କଂଗ୍ରେସ କ୍ଷମତାକୁ ଆସିଲେ ପାସ୍‌ ହେବ ମହିଳା ସଂରକ୍ଷଣ ବିଲ!

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ଥୋପ ଫୋପାଡ଼ିବା ଆରମ୍ଭ କରିଛନ୍ତି। ଗତକାଲି କଂଗ୍ରେସ କ୍ଷମତାକୁ ଆସିଲେ ସବୁ ଗରିବଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ମିଳିବ ବୋଲି କହିଥିବା ରାହୁଲ ଆଜି ଆଉ ଏକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, “ ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଫେରେ, ତା’ହେଲେ ସଂସଦରେ ପ୍ରଥମେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବ। କ୍ଷମତାକୁ ଆସିଲା ପରେ ଏହି ବିଲ୍‌ […]

o

Hemant Lenka
  • Published: Tuesday, 29 January 2019
  • , Updated: 29 January 2019, 08:52 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ଥୋପ ଫୋପାଡ଼ିବା ଆରମ୍ଭ କରିଛନ୍ତି। ଗତକାଲି କଂଗ୍ରେସ କ୍ଷମତାକୁ ଆସିଲେ ସବୁ ଗରିବଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ମିଳିବ ବୋଲି କହିଥିବା ରାହୁଲ ଆଜି ଆଉ ଏକ ପ୍ରତିଶ୍ରୁତି ଦେଇଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି, “ ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଫେରେ, ତା’ହେଲେ ସଂସଦରେ ପ୍ରଥମେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବ। କ୍ଷମତାକୁ ଆସିଲା ପରେ ଏହି ବିଲ୍‌ ହିଁ କଂଗ୍ରେସର ମୁଖ୍ୟ ପ୍ରାଥମିକତା ରହିବ।”

ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ଗାନ୍ଧି କହିଛନ୍ତି,“ଆମେ ଏଥର ଅଧିକ ମହିଳା ପ୍ରାର୍ଥୀ ଦେବାକୁ ଚାହୁଁଛୁ। ୨୦୧୯ରେ ଆମେ ନିର୍ବାଚନ ଜିତିବା ପରେ ଆମର ପ୍ରଥମ କାମ ହେବ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବା।

ଆମେ ମହିଳାଙ୍କୁ ଉଚ୍ଚ ସ୍ଥାନରେ ବସାଇବାକୁ ଚାହୁଁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୫ ବର୍ଷ କାଳ ଖାଲି ମିଛ କହି ସମସ୍ତଙ୍କ ସମୟ ନଷ୍ଟ କରିଛନ୍ତି। ସେ ଯୁବଗୋଷ୍ଠୀଙ୍କ ପାଇଁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି କହିଥିଲେ। ଏବେ ସେ ଗୋଟିଏ ପରେ ଗୋଟିଏ ମିଛ କହିବାରେ ଲାଗିଛନ୍ତି।”

Related story