ପୁଣି ଆତଙ୍କ ସୃଷ୍ଟିକଲେ ଆତ୍ମଘୋଷିତ ଗବେଷକ: କହିଲେ ଅକ୍ଟୋବର ୧୫ରୁ ପ୍ରଳୟ, ୭ ବର୍ଷ ଧରି ଚାଲିବ ତାଣ୍ଡବଲୀଳା

ନୂଆଦିଲ୍ଲୀ: ପୁଣି ଆତଙ୍କ ସୃଷ୍ଟିକଲେ ଆତ୍ମଘୋଷିତ ଗବେଷକ ଡେଭିଡ ମିଡେ।  କହିଲେ ଆସନ୍ତା ସପ୍ତାହରୁ ପ୍ରଳୟ ଆରମ୍ଭ ହୋଇଯିବ। ଅକ୍ଟୋବର ୧୫ରୁ  ପୃଥିବୀ ଧ୍ୱଂଶର ପ୍ରକ୍ରିୟା ଆରମ୍ଭ ହୋଇଯିବ। ମାଡ଼ିଆସିବ ପ୍ରାକୃତିକ ଦୁର୍ବିପାକ। ପ୍ରଳୟ, ଭୂମିକମ୍ପ, ସୁନାମି, ଆଗ୍ନେୟଉଦ୍‌ଗୀରଣ ଭଳି ଭୟଙ୍କର ତାଣ୍ଡବରେ ପୃଥିବୀ ସନ୍ତୁଳିତ ହେବ। ଆଗାମୀ ୭ ବର୍ଷ ଧରି ବିନାଶର ତାଣ୍ଡବ ରଚିବ ପ୍ରକୃତି। ଆମେରିକାରେ ହରିକେନ୍‌ ଝଡ଼ ଏବଂ ମେକ୍ସିକୋରେ ହୋଇଥିବା ଭୟଙ୍କର ଭୂକମ୍ପ ତା’ର ପୂର୍ବ ଆଭାସ ବୋଲି ସମ୍ପୃକ୍ତ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 05:45 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଆତଙ୍କ ସୃଷ୍ଟିକଲେ ଆତ୍ମଘୋଷିତ ଗବେଷକ ଡେଭିଡ ମିଡେ।  କହିଲେ ଆସନ୍ତା ସପ୍ତାହରୁ ପ୍ରଳୟ ଆରମ୍ଭ ହୋଇଯିବ। ଅକ୍ଟୋବର ୧୫ରୁ  ପୃଥିବୀ ଧ୍ୱଂଶର ପ୍ରକ୍ରିୟା ଆରମ୍ଭ ହୋଇଯିବ। ମାଡ଼ିଆସିବ ପ୍ରାକୃତିକ ଦୁର୍ବିପାକ। ପ୍ରଳୟ, ଭୂମିକମ୍ପ, ସୁନାମି, ଆଗ୍ନେୟଉଦ୍‌ଗୀରଣ ଭଳି ଭୟଙ୍କର ତାଣ୍ଡବରେ ପୃଥିବୀ ସନ୍ତୁଳିତ ହେବ। ଆଗାମୀ ୭ ବର୍ଷ ଧରି ବିନାଶର ତାଣ୍ଡବ ରଚିବ ପ୍ରକୃତି।

[caption id="attachment_171134" align="alignleft" width="425"]ଆତ୍ମଘୋଷିତ ଗବେଷକ ଡେଭିଡ୍ ମିଡେ ଆତ୍ମଘୋଷିତ ଗବେଷକ ଡେଭିଡ୍ ମିଡେ[/caption]

ଆମେରିକାରେ ହରିକେନ୍‌ ଝଡ଼ ଏବଂ ମେକ୍ସିକୋରେ ହୋଇଥିବା ଭୟଙ୍କର ଭୂକମ୍ପ ତା’ର ପୂର୍ବ ଆଭାସ ବୋଲି ସମ୍ପୃକ୍ତ ଗବେଷକ ଦାବି କରିଛନ୍ତି। ମହାକାଶରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଅଜଣା ଗ୍ରହ ‘ନିବିରୁ’ ଧକ୍କାରେ ଏମିତି ଭୟଙ୍କର ପରିଣତି ଘଟିବ ବୋଲି ସେ ଆକଳନ କରିଛନ୍ତି। ଖ୍ରୀଷ୍ଟିୟାନ୍‌ ଗବେଷକ ମିଡେଙ୍କ ଆକଳନ ଅନୁଯାୟୀ ସୌରଜଗତରେ ଆବିର୍ଭାବ ହୋଇଥିବା ଏହି ନିବିରୁ ଗ୍ରହ ବା ‘x’ ପୃଥିବୀ ପାଇଁ ଅତ୍ୟନ୍ତ ବିପଜନ୍ନକ । ଏହି ରହସ୍ୟମୟୀ ଗ୍ରହ ଗତ ସେପ୍ଟେମ୍ବର-୨୩ରୁ ପୃଥିବୀରେ ପ୍ରଳୟର ସଙ୍କେତ ଦେଇସାରିଛି। ମେକ୍ସିକୋରେ ଭୂମିକମ୍ପ, କେରିବିଅନରେ ହୋଇଥିବା ହରିକେନ୍‌ ଝଡ଼ ନିବିରୁ ଗ୍ରହର ପ୍ରଭାବ ବୋଲି ସେ କହିଛନ୍ତି।

ଗତ ଅଗଷ୍ଟ ୨୧ରେ ଆମେରିକାରେ ହୋଇଥିବା ବୃହତ୍‌ ସୂର୍ଯ୍ୟପରାଗ ହିଁ ଏହା ପଛର ମୁଖ୍ୟ କାରଣ ବୋଲି ସେ ଆକଳନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମିଡେ ମାସେ ପୂର୍ବରୁ ଏମିତି ଏକ ଆକଳନ କରି ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିଲେ। ଗତ ସେପ୍ଟେମ୍ବର-୨୩ରେ ରାତି ହେବ ନାହିଁ କହି ଚର୍ଚ୍ଚାର ପରିସରକୁ ଆସିଥିଲେ ସେ। ହେଲେ ସେଦିନ ସେମିତି କିଛି ଘଟି ନ ଥିଲା। ଅନ୍ୟପକ୍ଷରେ ମିଡେଙ୍କ ଭବିଷ୍ୟବାଣୀ ଉପରେ କୌଣସି ସତ୍ୟତା ନ ଥିବା ବୈଜ୍ଞାନିକମାନେ କହିଛନ୍ତି। ଏହା କେବଳ ମାତ୍ର ଗୁଜବ ବୋଲି ନାଶା ପକ୍ଷରୁ କୁହାଯାଇଛି। ତେବେ ପୃଥିବୀର ଧ୍ୱଂସକୁ ନେଇ ଏମିତି ଭବିଷ୍ୟବାଣୀ ନୂଆ ନୁହଁ। ଆଗରୁ ଅନେକ ଥର ଏଭଳି ଆକଳନ କରାଯାଥିଲେ ମଧ୍ୟ ସବୁଥର ଭୁଲ ପ୍ରମାଣିତ ହୋଇଛି।

ସୌଜନନ୍ୟ: ଦି ସନ୍‌

https://www.thesun.co.uk/news/4637791/end-of-the-world-will-begin-next-week-doomsday-theorist-dave-meade-claims-but-dont-worry-there-will-be-seven-years-of-hell-before-we-all-die/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos