Advertisment

ଆମେରିକା ଉପରେ ଅସନ୍ତୋଷ ଝାଡ଼ିଲା ୟୁରୋପିଆନ୍ ୟୁନିଅନ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଆମେରିକା ଦାୟୀ। ଅଗଷ୍ଟ ୨୧ରେ ୟୁରୋପିଆନ୍ ୟୁନିଅନର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ପ୍ରତିନିଧି ଜୋସେପ ବୋରେଲ ଅସନ୍ତୋଷ ପ୍ରକାଶ କରି ଏପରି କହିଛନ୍ତି। ଆମେରିକା କାବୁଲ ବିମାନବନ୍ଦରରେ ସମସ୍ୟା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଜୋସେପ କହିଛନ୍ତି ଯେ କାବୁଲ ବିମାନବନ୍ଦରରେ ଆମେରିକାର ସୈନ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଥିବାରୁ ୟୁରୋପିଆନ୍ ୟୁନିଅନର (ଇୟୁ) କର୍ମଚାରୀ ହାଇରାଣରେ ପଡ଼ୁଛନ୍ତି। ଅନେକ […]

ଅଦ୍ୟତନ ହୋଇଛି
ଆମେରିକା ଉପରେ ଅସନ୍ତୋଷ ଝାଡ଼ିଲା ୟୁରୋପିଆନ୍ ୟୁନିଅନ

Baiden

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଆମେରିକା ଦାୟୀ। ଅଗଷ୍ଟ ୨୧ରେ ୟୁରୋପିଆନ୍ ୟୁନିଅନର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ପ୍ରତିନିଧି ଜୋସେପ ବୋରେଲ ଅସନ୍ତୋଷ ପ୍ରକାଶ କରି ଏପରି କହିଛନ୍ତି। ଆମେରିକା କାବୁଲ ବିମାନବନ୍ଦରରେ ସମସ୍ୟା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

Advertisment

ଜୋସେପ କହିଛନ୍ତି ଯେ କାବୁଲ ବିମାନବନ୍ଦରରେ ଆମେରିକାର ସୈନ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଥିବାରୁ ୟୁରୋପିଆନ୍ ୟୁନିଅନର (ଇୟୁ) କର୍ମଚାରୀ ହାଇରାଣରେ ପଡ଼ୁଛନ୍ତି। ଅନେକ ଇିୟୁ କର୍ମଚାରୀ ଆମେରିକାର ସୈନ୍ୟ ଦ୍ୱାରା ହେଉଥିବା ଯାଞ୍ଚରେ ପାର ହୋଇ ପାରୁନାହାନ୍ତି ବୋଲି ସେ କହିଛନ୍ତି। କାବୁଲରେ ଇୟୁ ପ୍ରତିନିଧି ଦଳରେ ପ୍ରାୟ ୪୦୦ ଆଫଗାନିସ୍ତାନ କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟ ରହିଛନ୍ତି। ଏପର୍ଯ୍ୟନ୍ତ କେବଳ ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଗଷ୍ଟ ୨୧ରେ ସ୍ପେନକୁ କାବୁଲରୁ ଯାଇଥିବା ବିମାନରେ ଏକ ତୃତୀୟାଂଶ କେବଳ ଆମେରିକା ଲୋକ ଥିଲେ ବୋଲି ସେ କହିଛନ୍ତି।ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଉପରେ ନିର୍ଭର କରିବା ଠିକ୍ ନୁହେଁ। ଏବେ ଇୟୁ ନିଜ ବ୍ୟବସ୍ଥା କରିବ ବୋଲି ଜୋସେପ କହିଛନ୍ତି।

କହିରଖୁଛୁ ତାଲିବାନ ଆଫଗାନିସ୍ତାନକୁ କବଜା କରି ରଖିଛି। ଏହାପରେ କାବୁଲ ବିମାନ ବନ୍ଦରର ଦେଇ ଆଫଗାନିସ୍ତାନ ଛାଡୁଥିବା ଲୋକେ ଅନ୍ୟ ଦେଶକୁ ବିିମାନ ଯୋଗେ ଯାଉଛନ୍ତି। ଏହି ବିମାନ ବନ୍ଦର ଏବେ ଆମେରିକା ନିୟନ୍ତ୍ରଣରେ ରହିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଯାଇ ଆମେରିକା ବିମାନ ବନ୍ଦର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ସେହିପରି ତାଲିବାନ ମାନେ ମଧ୍ୟ ବିମାନ ବନ୍ଦର ଚାରିପଟେ ଘେରି ରହିଥିବା ସୂଚନା ରହିଛି।

Advertisment

ଅନ୍ୟପଟେ ବ୍ରିଟେନ ସଂସଦରେ ଆଫଗାନିସ୍ତାନ ପରିସ୍ଥିତି ବିଷୟରେ ଆଲୋଚନା ହୋଇଛି। ଏହି ସମୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ' ମଧ୍ୟ ଆଫଗାନିସ୍ତାନରେ ବ୍ରିଟେନର ସ୍ଥିତିକୁ ନେଇ ସେ ତାଙ୍କ ସରକାରକୁ ସମାଲୋଚନା କରିଛନ୍ତି। କାରଣ ବ୍ରିଟେନ କେବଳ ଆମେରିକା ଯାହା କରୁଛି ତାକୁ ଅନୁସରଣ କରୁଛି ବୋଲି ସେ ତାଙ୍କ ସଂସଦରେ ଅଭିଯୋଗ ଆଣିଥିଲେ।

ସେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ଆମେରିକାର ରାଷ୍ଟ୍ରପତି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ପ୍ରସ୍ତୁତ ନୁହେଁ। ହେଲେ ପରିସ୍ଥିତି ସମସ୍ତଙ୍କ ସାମ୍ନାରେ। ଏହାର ଅର୍ଥ ବ୍ରିଟେନର ଗୁଇନ୍ଦା ବିଭାଗ ବିଫଳ ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଫଗାନିସ୍ତାନ ସରକାର ଏବଂ ଆଫଗାନିସ୍ତାନର ପରିସ୍ଥିତି ବିଷୟରେ ଆମର ବହୁତ କମ୍ ଜ୍ଞାନ ଅଛି କି? ନା ଆମେ କେବଳ ଆମେରିକା ଯାହା କରିବ ତାପରେ ପରେ ବ୍ରିଟେନ ସେଇଆ କରିବ ବୋଲି ଥେରେସା ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନ ଛାଡ଼ିବ ବୋଲି ଘୋଷଣା କରି ସାରିଛି। ତେଣୁ ହାତରେ ଅଳ୍ପ ଦିନ ରହିଛି। ଯଦି ଏହି ଅବଧି ମଧ୍ୟରେ ଅନେକ ଦେଶର ନାଗରିକ ଆସିନପାରିଲେ ଅଡୁଆ ସ୍ଥିତି ଉପୁଜିପାରେ। କାରଣ ୩୧ ପରେ ତାଲିବାନ ବିମାନ ବନ୍ଦରକୁ କବଜାରେ ରଖିଲେ ବିମାନ ସେବା ବନ୍ଦ ହୋଇଯାଇପାରେ। ଯାହାକୁ ନେଇ ବ୍ରିଟେନ ମଧ୍ୟ ଏବେ ଚିନ୍ତାବ୍ୟକ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe