ଏୟାର ଆମ୍ବୁଲାନ୍ସ କ୍ରାଶ, ୪ ମୃତ

ଦୁବାଇ: ଅବୁଧାବିର ଗୋଟିଏ ଏୟାର ଆମ୍ବୁଲାନ୍ସ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏମିରେଟ ପୁଲିସ୍‌ ଏହି ଏୟାର ଆମ୍ବୁଲାନ୍ସକୁ ପରିଚାଳନା କରୁଥିଲା। ପୁଲିସ୍‌ କେବଳ କ୍ରାଶ ଘଟଣାକୁ ସ୍ୱୀକାର କରିଛି। ହେଲେ ଦୁର୍ଘଟଣାଟି କେମିତି ଓ କେଉଁଠି ହେଲା, ସେକଥା କହିନାହିଁ। ପୁଲିସ୍‌ କହିଛି ଯେ ଏୟାର ଆମ୍ବୁଲାନ୍ସରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ ନର୍ସ ଥିଲେ। ଦୁର୍ଘଟଣା ପରେ ଏୟାର ଆମ୍ବୁଲାନ୍ସ ସଂପୂର୍ଣ୍ଣ […]

air-ambulance

Hemant Lenka
  • Published: Saturday, 02 October 2021
  • , Updated: 02 October 2021, 02:58 PM IST

ଦୁବାଇ: ଅବୁଧାବିର ଗୋଟିଏ ଏୟାର ଆମ୍ବୁଲାନ୍ସ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏମିରେଟ ପୁଲିସ୍‌ ଏହି ଏୟାର ଆମ୍ବୁଲାନ୍ସକୁ ପରିଚାଳନା କରୁଥିଲା। ପୁଲିସ୍‌ କେବଳ କ୍ରାଶ ଘଟଣାକୁ ସ୍ୱୀକାର କରିଛି। ହେଲେ ଦୁର୍ଘଟଣାଟି କେମିତି ଓ କେଉଁଠି ହେଲା, ସେକଥା କହିନାହିଁ।

ପୁଲିସ୍‌ କହିଛି ଯେ ଏୟାର ଆମ୍ବୁଲାନ୍ସରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ ନର୍ସ ଥିଲେ। ଦୁର୍ଘଟଣା ପରେ ଏୟାର ଆମ୍ବୁଲାନ୍ସ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଏଥିରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ କୌଣସି ରୋଗୀ ନଥିବା ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନାରୁ ସ୍ପଷ୍ଟ ହୋଇଛି। ଅବୁଧାବି ହେଉଛି ୟୁଏଇର ରାଜଧାନୀ।

ପୁଲିସ୍‌ କହିଛି ଯେ ମୃତକମାନେ ହେଲେ ଖାମିସ ସୟିଦ ଅଲ ହୋଲି, ମହମ୍ମଦ ଅଲ ରଶିଦ, ଶାହିଦ ଗୋଲାମ ଓ ଜୋଏଲ କ୍ୟୁଇ ସରକାର ମିଣ୍ଟୋ। ପୁଲିସ୍‌ ଦୁର୍ଘଟଣାର ସ୍ଥାନ କିମ୍ବା କାରଣ କହି ନଥିଲେ ମଧ୍ୟ ସମସ୍ତ ମୃତକ ଡ୍ୟୁଟିରେ ଥିବା ବେଳେ ପ୍ରାଣ ହରାଇଥିବା କୁହାଯାଇଛି।

ବର୍ତ୍ତମାନ ଅବୁଧାବିରେ ପ୍ରବଳ କୁହୁଡ଼ି ପଡ଼ିଛି। ଆଜି ସକାଳୁ ପୁଲିସ୍‌ ପକ୍ଷରୁ ବିମାନ ଚାଳକଙ୍କୁ କୁହୁଡ଼ି ସମ୍ପର୍କରେ ସତର୍କ କରାଯାଇଥିଲା। ଏହି ସତର୍କ ସୂଚନାର କିଛି ସମୟ ପରେ ହିଁ ଦୁର୍ଘଟଣା ସମ୍ପର୍କରେ ଖବର ମିଳିଛି।

Related story