ମୋଦିଙ୍କୁ ସୋନିଆଙ୍କ ଚିଠିର ପ୍ରଭାବ: ଆଗାମୀ ଅଧିବେଶନରେ ଲୋକସଭାରେ ଆଗତ ହୋଇପାରେ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିଠିର ପ୍ରଭାବ। ଲୋକସଭାର ଆସନ୍ତା ଅଧିବେଶନରେ ଆଗତ ହୋଇପାରେ ମହିଳା ସଂରକ୍ଷଣ ବିଲ୍‌। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗତକାଲି ସନ୍ଧ୍ୟାରେ ଏନେଇ କଂଗ୍ରେସର ନେତାଙ୍କ ସହ ଏକ ବୈଠକ କରିଥିଲେ। ବୈଠକରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅହମଦ ପଟେଲଙ୍କ ସହିତ ମୋତିଲାଲ ବୋରା ପ୍ରମୁଖ ଉପସ୍ଥିତ ଥିଲେ। କୁହାଯାଉଛି ମୋଦି ସରକାର ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଖୁବ୍ ଗମ୍ଭୀର ଅଛନ୍ତି। ତେଣୁ ସଂସଦର ଶୀତକାଳୀନ ଅଧିବେଶନରେ […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 08:46 AM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିଠିର ପ୍ରଭାବ। ଲୋକସଭାର ଆସନ୍ତା ଅଧିବେଶନରେ ଆଗତ ହୋଇପାରେ ମହିଳା ସଂରକ୍ଷଣ ବିଲ୍‌। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗତକାଲି ସନ୍ଧ୍ୟାରେ ଏନେଇ କଂଗ୍ରେସର ନେତାଙ୍କ ସହ ଏକ ବୈଠକ କରିଥିଲେ। ବୈଠକରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅହମଦ ପଟେଲଙ୍କ ସହିତ ମୋତିଲାଲ ବୋରା ପ୍ରମୁଖ ଉପସ୍ଥିତ ଥିଲେ। କୁହାଯାଉଛି ମୋଦି ସରକାର ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଖୁବ୍ ଗମ୍ଭୀର ଅଛନ୍ତି। ତେଣୁ ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରାଯାଇପାରେ।

ଚିଠିରେ ସୋନିଆ କ’ଣ ଲେଖିଥିଲେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋନିଆ ଗାନ୍ଧି ପଠାଇଥିବା ଏହି ଚିଠିରେ ଲେଖିଥିଲେ,“୨୦୧୦ରେ ରାଜ୍ୟସଭାରେ ଆମ ପାଖରେ ସଂଖ୍ୟା ଗରିଷ୍ଠତା ଥିଲା ଓ ଆମେ ସେଠାରେ ମହିଳା ସଂରକ୍ଷଣ ବିଲ୍‌କୁ ପାସ୍‌ କରାଇଥିଲୁ। ବର୍ତ୍ତମାନ ଲୋକସଭାରେ ଆପଣଙ୍କ ପାଖରେ ବହୁମତ ରହିଛି। ଆପଣ ଏଠାରେ ଏହି ବିଲ୍‌କୁ ପାସ୍ କରାନ୍ତୁ। କଂଗ୍ରେସ ଆପଣଙ୍କୁ ସାହାଯ୍ୟ କରିବ।” ଏହି ଚିଠିରେ ସୋନିଆ ଆହୁରି ମଧ୍ୟ ଲେଖିଥିଲେ ଯେ କଂଗ୍ରେସ ଲାଲୁ ଯାଦବ, ମୁଲାୟମ ସିଂହ ଯାଦବ ଓ ଶରଦ ଯାଦବଙ୍କ ବିରୋଧ ସତ୍ତ୍ୱେ ରାଜ୍ୟସଭାରେ ଏହି ବିଲ୍ ପାରିତ କରାଇଥିଲା।

ମହିଳା ସଂରକ୍ଷଣ ବିଲ୍‌ରେ ଲୋକସଭା ଓ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ରହିଛି। ଏହି ବିଲ୍‌କୁ ପାସ୍ କରାଗଲେ ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ସୋନିଆ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।

Related story