ମଣିଷଙ୍କୁ ସଂକ୍ରମିତ କଲାଣି ବାର୍ଡ ଫ୍ଲୁ

ୱାଶିଂଟନ୍‌: କରୋନା ପରେ ଏବେ ମୁଣ୍ଡ ଟେକିଲାଣି ଆଉ ଏକ ଭାଇରସ। ପକ୍ଷୀମାନଙ୍କୁ ହେଉଥିବା ବାର୍ଡ-ଫ୍ଲୁ ଏବେ ମଣିଷଙ୍କୁ ମଧ୍ୟ ସଂକ୍ରମିତ କଲାଣି। ବାର୍ଡ-ଫ୍ଲୁରେ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆମେରିକାର କୋଲେରାଡୋରେ ଜଣେ ବ୍ୟକ୍ତିଙ୍କ ଦେହରେ ଏଚ୍‌-୫ ଭାଇରସ ଚିହ୍ନଟ ହୋଇଛି। ଏନେଇ ଆମେରିକା ରୋଗ ନିୟନ୍ତ୍ରଣ ଓ ସୁରକ୍ଷା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ଅଧିକ ଥାକାପଣ ଅନୁଭବ […]

bird-flu

Madhupriya Mistry
  • Published: Friday, 29 April 2022
  • , Updated: 29 April 2022, 05:21 PM IST

ୱାଶିଂଟନ୍‌: କରୋନା ପରେ ଏବେ ମୁଣ୍ଡ ଟେକିଲାଣି ଆଉ ଏକ ଭାଇରସ। ପକ୍ଷୀମାନଙ୍କୁ ହେଉଥିବା ବାର୍ଡ-ଫ୍ଲୁ ଏବେ ମଣିଷଙ୍କୁ ମଧ୍ୟ ସଂକ୍ରମିତ କଲାଣି। ବାର୍ଡ-ଫ୍ଲୁରେ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆମେରିକାର କୋଲେରାଡୋରେ ଜଣେ ବ୍ୟକ୍ତିଙ୍କ ଦେହରେ ଏଚ୍‌-୫ ଭାଇରସ ଚିହ୍ନଟ ହୋଇଛି। ଏନେଇ ଆମେରିକା ରୋଗ ନିୟନ୍ତ୍ରଣ ଓ ସୁରକ୍ଷା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ଅଧିକ ଥାକାପଣ ଅନୁଭବ କରିଥିଲେ। ଏହାପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ଏପ୍ରିଲ ୨୭ ତାରିଖରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ଏହି ସଂକ୍ରମିତ ବ୍ୟକ୍ତିଙ୍କୁ ଆବଶ୍ୟକତା ଅନୁସାରେ ଔଷଧ ଦିଆଯାଉଛି। ଉକ୍ତ ବ୍ୟକ୍ତିଙ୍କୁ ଅବଜରଭେସନରେ ରଖାଯାଇଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ବ୍ୟକ୍ତି ଜଣକ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିଲେ। କାରଣ ସେ ଫାର୍ମରେ କାମ କରନ୍ତି।

ଅଧିକାରୀଙ୍କ କହିବା ମୁତାବକ, ସାଧାରଣ ଲୋକଙ୍କ ଠାରେ ଏହି ସଂକ୍ରମଣର ବିପଦ କମ୍‌ ରହିଛି। କାରଣ ଏହି ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପିବା ଆଶଙ୍କା ବହୁତ କମ୍‌। ଆମେରିକାରେ ଏହି ଭାଇରସ ସମ୍ବନ୍ଧୀୟ ଅନ୍ୟ କୌଣସି ଭାରିଏଣ୍ଟ ଏଯାଏଁ ମିଳିନି। ତେବେ କୁକୁଡା ଫାର୍ମ ବା ଅନ୍ୟ ପକ୍ଷୀ ଥିବା ଫାର୍ମରେ କାମ କରୁଥିବା ଲୋକଙ୍କୁ ଏହି ଭାଇରସ ବିପଦ ଅଧିକ ରହିଛି। ତେଣୁ ସେମାନଙ୍କୁ ସତର୍କ ରହିବା ଉଚିତ। ଯେଉଁ ପକ୍ଷୀଗୁଡିକୁ ମାରିଦିଆଯାଇଛି, ଯେଉଁମାନେ ମରିଯାଇଛନ୍ତି ଆଉ ଯେଉଁମାନଙ୍କ ଠାରେ ସଂକ୍ରମଣର ଦେଖା ଦେଇଛି, ସେହି ପକ୍ଷୀଗୁଡିକ ଠାରୁ ଦୂରେଇ ରହିବା ଉଚିତ। ପକ୍ଷୀମାନଙ୍କ ମଳ ଥିବା ସ୍ଥାନକୁ ବି ଯିବାକୁ ବାରଣ କରାଯାଇଛି।

ବାର୍ଡ-ଫ୍ଲୁରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ମାମଲା ଆମେରିକାରେ ପ୍ରଥମ। କିନ୍ତୁ ବିଶ୍ୱରେ ଏହା ଦ୍ୱିତୀୟ ମାମଲା। ପ୍ରଥମେ ଚୀନର ଜଣେ ୪ ବର୍ଷୀୟ ଶିଶୁ ଦେହରେ ବାର୍ଡ-ଫ୍ଲୁ ଏଚ୍‌୩ ଏନ୍‌୮ ଭାଇରସ ଚିହ୍ନଟ ହୋଇଥିଲା। ଉକ୍ତ ଶିଶୁଟି କୁକୁଡା ଫାର୍ମ ଥିବା ଆଖପାଖ ଅଞ୍ଚଳରେ ରହୁଥିବା। ସେ ସଂକ୍ରମିତ ହୋଇଥିବା ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିଲା।

Related story