'ମୁଁ ବଞ୍ଚିଛି, କିନ୍ତୁ ତାଲିବାନୀ ନର୍କ କରିଦେଲେଣି'

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶରିଆ ଆଇନକୁ ଭୟ ରହିଛି। କାବୁଲକୁ କାବୁ କରିବା ପରେ କ୍ରୁର ତାଲିବାନ ଶରିଆ ଆଇନ ଲାଗୁ କରିଛି। ଆଫଗାନିସ୍ତାନରେ ମହିଳାଙ୍କ ଜୀବନ ନର୍କ ପରି। ସେଠାରେ ମହିଳାଙ୍କ ଅଧିକାରର ଆଉ କୌଣସି ଅର୍ଥ ନାହିଁ। ଆଗାମୀ ଦିନରେ ମହିଳାମାନେ କାମ କରିବେ କି ନାହିଁ ତାହା ବଡ ପ୍ରଶ୍ନ? ଦେଶଛାଡି ଥିବା ଆଫଗାନିସ୍ତାନର ପପୁଲାର ପପ୍‌ଷ୍ଟାର ଆର୍ଯ୍ୟାନା ସଇଦ କିଛି ଏଭଳି କହି ତାଲିବାନୀଙ୍କ କ୍ରୁରତା ବଖାଣିଛନ୍ତି। ଆର୍ଯ୍ୟାନା ସଇଦ୍‌। ସେ ଆଫଗାନିସ୍ତାନର […]

aryana sayeed

Madhupriya Mistry
  • Published: Monday, 23 August 2021
  • , Updated: 23 August 2021, 05:56 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶରିଆ ଆଇନକୁ ଭୟ ରହିଛି। କାବୁଲକୁ କାବୁ କରିବା ପରେ କ୍ରୁର ତାଲିବାନ ଶରିଆ ଆଇନ ଲାଗୁ କରିଛି। ଆଫଗାନିସ୍ତାନରେ ମହିଳାଙ୍କ ଜୀବନ ନର୍କ ପରି। ସେଠାରେ ମହିଳାଙ୍କ ଅଧିକାରର ଆଉ କୌଣସି ଅର୍ଥ ନାହିଁ। ଆଗାମୀ ଦିନରେ ମହିଳାମାନେ କାମ କରିବେ କି ନାହିଁ ତାହା ବଡ ପ୍ରଶ୍ନ? ଦେଶଛାଡି ଥିବା ଆଫଗାନିସ୍ତାନର ପପୁଲାର ପପ୍‌ଷ୍ଟାର ଆର୍ଯ୍ୟାନା ସଇଦ କିଛି ଏଭଳି କହି ତାଲିବାନୀଙ୍କ କ୍ରୁରତା ବଖାଣିଛନ୍ତି।

ଆର୍ଯ୍ୟାନା ସଇଦ୍‌। ସେ ଆଫଗାନିସ୍ତାନର ଜଣେ ପପୁଲାର ପପ୍‌ଷ୍ଟାର। ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଏବେ ସେ ଦେଶଛାଡି ଦେଇଛନ୍ତି। ଆର୍ଯ୍ୟାନା ଆମେରିକା ସାମରିକ ବିମାନରେ କାବୁଲରୁ ସୁରକ୍ଷିତ ଭାବେ ଅନ୍ୟ ଦେଶରେ ପହଞ୍ଚିଛନ୍ତି। ତାଲିବାନୀଙ୍କ ଭୟରେ ସେ ଏଭଳି ପଦେକ୍ଷପ ନେଇଛନ୍ତି।

ଦେଶ ଛାଡିଥିବା ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ସେ ବିମାନ ଭିତରୁ ଏକ ଭିଡିଓକୁ ପୋଷ୍ଟ କରିଛନ୍ତି। ଏଥିରେ ଆର୍ଯ୍ୟାନା ଲେଖିଛନ୍ତି, 'କିଛି ନ ଭୁଲିବା ଏବଂ ଭୟରେ ଅନେକ ରାତି ବିତିବା ପରେ ଶେଷରେ ମୁଁ ଏବେ ଜୀବିତ ଅଛି। କିନ୍ତୁ ତାଲିବାନୀ ନର୍କ କରିଦେଲେଣି। ମୁଁ ଦୋହାରେ ପଞ୍ଚିଗଲିଣି। ସେଠାରୁ ଇସ୍ତାନବୁଲ ଯିବା ପାଇଁ ବିମାନକୁ ଅପେକ୍ଷା କରିଛି।'

ସୂଚନା ମୁତାବକ ଆର୍ଯ୍ୟାନା ସଇଦ, ମହିଳାଙ୍କ ହିତ ପାଇଁ ଲଢ଼ୁଥିବା ଜଣେ ଦୃଢ଼ ସମର୍ଥକ। ସେ ଆଫଗାନିସ୍ତାନ ସେନାକୁ ମଧ୍ୟ ସମର୍ଥନ କରନ୍ତି। ଅନେକ ଥର ସେ ତାଲିବାନକୁ ଖୋଲାଖୋଲି ବିରୋଧ ମଧ୍ୟ କରିଛନ୍ତି। ଏଭଳି କି ଦେଶହିତ ପାଇଁ ତାଲିବାନ ଠିକ୍‌ ନୁହେଁ ବୋଲି ମଧ୍ୟ କହିଛନ୍ତି।

 

View this post on Instagram

 

A post shared by 𝝠𝗥𝗬𝝠𝗡𝝠 𝗦𝝠𝗬𝗘𝗘𝗗 👑 آریانا سعید (@aryanasayeedofficial)

 

View this post on Instagram

 

A post shared by 𝝠𝗥𝗬𝝠𝗡𝝠 𝗦𝝠𝗬𝗘𝗘𝗗 👑 آریانا سعید (@aryanasayeedofficial)

Related story