଷ୍କର୍ମ କରିଥିଲେ। ତେବେ ଗତକାଲି ଭୋର ପ୍ରାୟ ୩ଟା ବେଳେ ପୀଡ଼ିତା ଉଲଗ୍ନ ଅବସ୍ଥାରେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାରକୁ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ପୀଡ଼ିତାର ଚିକିତ୍ସା ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos