ବିଜେପିର ଚିନ୍ତା ବଢ଼ାଇଲେ ଦଳର ମୁସଲିମ ନେତ୍ରୀ

ଭୋପାଲ: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଏବେ ଦଳ ମଧ୍ୟରୁ ବିରୋଧ ଆରମ୍ଭ ହୋଇଛି। ବିଜେପିର ମୁସଲିମ୍‌ ନେତ୍ରୀ ଫତିମା ରୋସୁଲ ସିଦ୍ଦିକ ଖୋଲାଖୋଲି ଭାବେ ସାଧ୍ୱୀଙ୍କୁ ବିରୋଧ କରିବା ସହ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଏଥିସହ ଯଦି ସାଧ୍ୱୀ ତାଙ୍କ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତା’ହେଲେ ସେ ତାଙ୍କ ସହ […]

swe

Hemant Lenka
  • Published: Friday, 26 April 2019
  • , Updated: 26 April 2019, 05:04 PM IST

ଭୋପାଲ: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଏବେ ଦଳ ମଧ୍ୟରୁ ବିରୋଧ ଆରମ୍ଭ ହୋଇଛି। ବିଜେପିର ମୁସଲିମ୍‌ ନେତ୍ରୀ ଫତିମା ରୋସୁଲ ସିଦ୍ଦିକ ଖୋଲାଖୋଲି ଭାବେ ସାଧ୍ୱୀଙ୍କୁ ବିରୋଧ କରିବା ସହ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ଏଥିସହ ଯଦି ସାଧ୍ୱୀ ତାଙ୍କ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତା’ହେଲେ ସେ ତାଙ୍କ ସହ କାମ କରିବେ ନାହିଁ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ବିଜେପିର ଚିନ୍ତା ବଢ଼ି ଯାଇଛି।

ଫତିମା କହିଛନ୍ତି, “ବିଜେପି ଭଲ ଦଳ। ଶିବରାଜ ସିଂହ ଚୌହାନଙ୍କ ପାଇଁ ମୁଁ ବିଜେପିରେ ସାମିଲ ହୋଇଥିଲି। କିନ୍ତୁ ଏବେ ସାଧ୍ୱୀ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ଏହା ମୁସଲିମ ସଂପ୍ରଦାୟର ଭାବାବେଗକୁ ଆଘାତ ଦେଇଛି। ମୁଁ କେବେ ହେଲେ ଅନ୍ୟ ଧର୍ମର ଭାବାବେଗକୁ ଆଘାତ ଦେବାରେ ବିଶ୍ୱାସ କରେନାହିଁ। ତେଣୁ କରି ସାଧ୍ୱୀ ନିକଟରେ ଦେଇଥିବା ମନ୍ତବ୍ୟ ପାଇଁ ଯେଉଁ ପର୍ଯ୍ୟନ୍ତ କ୍ଷମା ନ ମାଗିଛନ୍ତି, ସେ ଯାଏ ମୁଁ ତାଙ୍କ ସହ କାମ କରିବିନି ନାହିଁ ବୋଲି ନିଷ୍ପତ୍ତି ନେଇଛି।”

ନିକଟରେ ସାଧ୍ୱୀ ଟିଭି଼-୯କୁ ସାକ୍ଷାତକାର ଦେଇ ବାବ୍ରୀ ମସଜିଦ୍‌ ଭାଙ୍ଗି ଥିବାରୁ ମୁଁ ଗର୍ବ ଅନୁଭବ କରୁଛି ବୋଲି ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ତାଙ୍କୁ ନୋଟିସ୍‌ କରିଥିଲେ।

Related story