ନୂଆଦିଲ୍ଲୀ: ବାହାଘରର ମାହୋଲ ଥିଲା। ପଞ୍ଜାବୀ ଗୀତରେ ସମସ୍ତେ ଝୁମୁଥିଲେ। ବହୁତ ଜୋରଜୋରରେ ମ୍ୟୁଜିକ୍ ବାଜୁଥିଲା ହେଲେ, ଶବ୍ଦ ପ୍ରଦୂଷଣ କରୁଥିବା ନେଇ ପଡ଼ୋଶୀ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପହଞ୍ଚିଲା ପୁଲିସ୍। ନାଚ-ଗୀତ ବନ୍ଦ କରିବା ପାଇଁ ଆସିଥିବା ପୁଲିସ୍ ଅଧିକାରୀ କିନ୍ତୁ ଆଉ ସମ୍ଭାଳି ପାରିଲେ ନାହିଁ।
ପଞ୍ଜାବୀ ଗୀତର ଧୁନ୍ରେ ଓଲଟା ନିଜେ ଝୁମିବାରେ ଲାଗିଲ ଏଭଳି ଏକ ଘଟଣା ଘଟିଥିଲା, ଆମେରିକାର ସାନ୍ଫ୍ରାନ୍ସିକୋରେ। ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍ କରୁଥିଲେ ଏକ ପଞ୍ଜାବୀ ପରିବାର। ଯାହାକୁ ବନ୍ଦ କରିବା ପାଇଁ ଆସିଥିଲେ ଦୁଇ ପୁଲିସ୍ ଅଧିକାରୀ। ହଠାତ୍ ପୁଲିସକୁ ଦେଖି ପରିବାର ଳୋକେ ବିଚଳିତ ହୋଇପଡ଼ିଥିଲା। କିନ୍ତୁ ହେଲେ, ଉତ୍ସବରେ ପହଞ୍ଚିଲା ବେଳକୁ ପୁଲିସ ମୁଡ୍ ବଦଳିଯାଇଥିଲା। ତଦନ୍ତ କରିବାକୁ ଆସିଥିବା ଦୁଇ ଜଣ ଡେପୁଟି ପୁଲିସ ଅଧିକାରୀ ଉତ୍ସବରେ ସାମିଲ ହୋଇ ନୃତ୍ୟଗୀତ କରିଥିଲେ।
କାଲିଫର୍ଣ୍ଣଆରେ ସାନ୍ଫ୍ରାନ୍ସିକୋର ଏହି ପଞ୍ଜାବୀ ପରିବାରର ରୁହନ୍ତି। ଗତ ମାସରେ ଏହି ପରିବାର ପ୍ରିୱେଡିଂ ସେରିମନିଥିଲା। ତେବେ ରାତି ୧୦ଟା ପରେ କାଲିଫର୍ଣ୍ଣଆରେ ଲାଉଡ୍ ସ୍କିକର ନିଷିଦ୍ଧ ରହିଛି। କିନ୍ତୁ ଏହି ପରିବାର ଲୋକେ ବଡ଼ଜୋରରେ ଲାଉଡ୍ ସ୍କିକର ବଜାଇ ନାଚୀଗତରେ ମାତିଥିଲେ। କିନ୍ତୁ ପୁଲିସ ଆସି ନାଚଗୀତ ବନ୍ଦ କରିବା ପରିବର୍ତ୍ତେ ପଞ୍ଜାବୀ ଗୀତରେ ମସଗୁଲ ହୋଥିଲେ। ପୁଲିସର ଏଭଳି ନରମ ମନୋଭାବ ଦେଖିବା ପରେ ପଞ୍ଜାବୀ ପରିବାର ମ୍ୟୁଜିକ୍ ସ୍ଲୋ’ କରି ଦେଇଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।