ଏପରି ଆସେ ମୃତ୍ୟୁ; ଫୋନ୍‌ରେ ଗପି ଗପି ସାପ ଉପରେ ବସିଗଲେ ମହିଳା

ଗୋରଖପୁର: ମୃତ୍ୟୁ କେତେବେଳେ କେଉଁ ରୂପ ଆସିବ ତାହାର କଳ୍ପନା କରିବା ମୁସ୍କିଲ୍‌। ମୋବାଇଲରେ କଥା ହେଉଥିବା ଜଣେ ମହିଳା ବେଡ୍‌ରେ ବସିଯିବା ପରେ ସେଠାରେ ତାଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ। ବେଡ୍‌ର ରଙ୍ଗୀନ ବେଡସିଟ୍‌ ଉପରେ ଖେଳୁଥିବା ୨ ସାପ ଚୋଟ ମାରିବାରୁ ଅକାଳରେ ଉଡ଼ିଗଲା ପ୍ରାଣବାୟୁ। ଏପରି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶା ଗୋରଖପୁରର ରିୟାନଭ୍‌ ଗ୍ରାମରେ। ମୃତା ମହିଳା ହେଉଛନ୍ତି ଜୟ ସିଂ ୟାଦବଙ୍କ ସ୍ତ୍ରୀ ଗୀତା। ଜୟ ସିଂ ଥାଇଲାଣ୍ଡରେ ରହୁଥିବା […]

snake-1..

Niharika Rout
  • Published: Thursday, 12 September 2019
  • , Updated: 12 September 2019, 01:14 PM IST

ଗୋରଖପୁର: ମୃତ୍ୟୁ କେତେବେଳେ କେଉଁ ରୂପ ଆସିବ ତାହାର କଳ୍ପନା କରିବା ମୁସ୍କିଲ୍‌। ମୋବାଇଲରେ କଥା ହେଉଥିବା ଜଣେ ମହିଳା ବେଡ୍‌ରେ ବସିଯିବା ପରେ ସେଠାରେ ତାଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ। ବେଡ୍‌ର ରଙ୍ଗୀନ ବେଡସିଟ୍‌ ଉପରେ ଖେଳୁଥିବା ୨ ସାପ ଚୋଟ ମାରିବାରୁ ଅକାଳରେ ଉଡ଼ିଗଲା ପ୍ରାଣବାୟୁ। ଏପରି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶା ଗୋରଖପୁରର ରିୟାନଭ୍‌ ଗ୍ରାମରେ। ମୃତା ମହିଳା ହେଉଛନ୍ତି ଜୟ ସିଂ ୟାଦବଙ୍କ ସ୍ତ୍ରୀ ଗୀତା।

ଜୟ ସିଂ ଥାଇଲାଣ୍ଡରେ ରହୁଥିବା ବେଳେ ଗୀତା ପରିବାର ସହ ଗାଁରେ ରୁହନ୍ତି। ଦିନେ ସ୍ୱାମୀଙ୍କ ସହ ଫୋନରେ କଥା ହେଉ ହେଉ ଗୀତା  ଯାଇ ବେଡରେ ବସିଗଲେ। ଉକ୍ତ ସମୟରେ ସେଠାରେ ଥିବା ୨ଟି ସାପ ତାଙ୍କ ଚୋଟ ମାରିଥିଲେ। ଫଳରେ ସେ ସଙ୍ଗେସଙ୍ଗେ ଅଚେତ ହୋଇପଡ଼ିଲେ।  ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୀତା ଘରେ ଥିବା ବେଳେ କ’ଣ ପାଇଁ ମୃତ୍ୟୁ ଘଟିଲା ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଗଲେ। ଏହାପରେ ପରିବାର ସଦସ୍ୟ ଓ ପଡୋଶୀ ଲୋକେ ମଧ୍ୟ କ’ଣ ପାଇଁ ମୃତ୍ୟୁ ହେଲା କାରଣ ଖୋଜୁଥିବା ବେଳେ ଉକ୍ତ ବେଡ ଉପରେ ସାପ ୨ଟି ଖେଳୁଥିବା ଦେଖିବାକୁ ପାଇଲେ। ଏହାପରେ  ପିଟିପିଟି ସାପ ୨ଟିକୁ ସେମାନେ ମାରି ଦେଇଥିଲେ।

Related story