ଘରକୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼, ୪ ଜଣଙ୍କ ଜୀବନ ଗଲା

ଇଙ୍ଗଲେଉଡ: ଆମେରିକାର ଲସଆଞ୍ଜେଲ୍ସ ଅନ୍ତର୍ଗତ ଇଙ୍ଗଲେଉଡରେ ଏକାଧିକ ବନ୍ଧୁକଧାରୀ ଗୋଟିଏ ଘରକୁ ଚାରିପଟୁ ଘେରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୧.୩୦ରେ ଏପରି ଘଟଣା ଘଟିଥିବା ଇଙ୍ଗଲେଡଉ ମେୟର ଜେମ୍ସ ବୁଟ୍ଟ୍ସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ […]

shooting

Hemant Lenka
  • Published: Monday, 24 January 2022
  • , Updated: 24 January 2022, 09:33 AM IST

ଇଙ୍ଗଲେଉଡ: ଆମେରିକାର ଲସଆଞ୍ଜେଲ୍ସ ଅନ୍ତର୍ଗତ ଇଙ୍ଗଲେଉଡରେ ଏକାଧିକ ବନ୍ଧୁକଧାରୀ ଗୋଟିଏ ଘରକୁ ଚାରିପଟୁ ଘେରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୧.୩୦ରେ ଏପରି ଘଟଣା ଘଟିଥିବା ଇଙ୍ଗଲେଡଉ ମେୟର ଜେମ୍ସ ବୁଟ୍ଟ୍ସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏହି ଯୋଜନାବଦ୍ଧ ଆମ୍ବୁସରେ ଏକାଧିକ ଲୋକ ସାମିଲ ଥିଲେ। ଗୁଳି ମାଡ଼ ପାଇଁ ରାଇଫଲ ଓ ହ୍ୟାଣ୍ଡ ଗନ୍‌ର ବ୍ୟବହାର କରାଯାଇଛି। ୧୯୯୦ ପରେ ପ୍ରଥମଥର ପାଇଁ ଇଙ୍ଗଲେଉଡରେ ଏପରି ବଡ଼ଧରଣର ଗୁଳିକାଣ୍ଡ ଘଟିଛି। ଘରେ ଥିବା ଲୋକଙ୍କୁ ହିଁ ଟାର୍ଗେଟ କରି ଏପରି ଗୁଳିମାଡ଼ କରାଯାଇଥିବା ଜେମ୍ସ ସୂଚନା ଦେଇଛନ୍ତି।

ଜେମ୍ସ ଅଭିଯୁକ୍ତମାନଙ୍କୁ ନିଜ ଆଡ଼ୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି। ନଚେତ ପୁଲିସ୍ ସେମାନଙ୍କୁ ଖୋଜି ବାହାର କରିବା ସହ କଠୋର ଦଣ୍ଡ ଦେବ ବୋଲି ଚେତାବାନୀ ଦେଇଛନ୍ତି। ଏବେ ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛନ୍ତି। ସେହିପରି ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏଥିସହ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭର ଯାଞ୍ଚ କରାଯାଉଛି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ଜଣକ ଆଉ ଗୋଟିଏ ସହରର ଷ୍ଟ୍ରିଟ ଗ୍ୟାଙ୍ଗ ସଦସ୍ୟ। ତେଣୁ ସୁରକ୍ଷାକର୍ମୀମାନେ ଏହି ଆମ୍ବୁସ ପଛରେ ଗ୍ୟାଙ୍ଗ ୱାରର ଦିଗ ରହିଛି କି ନାହିଁ, ତା’ର ଖୋଳତାଡ଼ କରୁଛନ୍ତି।

ଇଙ୍ଗଲେଉଡରରେ ପ୍ରାୟ ୧ ଲକ୍ଷ ଲୋକ ବାସକରନ୍ତି। ଲସ ଆଞ୍ଜେଲ୍ସର ଉତ୍ତର ପୂର୍ବ ଦିଗଠାରୁ ଏହା ୧୦ କିମି ଦୂର। ଏଠାରେ ସୋଫି ଷ୍ଟାଡିୟମ ରହିଛି। ଆସନ୍ତା ମାସରେ ଏହି ଷ୍ଟାଡିୟମରେ ସୁପର ବାଉଲ ଖେଳାଯିବ।

Related story