ୟୁକ୍ରେନ୍‌ ଯାଇପାରନ୍ତି ବାଇଡେନ୍‌

ନୂଆଦିଲ୍ଲୀ: ୟୁକ୍ରେନରେ ନର ସଂହାର ଜାରି ରଖିଛି ରୁଷ। ଆକ୍ରମଣ ଯୋଗୁ ୟୁକ୍ରେନ୍‌ ଧ୍ୱଂସସ୍ତୁପ ପାଲଟିଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ  ଆସନ୍ତା କିଛି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗସ୍ତ କରିପାରନ୍ତି। ସେହିହିପରି ୟୁକେନକୁ ନିଜ ଅଧିକାରୀଙ୍କୁ ପଠାଇବା ନେଇ ବିଚାର କରାଯାଉଥିବା ବାଇଡେନ କହିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ୮୦ କୋଟି ଡଲାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ। କିଛି ଦିନ ପୂର୍ବରୁ ବାଇଡେନ କହିଥିଲେ […]

Joe-Biden

Tapas Behera
  • Published: Friday, 15 April 2022
  • , Updated: 15 April 2022, 09:40 PM IST

ନୂଆଦିଲ୍ଲୀ: ୟୁକ୍ରେନରେ ନର ସଂହାର ଜାରି ରଖିଛି ରୁଷ। ଆକ୍ରମଣ ଯୋଗୁ ୟୁକ୍ରେନ୍‌ ଧ୍ୱଂସସ୍ତୁପ ପାଲଟିଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ  ଆସନ୍ତା କିଛି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗସ୍ତ କରିପାରନ୍ତି। ସେହିହିପରି ୟୁକେନକୁ ନିଜ ଅଧିକାରୀଙ୍କୁ ପଠାଇବା ନେଇ ବିଚାର କରାଯାଉଥିବା ବାଇଡେନ କହିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ୮୦ କୋଟି ଡଲାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ। କିଛି ଦିନ ପୂର୍ବରୁ ବାଇଡେନ କହିଥିଲେ ଯେ, ରୁଷିଆ ତା’ର ପ୍ରାରମ୍ଭିକ ଯୁଦ୍ଧରେ ବିଫଳ ହୋଇଛି। ସେଥିପାଇଁ ଏହା ୟୁକ୍ରେନ୍‌ର ରାଜଧାନୀ କିବ୍‌ରୁ ସୈନ୍ୟ ପ୍ରତ୍ୟାହାର କରିଛି। ତେବେ ସେ କହିଛନ୍ତି ଯେ ଏହି ଯୁଦ୍ଧ ଦୀର୍ଘଦିନ ଯାଏ ଚାଲିପାରେ। ଆମେରିକା କିନ୍ତୁ ୟୁକ୍ରେନ୍ ଓ ୟୁକ୍ରେନୀୟଙ୍କ ପକ୍ଷରେ ରହିବ।

ଆଗାମୀ ବର୍ଷଗୁଡ଼ିକରେ ରୁଷ୍ ଅଭିବୃଦ୍ଧିର ତଣ୍ଟି ଚିପିବାକୁ ଆମେ ବଦ୍ଧପରିକର ବୋଲି ବାଇଡେନ କହିଛନ୍ତି। ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ରୁଷିଆର ଦୁଇ ବୃହତ୍ତମ ବ୍ୟାଙ୍କ ସ୍‌ବରବ୍ୟାଙ୍କ ଓ ଆଲ୍‌ଫା ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଦୁଇ ବ୍ୟାଙ୍କ ସହ କୌଣସି ଆମେରିକୀୟ ବା ୟୁରୋପୀୟ କାରବାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୁଷ୍ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ୍, ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟୀ ଲାବରୋଭ ଏବଂ ଡିମିଟ୍ରି ମେଡଭେଡେଭ, ରୁଷିଆର ଜନୈକ ପୂର୍ବତନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ରୁଷିଆ ସିକ୍ୟୁରିଟି କାଉନ୍‌ସିଲର ସଦସ୍ୟମାନଙ୍କୁ ବି ଟାର୍ଗେଟ କରାଯାଇଛି।

ପୁଟିନଙ୍କ ସମସ୍ତ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପରେ ଏପରି କଟକଣା ଲଗାଯାଇଛି। ଯାହାଫଳରେ ସେମାନେ ଆମେରିକାର କୌଣସି ଆର୍ଥିକ ବ୍ୟବସ୍ଥା ସହ କାରବାର କରିପାରିବେନି ଏବଂ ଆମେରିକାରେ ଥିବା ସେମାନଙ୍କର ସମସ୍ତ ସମ୍ପତ୍ତିକୁ ଅଚଳ କରିଦିଆଯାଇଛି। କୌଣସି ଆମେରିକୀୟ, ସେ ପୃଥିବୀର ଯେଉଁଠି ବି ବାସ କରନ୍ତୁ ନା କାହିଁକି, ରୁଷିଆରେ ପୁଞ୍ଜିନିବେଶ କରିପାରିବେ ନାହିଁ ବୋଲି ବାଇଡେନ ଆଦେଶ ଦେଇଥିଲେ।

Related story