ସ୍ୱାମୀ ଝଗଡ଼ା ନ କରି ଅଧିକ ଭଲ ପାଉଥିବାରୁ ଛାଡ଼ପତ୍ର ପାଇଁ ପତ୍ନୀଙ୍କ ଆବେଦନ

ଲକ୍ଷ୍ନୌ: ମାତ୍ର ୧୮ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀସ୍ତ୍ରୀ ବେଶ ସୁଖରେ ରହୁଥିଲେ। କିନ୍ତୁ ଏବେ ହଠାତ୍‌ ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଛନ୍ତି। ତେବେ ଏହାର କାରଣ ଜାଣିଲେ, ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ବାହାଘରର ୧୮ ମାସ ମଧ୍ୟରେ ସ୍ୱାମୀ ଜଣଙ୍କ କେବେ ହେଲେ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରିନାହାନ୍ତି। ଏପରି କି ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି। ସ୍ୱାମୀ ଜଣଙ୍କ ଅଧିକ […]

aa

Hemant Lenka
  • Published: Saturday, 22 August 2020
  • , Updated: 22 August 2020, 05:22 PM IST

ଲକ୍ଷ୍ନୌ: ମାତ୍ର ୧୮ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀସ୍ତ୍ରୀ ବେଶ ସୁଖରେ ରହୁଥିଲେ। କିନ୍ତୁ ଏବେ ହଠାତ୍‌ ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଛନ୍ତି। ତେବେ ଏହାର କାରଣ ଜାଣିଲେ, ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ବାହାଘରର ୧୮ ମାସ ମଧ୍ୟରେ ସ୍ୱାମୀ ଜଣଙ୍କ କେବେ ହେଲେ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରିନାହାନ୍ତି। ଏପରି କି ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି। ସ୍ୱାମୀ ଜଣଙ୍କ ଅଧିକ ଭଲ ପାଉଥିବାରୁ ପତ୍ନୀ ଜଣଙ୍କ ଛାଡ଼ପତ୍ର ଦେବାକୁ ଆବେଦନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଉତ୍ତର ପ୍ରଦେଶର ସମ୍ବଲ ଜିଲ୍ଲାରେ ଏହି ଘଟଣା ଘଟିଛି। ସମ୍ବଲର ଶାରିଆ କୋର୍ଟରେ ପତ୍ନୀ ଜଣଙ୍କ ଛାଡ଼ପତ୍ରର କାରଣ କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମହିଳା ଜଣଙ୍କ କହିଛନ୍ତି, ସ୍ୱାମୀଙ୍କ ଅଧିକ ଭଲ ପାଇବାକୁ ସେ ସହ୍ୟ କରିପାରୁ ନାହାନ୍ତି। ଗତ ୧୮ ମାସ ମଧ୍ୟରେ ସେ ଗୋଟିଏ ଥର ବି ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିନାହାନ୍ତି। ଝଗଡ଼ା ନ କରିବାରୁ ସେ ସ୍ୱାମୀଙ୍କ ସହ ରହି ଫେଡ ଅପ ହୋଇଗଲେଣି। ସ୍ୱାମୀ ଜଣଙ୍କ ରୋଷେଇ ଓ ଘର କାମରେ ମଧ୍ୟ ପତ୍ନୀଙ୍କୁ ସହଯୋଗ କରନ୍ତି। କୌଣସି ପ୍ରସଙ୍ଗରେ ବି ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀଙ୍କ ଉପରେ ଚିତ୍କାର କରନ୍ତି ନାହିଁ କିମ୍ବା କିଛି ବି ଅଭିଯୋଗ କରନ୍ତି ନାହିଁ। ଏଭଳି ପରିବେଶରେ ରହି ମହିଳା ଜଣଙ୍କ ଅଣନିଶ୍ୱାସୀ ହୋଇଯାଉଥିବା କହିଛନ୍ତି।

ମହିଳା ଜଣଙ୍କ ଆହୁରି କହିଛନ୍ତି, “ମୁଁ ଯେତେବେଳେ କିଛି ଭୁଲ କରେ ସେ ମୋତେ କ୍ଷମା କରି ଦିଅନ୍ତି। ମୁଁ ତାଙ୍କ ସହ ଯୁକ୍ତି କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଏହାକୁ ଅଣଦେଖା କରିଦିଅନ୍ତି।”

କୋର୍ଟର ମୌଲବୀ ଏହା ଶୁଣି ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଏହାପରେ ସେ ମହିଳାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଦେଇଛନ୍ତି। ମୌଲବୀ ଜଣଙ୍କ ଶୁଣାଣି ବେଳେ ଛାଡ଼ପତ୍ର ପାଇଁ ଆଉ କିଛି କାରଣ ରହିଛି କି ବୋଲି ପ୍ରଶ୍ନ କରିଥିଲେ। ହେଲେ ମହିଳା ଜଣଙ୍କ ଏହାର ଉତ୍ତରରେ ନା କହିଛନ୍ତି।

ମୌଲବୀଙ୍କ ପାଖରେ ନିରାଶ ହେବା ପରେ ମହିଳା ଜଣଙ୍କ ସ୍ଥାନୀୟ ପଞ୍ଚାୟତରେ ଆବେଦନ କରିଥିଲେ। ସେଠାରେ ମଧ୍ୟ ଏହି କାରଣ ପାଇଁ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ସ୍ୱାମୀ ଜଣଙ୍କ କହିଛନ୍ତି, ମୁଁ କିଛି ବି ଭୁଲ କରିନାହିଁ। କେବଳ ପରଫେକ୍ଟ ସ୍ୱାମୀ ହେବାକୁ ଚେଷ୍ଟା କରିଛି।

Related story