ଜନ୍ମଦିନରେ ଦୁଷ୍କର୍ମର ଶିକାର ହେଲେ ଯୁବତୀ, ୪ ଜଣଙ୍କ ନାଁରେ ଥାନାରେ ଏତଲା

ମୁମ୍ୱାଇ: ନିଜ ଜନ୍ମଦିନ ଭୋଜି ସାରି ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୯ ବର୍ଷୀୟ ଯୁବତୀ। ରାତିରେ ଘରକୁ ଫେରୁଥିବା ବେଳେ ୪ ଜଣ ଅଜଣା ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ମୁମ୍ୱାଇର ଚେମ୍ୱୁରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗତକାଲି ପୁଲିସ ଏହି ମାମଲାରେ ଏକ ‘ଜୀରୋ ଏଫଆଇଆର’ ରୁଜୁ କରିଛି। ଏହାପରେ ମାମଲାକୁ ଚୁନଭାଟି ପୁଲିସ ଷ୍ଟେସନକୁ ସ୍ଥାନାନ୍ତର କରିଛି। ସୂଚନାଯୋଗ୍ୟ, ଏହି ଦୁଷ୍କର୍ମ ଘଟଣା ଜୁଲାଇ ୭ […]

Sexual_Harassment

Subhransu Sekhar
  • Published: Saturday, 03 August 2019
  • , Updated: 03 August 2019, 03:00 PM IST
ମୁମ୍ୱାଇ: ନିଜ ଜନ୍ମଦିନ ଭୋଜି ସାରି ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୯ ବର୍ଷୀୟ ଯୁବତୀ। ରାତିରେ ଘରକୁ ଫେରୁଥିବା ବେଳେ ୪ ଜଣ ଅଜଣା ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ମୁମ୍ୱାଇର ଚେମ୍ୱୁରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଗତକାଲି ପୁଲିସ ଏହି ମାମଲାରେ ଏକ ‘ଜୀରୋ ଏଫଆଇଆର’ ରୁଜୁ କରିଛି। ଏହାପରେ ମାମଲାକୁ ଚୁନଭାଟି ପୁଲିସ ଷ୍ଟେସନକୁ ସ୍ଥାନାନ୍ତର କରିଛି।

ସୂଚନାଯୋଗ୍ୟ, ଏହି ଦୁଷ୍କର୍ମ ଘଟଣା ଜୁଲାଇ ୭ ତାରିଖ ଦିନ ହୋଇଥିଲା। କିନ୍ତୁ ଯୁବତୀ ଜଣଙ୍କ ଦୁଷ୍କର୍ମ ବାବଦରେ କାହାକୁ କିଛି କହିନଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୟାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏବଂ ପ୍ରତିଦିନ ସେ କାନ୍ଦୁଥିବା ଦେଖି ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ପରୀକ୍ଷା ପରେ ଯୁବତୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ଡାକ୍ତର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ। ଏହାପରେ ଯୁବତୀ ଜଣଙ୍କ ଦୁଷ୍କର୍ମ ଘଟଣା ବାବଦରେ ସବୁକଥା କହିଥିଲେ।

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ଦୁଷ୍କର୍ମକାରୀଙ୍କୁ ଧରିବାରେ ପୁଲିସ ସଫଳ ହେବ ବୋଲି ଚେମ୍ୱୁର ଥାନା ଅଧିକାରୀ ଦୀପକ ବିଜୟ କହିଛନ୍ତି।

Related story