ଆମେରିକା ସେନା ଉପରେ ଆକ୍ରମଣ

ବାଗଦାଦ: ଆମେରିକା ସେନାର କନଭୟକୁ ଟାର୍ଗେଟ କରିଛି ଇରାନ୍। ଇରାକର ନାସିରିଆ ସହର ଦେଇ ଆମେରିକା ସେନାର କନଭୟ ଯାଉଥିବା ସମୟରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ଖବର ଲେଖା ହେବା ସୁଦ୍ଧା ଜଣାପଡି ନାହିଁ। ଇରାକର ସ୍ଥାନୀୟ ଗଣମାଧ୍ୟମରୁ ଏହି ରିପୋର୍ଟ ମିଳିଛି। ୨୫୦୦ ଆମେରିକୀୟ ସୈନିକ ଇରାକରେ ଅବସ୍ଥାପିତ ଅଛନ୍ତି। ଏହାପୂର୍ବରୁ ସୋମବାର ଆମେରିକାର ସାମରିକ ବେସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଇରାକର ଇରବିଲରେ […]

iraq-bus

iraq-bus

Subhransu Sekhar
  • Published: Friday, 19 February 2021
  • Updated: 19 February 2021, 09:03 PM IST

Sports

Latest News

ବାଗଦାଦ: ଆମେରିକା ସେନାର କନଭୟକୁ ଟାର୍ଗେଟ କରିଛି ଇରାନ୍। ଇରାକର ନାସିରିଆ ସହର ଦେଇ ଆମେରିକା ସେନାର କନଭୟ ଯାଉଥିବା ସମୟରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ଖବର ଲେଖା ହେବା ସୁଦ୍ଧା ଜଣାପଡି ନାହିଁ। ଇରାକର ସ୍ଥାନୀୟ ଗଣମାଧ୍ୟମରୁ ଏହି ରିପୋର୍ଟ ମିଳିଛି।

୨୫୦୦ ଆମେରିକୀୟ ସୈନିକ ଇରାକରେ ଅବସ୍ଥାପିତ ଅଛନ୍ତି। ଏହାପୂର୍ବରୁ ସୋମବାର ଆମେରିକାର ସାମରିକ ବେସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଇରାକର ଇରବିଲରେ ଏହି ଆକ୍ରମଣ ହୋଇଥିଲା। ଯେଉଁଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଆମେରିକାର ନେତୃତ୍ୱାଧୀନ ସାମରିକ ସହଯୋଗୀ ଦଳର ସଦସ୍ୟ ଅଛନ୍ତି।

ଏହି ଆକ୍ରମଣ ପାଇଁ ଶିଆ ଗୋଷ୍ଠୀ ନିଜକୁ ଦାୟୀ କରିଛି। ଏହି ଶିଆ ଗୋଷ୍ଠୀ ପଛରେ ଇରାନ ଦ୍ୱାରା ସମର୍ଥିତ ବିଦ୍ରୋହୀଙ୍କ ସମର୍ଥନ ରହିଛି ବୋଲି କୁହାଯାଉଛି। ତେବେ ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ହ୍ୱାଇଟ ହାଉସ, ପେଣ୍ଟାଗନ୍ କିମ୍ୱା ଆମେରିକାର ପ୍ରତିରକ୍ଷା ବିଭାଗ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।

ଅନ୍ୟପକ୍ଷରେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ ଇରାକରେ ନିଜର ସୁରକ୍ଷା ତାଲିମ ମିଶନକୁ ଆହୁରି ବିସ୍ତାର କରିବେ ବୋଲି ଘୋଷଣା କରିଛନ୍ତି। ଏଭଳି ହେଲେ ଇରାକରେ ଆଉ ଅନ୍ତର୍ଜାତୀୟ ଆତଙ୍କବାଦୀ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos