Advertisment

ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼, ୫ ମୃତ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ବ୍ରୁକଲିନ୍‌ରେ ଥିବା ଗୋଟିଏ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ଏଯାଏ ୫ ଜଣଙ୍କ ଜୀବନ ଯାଇଥିବାର ଖବର ମିଳିଥିବା ବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୂରା ମେଟ୍ରୋ ଷ୍ଟେସନରେ ଆତଙ୍କ ଦେଖିବାକୁ ମିଳିଛି। ଲୋକମାନେ ଏଣେତେଣେ ଦୌଡ଼ୁ ଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏହା ଏକ ଆତଙ୍କୀ ହମଲା ନା ଆଉ […]

author-image
Hemant Lenka
ଅଦ୍ୟତନ ହୋଇଛି
ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼, ୫ ମୃତ

attack

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ବ୍ରୁକଲିନ୍‌ରେ ଥିବା ଗୋଟିଏ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ଏଯାଏ ୫ ଜଣଙ୍କ ଜୀବନ ଯାଇଥିବାର ଖବର ମିଳିଥିବା ବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଘଟଣା ପରେ ପୂରା ମେଟ୍ରୋ ଷ୍ଟେସନରେ ଆତଙ୍କ ଦେଖିବାକୁ ମିଳିଛି। ଲୋକମାନେ ଏଣେତେଣେ ଦୌଡ଼ୁ ଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏହା ଏକ ଆତଙ୍କୀ ହମଲା ନା ଆଉ କିଛି ଏଯାଏ ସେ ବିଷୟରେ ସ୍ପଷ୍ଟ ହୋଇନି। ହମଲା ପରେ ଷ୍ଟେସନ ଭିତରେ ଲୋକମାନେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ସନସେଟ ପାର୍କର ୩୬ତମ ଷ୍ଟ୍ରିଟ ଷ୍ଟେସନରେ ଏକାଧିକ ଲୋକଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ପରେ ଷ୍ଟେସନ ଭିତରୁ ଧୂଆଁ ବାହାରୁଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Advertisment


ଗୁଳିମାଡ଼ ପରେ ଆତତାୟୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତା’କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ସେ ଗ୍ୟାସ ମାସ୍କ ଓ କମଳା ରଙ୍ଗର ଗଞ୍ଜି ପିନ୍ଧିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ସେହିପରି ସେ ଷ୍ଟେସନ ଭିତରେ କୌଣସି ବିସ୍ଫୋରକ ରଖି ଫେରାର ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଏଥିପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ତେବେ ଏଯାଏ ଷ୍ଟେସନରୁ କୌଣସି ପ୍ରକାରର ବିସ୍ଫୋରକ ସାମଗ୍ରୀ ଜବତ ହୋଇନି।