ଜଳପ୍ରପାତରେ ବୋଟ୍‌ ଉପରେ ପଡ଼ିଲା ବିରାଟ ପଥର: ୭ ମୃତ, ୯ ଗୁରୁତର

ବ୍ରାସିଲିଆ: ଜଳପ୍ରପାତରେ ମୋଟର ବୋଟ୍‌ରେ ବସି ମଜା ନେଉଥିଲେ ପର୍ଯ୍ୟଟକ। କିନ୍ତୁ ହଠାତ୍ ଘଟିଲା ଅଘଟଣ। ପାହାଡ଼ ଧସି ଖସି ପଡ଼ିଲା ଏକ ବିରାଟ ପଥର ଖଣ୍ଡ। ତାହା ଦୁଇଟି ମୋଟର ବୋଟ୍ ଉପରେ ପଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଏହି ଦୁଃଖଦ ଘଟଣା ଘଟିଛି ବ୍ରାଜିଲ୍‌ର ମିନସ ଗେରିସ୍ ପ୍ରଦେଶର କ୍ୟାପିଟୋଲିଓ କ୍ୟାନିୟୋନ୍ସରେ। ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ପାହାଡ଼ରୁ ବିରାଟ ପଥର […]

Boat Tragedy

Boat Tragedy

Jitendra Garnayak
  • Published: Sunday, 09 January 2022
  • Updated: 10 January 2022, 12:49 PM IST

Sports

Latest News

ବ୍ରାସିଲିଆ: ଜଳପ୍ରପାତରେ ମୋଟର ବୋଟ୍‌ରେ ବସି ମଜା ନେଉଥିଲେ ପର୍ଯ୍ୟଟକ। କିନ୍ତୁ ହଠାତ୍ ଘଟିଲା ଅଘଟଣ। ପାହାଡ଼ ଧସି ଖସି ପଡ଼ିଲା ଏକ ବିରାଟ ପଥର ଖଣ୍ଡ। ତାହା ଦୁଇଟି ମୋଟର ବୋଟ୍ ଉପରେ ପଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଏହି ଦୁଃଖଦ ଘଟଣା ଘଟିଛି ବ୍ରାଜିଲ୍‌ର ମିନସ ଗେରିସ୍ ପ୍ରଦେଶର କ୍ୟାପିଟୋଲିଓ କ୍ୟାନିୟୋନ୍ସରେ। ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ।

ପାହାଡ଼ରୁ ବିରାଟ ପଥର ଖଣ୍ଡ ଧସି ବୋଟ୍ ଉପରେ ପଡ଼ିବାର ଦୃଶ୍ୟକୁ କେହି ମୋବାଇଲ୍‌ରେ ଶୁଟ୍ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଆଉ ଏହା ଭାଇରାଲ୍ ହେଉଛି। ପଥରଖଣ୍ଡ ପାଣିରେ ପଡ଼ିବା ପରେ ବହୁ ଉଚ୍ଚକୁ ପାଣି ଉଠିଥିଲା। ବିରାଟ ପଥର ଖଣ୍ଡଟି ଧସି ପଡ଼ିବା ବେଳେ ଦୁଇଟି ମୋଟର ବୋଟ୍ ଏହାର ଖୁବ୍ ନିକଟରେ ଥିଲେ। ସେମାନେ ସେଠାରୁ ଦୂରକୁ ଚାଲିଯିବାକୁ ବି ସମୟ ପାଇଲେନି। ଏହି ଘଟଣାରେ ୩ ଜଣ ନିଖୋଜ ଥିବା ଜଣାପଡ଼ିଛି।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାଡ଼ ଭାଙ୍ଗି ଯାଇଛି। ୯ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି।

ଦୁଇ ସପ୍ତାହ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ତେଣୁ ପାହାଡ଼ ଧସି ଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos