କ୍ଲବରେ ଅଗ୍ନିକାଣ୍ଡ ଘଟି ୧୩ ମୃତ

ବ୍ୟାଙ୍ଗକ୍‌କ: ଥାଇଲାଣ୍ଡର ଏକ ନାଇଟ୍‌କ୍ଲବରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଚୋନବୁରି ପ୍ରୋଭିନ୍ସ ଅଞ୍ଚଳରେ ଶୁକ୍ରବାର  ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକ୍‌ର  ଦକ୍ଷିଣପୂର୍ବ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି। ପୁଲିସର କହିବା ଅନୁଯାୟୀ ସେମାନେ ମାଉଣ୍ଟେନ୍‌ ବି ନାଇଟ୍‌ କ୍ଲବରେ ରାତି ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ।  ଖବର ପାଇ ସ୍ଥାନୀୟ ଦମକଳବାହିନୀ ଓ ଉଦ୍ଧାରୀକାରୀଦଳ […]

fire

fire

Tapas Behera
  • Published: Friday, 05 August 2022
  • Updated: 05 August 2022, 12:36 PM IST

Sports

Latest News

ବ୍ୟାଙ୍ଗକ୍‌କ: ଥାଇଲାଣ୍ଡର ଏକ ନାଇଟ୍‌କ୍ଲବରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଚୋନବୁରି ପ୍ରୋଭିନ୍ସ ଅଞ୍ଚଳରେ ଶୁକ୍ରବାର  ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକ୍‌ର  ଦକ୍ଷିଣପୂର୍ବ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି। ପୁଲିସର କହିବା ଅନୁଯାୟୀ ସେମାନେ ମାଉଣ୍ଟେନ୍‌ ବି ନାଇଟ୍‌ କ୍ଲବରେ ରାତି ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ।  ଖବର ପାଇ ସ୍ଥାନୀୟ ଦମକଳବାହିନୀ ଓ ଉଦ୍ଧାରୀକାରୀଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୪ଜଣ ମହିଳା ଏବଂ ୯ଜଣ ପୁରୁଷ ଅଛନ୍ତି । ଅଗ୍ନିକାଣ୍ଡରେ ପୋଡ଼ି ହୋଇ କେତେକ ସାମାନ୍ୟ ଆହତ ହୋଇଥିବା ବ‌େଳେ ଆଉ କେତେକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ‘ସୱାଙ୍ଗ୍‌ ରୋଜାନାଥାମ୍ମାସାଥାନ୍‌ ରେସ୍‌କ୍ୟୁ ଫାଉଣ୍ଡେସନ୍‌’ ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos