ଦେଶ ଛାଡ଼ିବା ପରେ ପରିବାର ସହ ୟୁଏଇରେ ଅଶରଫ ଘନି

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଦେଶରୁ ଫେରାର ହୋଇଯାଇଥିବା ରାଷ୍ଟ୍ରପତି ଅଶରଫ ଘନିଙ୍କ ଠିକଣା ମିଳିଛି। ପୂର୍ବରୁ ସେ ଓମାନରେ ଥିବା କୁହାଯାଉଥିଲା। କିନ୍ତୁ ସେ ପରିବାର ସଦସ୍ୟଙ୍କ ସହ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିଥିଲା। ଏହି ସମୟରେ ଘନି ପରିବାର ସଦସ୍ୟଙ୍କ ସହ ଆଫଗାନ ଛାଡ଼ିଥିଲେ। […]

Ashraf

Hemant Lenka
  • Published: Wednesday, 18 August 2021
  • , Updated: 18 August 2021, 07:54 PM IST

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଦେଶରୁ ଫେରାର ହୋଇଯାଇଥିବା ରାଷ୍ଟ୍ରପତି ଅଶରଫ ଘନିଙ୍କ ଠିକଣା ମିଳିଛି। ପୂର୍ବରୁ ସେ ଓମାନରେ ଥିବା କୁହାଯାଉଥିଲା। କିନ୍ତୁ ସେ ପରିବାର ସଦସ୍ୟଙ୍କ ସହ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିଥିଲା। ଏହି ସମୟରେ ଘନି ପରିବାର ସଦସ୍ୟଙ୍କ ସହ ଆଫଗାନ ଛାଡ଼ିଥିଲେ। ସେ କାଜିକିସ୍ତାନ ଯାଇଥିବା ପ୍ରଥମେ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସେ ଓମାନରେ ଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ।

ହେଲେ ଏବେ ୟୁଏଇ ଘନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ କରିଛି। ୟୁଏଇ ପକ୍ଷରୁ ଜାରି ସଂକ୍ଷିପ୍ତ ବିବୃତିରେ କୁହାଯାଇଛି ଯେ “ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ କର୍ପୋରେସନ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ରାଷ୍ଟ୍ରପତି ଅଶରଫ ଘନି ଓ ତାଙ୍କ ପରିବାରକୁ ୟୁଏଇ ସରକାର ମାନବିକତା ଦୃଷ୍ଟିକୋଣରୁ ଦେଶରେ ସ୍ୱାଗତ କରିଛନ୍ତି।”

ସୂଚନା ଅନୁସାରେ, ୟୁଏଇର ଅବୁଧାବିରେ ଘନି ଓ ତାଙ୍କ ପରିବାର ସଦସ୍ୟ ଏବେ ଶରଣ ନେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘନି ଦେଶ ଛାଡ଼ିବା ବେଳେ ୪ଟି କାର ଓ ଗୋଟିଏ ହେଲିକପ୍ଟରରେ ଟଙ୍କା ଭର୍ତ୍ତି କରି ଫେରାର ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ୟୁଏଇ ଟଙ୍କା ସମ୍ପର୍କରେ କିଛି ବି କହିନାହିଁ।

ରବିବାର କାବୁଲ ଛାଡ଼ିବା କଥା ଘନି ଫେସବୁକ ପୋଷ୍ଟରେ ଘୋଷଣା କରିଥିଲେ। ରକ୍ତପାତକୁ ଏଡ଼ାଇବା ପାଇଁ ସେ କାବୁଲ ଛାଡ଼ିଥିବା ସମସ୍ତଙ୍କୁ କହିଥିଲେ। ତେବେ ସେ କାବୁଲ ଛାଡ଼ି କୁଆଡ଼େ ଯାଉଛନ୍ତି ଓ ତାଙ୍କ ସହ ଅନ୍ୟ କୌଣସି ସରକାରୀ ଅଧିକାରୀ ଅଛନ୍ତି କି ନାହିଁ, ସେକଥା ଆଦୌ ସ୍ପଷ୍ଟ କରିନଥିଲେ।

Related story